fbpx

ବଡ଼ ଖବର; ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ସମେତ ୫ ଜଣ ବଜ୍ରପାତରେ ଆହତ

ଓଡିଶା ଭାସ୍କର; ଖୋର୍ଦ୍ଧା ନିରାକାରପୁରରେ ଅଞ୍ଚଳରେ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ସମେତ ୫ ଜଣ ବଜ୍ରପାତରେ ଆହତ । କୋଚିଂ ସେଣ୍ଟରରୁ ଫେରୁଥିବା ବେଳେ ବଜ୍ରପାତରେ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଗୁରୁତର ଅବସ୍ଥାରେ ଖୋର୍ଦ୍ଧା ଚିକିତ୍ସ୍ୟାଳୟରେ ଭର୍ତ୍ତି କରାଯାଇଛି । ସଂନ୍ଧ୍ୟା ସମୟରେ ପ୍ରବଳ ବର୍ଷା ସହ ବଜ୍ରପାତ ହୋଇଥିଲା ।

ସୂଚନା ମୁତାବକ, ଆଜି ସଂନ୍ଧ୍ୟାରେ ନିରାକାରପୁର କଲେଜ ଛକ ଠାରେ ଥିବା ଏନଏଏସଏସ ନାମକ ଏକ ଘରୋଇ କୋଚିଂ ସେଣ୍ଟରରେ ଟିଉସନ ଚାଲିଥିଲା । କୋଚିଂ ସେଣ୍ଟରରୁ ଫେରୁଥିବା ବେଳେ ବଜ୍ରପାତ ଯୋଗୁଁ ଶିକ୍ଷକ ଓ ୪ ଜଣ ଛାତ୍ରଛାତ୍ରୀ ଆହତ ହୋଇଥିଲେ। ଜଣେ ଛାତ୍ରୀ ଅଧିକ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟବାସୀଙ୍କ ସହଯୋଗରେ ଆହତମାନଙ୍କୁ ପ୍ରଥମେ ଚିକିତ୍ସା ନିମନ୍ତେ ସ୍ଥାନୀୟ ଘରୋଇ ନର୍ସିଙ୍ଗହୋମ ପ୍ରାଥମିକ ଚିକିତ୍ସା କରାଯାଇଥିଲା ପରେ ସେମାନଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା ।

Get real time updates directly on you device, subscribe now.