fbpx

ମର୍ଣ୍ଣିଂ ୱାକ୍ କରୁଥିବା ସମୟରେ ନୀତିଶ କୁମାରଙ୍କ ଆଡକୁ ମାଡି ଆସିଲା ବାଇକ୍, ସୁରକ୍ଷା ପାଇଁ ଚଢିଗଲେ ଫୁଟପାଥ୍ ଉପରେ

Advertisement

ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ସୁରକ୍ଷାରେ ଗୁରୁବାର ଏକ ବଡ ଧରଣର ତ୍ରୁଟି ପରିଲକ୍ଷିତ ହୋଇଛି । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଆଜି ମର୍ଣ୍ଣିଂ ୱାକ୍ ରେ ବାହାରି ଥିବା ସମୟରେ ଏକ ଅଘଟଣ ଘଟିଯାଇଛି । ମୁଖ୍ୟମନ୍ତ୍ରୀ ନିଜ ନିବାସ ସ୍ଥିତ ମାର୍ଗ ଦେଇ ସକାଳେ ମର୍ଣ୍ଣି ୱାକ୍ କରିବାକୁ ବାହାରଥିଲେ । ଏହି ସମୟରେ ଏକ ବାଇକ୍ ଚାଳକ ସେହି ମାର୍ଗରେ ନିଜ ବାଇକ୍ କୁ ଘୁରାଇ ଘୁରାଇ ଆସି ପହଞ୍ଚି ଯାଇଥିଲା ।

ତେବେ ଏପରି ଅତର୍କିତ ଭାବରେ ଜଣେ ବାଇକ୍ ଚାଳକ ପଶି ଆସିବାରୁ ମୁଖ୍ୟମନ୍ତ୍ରୀ ନିଜ ସୁରକ୍ଷା ଲାଗି ଫୁଟପାଥ୍ ଉପରକୁ ଚଢି ଯାଇଥିଲେ । ଅନ୍ୟଥା କିଛି ଅଘଟଣ ଘଟିିଯାଇଥାନ୍ତା ବୋଲି କୁହାଯାଉଛି । ସେଠାରେ ଉପସ୍ଥିତ ଥିବା ପୋଲିସ ବାଇକ୍ ଚାଳକକୁ ଧରି ନେଇଛନ୍ତି ଓ ପଚରାଉଚୁରା ଜାରି ରଖିଛନ୍ତି ।

Get real time updates directly on you device, subscribe now.