fbpx
BSKY
BJD SHG SKY
BJD MC SKY

କେନ୍ଦ୍ର ସରକାରଙ୍କ ସତର୍କ ସୂଚନା: ସାଇବର ଠକ ବ୍ୟବହାର କରୁଛନ୍ତି ସରକାରୀ ଲୋଗୋ

ନୂଆଦିଲ୍ଲୀ : ଚାକିରୀ କରିବାର ନିଶା ସମସ୍ତଙ୍କୁ ଥାଏ । ଏଥି ପାଇଁ ଯୁବକ ଏବଂ ଯୁବତୀମାନେ ଅଧିକ ଉତ୍ସାହିତ । ସେମାନେ ସବୁବେଳେ ଚେଷ୍ଟାରେ ଥାନ୍ତି କେତେବେଳେ ତାଙ୍କୁ ଏକ ଭଲ ଚାକିରି ମିଳିବ । ଯଦି ସରକାରୀ ଚାକିରୀ କଥା କହିବା ତେବେ ଏଥି ପାଇଁ ଲୋକମାନଙ୍କ ଆଗ୍ରହ ବଢିଯାଏ । ଏବେ ଠକେଇ ମାମଲା ପାଇଁ ବିଭିନ୍ନ ୱେବସାଇଟର ବ୍ୟବହାର କରାଯାଉଛି । ସେହିପରି ଏକ ୱେବସାଇଟକୁ ନେଇ ସରକାର ଏବେ ଲୋକମାନଙ୍କୁ ସଚେତନ କରାଇଛନ୍ତି । ଏକ ୱେବସାଇଟ ସରକାରୀ ଚାକିରି ଦେବା ପାଇଁ ପ୍ରତିଶ୍ରୃତି ଦେଇ ଲୋକମାନଙ୍କୁ ଠକୁଛି ।

ସରକାରଙ୍କ ସର୍ବଶିକ୍ଷା ଅଭିଯାନ ଦ୍ୱାରା ଲୋକଙ୍କୁ ଚାକିରୀ ଦେଉଥିବା ଏକ ଠକେଇ ସଂସ୍ଥାର ପର୍ଦାଫାଶ ହୋଇଛି । ଏହି ୱେବସାଇଟକୁ ନେଇ ଶିକ୍ଷା ମନ୍ତ୍ରଳାୟ ଲୋକମାନଙ୍କୁ ଆଲର୍ଟ କରିଛନ୍ତି । ଏହି ଫେକ ୱବସାଇଟ ସରକାରଙ୍କ ଲୋଗକୁ ବ୍ୟବହାର କରିବା ସହିତ ଲୋମାନଙ୍କୁ ଚାକିରୀ ଦେବା ପାଇଁ ପ୍ରତିଶ୍ରୃତି ଦେଉଥିଲା । ଏହା ଲୋକମାନଙ୍କ ସମ୍ପର୍କରେ ବିଶେଷ ତଥ୍ୟ ନେଇ ନେବା ସହିତ ସେମାନଙ୍କ ଇମେଲ ଏବଂ ଫୋନ ନମ୍ବର ଦ୍ୱାରା ଠକେଇ କରୁଥିଲା ।

ଶିକ୍ଷା ମନ୍ତ୍ରଳାୟର ଅନେକ ବିଭାଗରୁ ଠକେଇ ମାମଲା ଅନେକ ଥର ସାମ୍ନାକୁ ଆସିଛି । ଏହି ଠକ ସଂସ୍ଥାମାନେ ଲୋଗର ବ୍ୟବହାର କରି ଲୋକମାନଙ୍କୁ ଠକୁଛନ୍ତି । ଏହି ଲୋଗ ଦେଖିଲା ପରେ ଲୋକମାନେ ଏହି ୱେବସାଇଟରେ ଆପ୍ଲାଏ କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି । ତେବେ ଏହି ପରି ସଂସ୍ଥାରୁ ଲୋକମାନଙ୍କୁ ଦୂରେଇ ରହିବା ପାଇଁ ସରକାର ପରାମର୍ଶ ଦେଇଛନ୍ତି ।

Get real time updates directly on you device, subscribe now.