fbpx

SBI ଗ୍ରାହକଙ୍କ ପାଇଁ ବଡ଼ ଖବର: ବ୍ୟାଙ୍କ କଲା ହାଇ ଆଲର୍ଟ, ଠପ୍ ହୋଇପାରେ ଆପଣଙ୍କ ବ୍ୟାଙ୍କିଂ ସେବା

ନୂଆଦିଲ୍ଲୀ: ଦେଶର ସବୁଠାରୁ ବଡ଼ ବ୍ୟାଙ୍କ SBI ଓ ପିଏନବି ନିଜ ଗ୍ରାହକମାନଙ୍କୁ ହାଇ ଆଲର୍ଟ ଜାରି କରିଛି । ଯଦି ଗ୍ରାହକମାନେ ଅଣଦେଖା କରନ୍ତି, ତେବେ ସେମାନଙ୍କ ବ୍ୟାଙ୍କିଂ ସେବା ବନ୍ଦ ହୋଇପାରେ । ୩୧ ମାର୍ଚ୍ଚ ୨୦୨୨ ପୂର୍ବରୁ ପାନ୍-ଆଧାର କାର୍ଡକୁ ଲିଙ୍କ୍ କରିବାକୁ ବ୍ୟାଙ୍କ ନିଜ ଆକାଉଣ୍ଟଧାରୀମାନଙ୍କୁ ନୋଟିସ୍ ଦେଇଛି । ବ୍ୟାଙ୍କ କହିଛି ଯେ, ଯଦି ଗ୍ରାହକମାନେ ଏହା ନକରନ୍ତି ତେବେ ସେମାନଙ୍କ ବ୍ୟାଙ୍କିଂ ସେବା ଠପ୍ ହୋଇପାରେ । ଏସବିଆଇ ଏଥିପାଇଁ ଟ୍ୱିଟ୍ ମଧ୍ୟ କରିଛି ।

SBI କହିଛି ଯେ, ‘ଆମେ ନିଜ ଗ୍ରାହକମାନଙ୍କୁ ପରାମର୍ଶ ଦେଉଛୁ କି ସେମାନେ କୌଣସି ଅସୁବିଧାରୁ ରକ୍ଷାପାଇବା ପାଇଁ ନିଜ ପାନକୁ ଆଧାର ସହ ଲିଙ୍କ କରନ୍ତୁ ଓ ନିରବଚ୍ଛିନ୍ନ ବ୍ୟାଙ୍କିଂ ସେବାର ଉପଭୋଗ କରନ୍ତୁ । ଏହା ସହ ବ୍ୟାଙ୍କ କହିଛି ଯେ, ପାନକୁ ଆଧାର ସହିତ ସଂଯୋଗ କରିବା ବାଧ୍ୟତାମୂଳକ । ଯଦି ପାନ୍ ଏବଂ ଆଧାର ଲିଙ୍କ୍ ହୋଇନି, ତେବେ ପାନ୍ ନିଷ୍କ୍ରିୟ ହୋଇଯିବ ଓ ନିର୍ଦ୍ଦିଷ୍ଟ କାରବାର କରିବା ପାଇଁ ପାନର ବ୍ୟବହାର କରାଯାଇପାରିବ ନାହିଁ ।

କିପରି ପାନ୍-ଆଧାର କାର୍ଡକୁ ଲିଙ୍କ୍ କରିବେ ?

ପ୍ରଥମ ଉପାୟ
୧ – ପ୍ରଥମେ ଆପଣ ଇନକମ ଟ୍ୟାକ୍ସର ଅଫିସିଆଲ୍ ୱେବସାଇଟ୍ https://www.incometaxindiaefiling.gov.in/homeକୁ ଯାଆନ୍ତୁ ।
୨- ଏଠାରେ ବାମ ପାର୍ଶ୍ୱରେ ଆପଣ ଲିଙ୍କ୍ ଆଧାରର ବିକଳ୍ପ ଦେଖିବେ, ଏଥିରେ କ୍ଲିକ୍ କରନ୍ତୁ ।
୩- ଏକ ନୂଆ ପେଜ୍ ଖୋଲିବ, ଯେଉଁଠାରେ ଆପଣଙ୍କୁ ପାନ୍, ଆଧାର ଓ ଆଧାରରେ ଥିବା ଆପଣଙ୍କ ନାମ ପୂରଣ କରିବାକୁ ପଡିବ ।
୪- ଯଦି ଆପଣଙ୍କର ଆଧାର କାର୍ଡରେ ଆପଣଙ୍କର କେବଳ ଜନ୍ମ ବର୍ଷ ଅଛି, ତେବେ ‘I have only year of birth in aadhaar card’ ବକ୍ସକୁ ଟିକ୍ କରନ୍ତୁ ।
୫- କ୍ୟାପଚା କୋଡ୍ ପ୍ରବେଶ କରନ୍ତୁ ବା ଓଟିପି ପାଇଁ ଟିକ୍ କରନ୍ତୁ ।
୬- ଲିଙ୍କ୍ ଆଧାର ବଟନ୍ ଉପରେ କ୍ଲିକ୍ କରନ୍ତୁ, ଏହାପରେ ଆପଣଙ୍କର ପାନ୍ ଓ ଆଧାର ଲିଙ୍କ୍ ହୋଇଯିବ ।

ଦ୍ୱିତୀୟ ଉପାୟ

-ଆପଣ ଏସଏମଏସ ମାଧ୍ୟମରେ ପାନ୍ ଏବଂ ଆଧାରକୁ ମଧ୍ୟ ଲିଙ୍କ୍ କରିପାରିବେ ।
– ମୋବାଇଲର ମେସେଜ୍ ବକ୍ସରେ ଟାଇପ୍ କରନ୍ତୁ – UIDPAN<12-digit Aadhaar><10-digit PAN> ।
– ଏହି ମେସେଜକୁ ୫୬୭୬୭୮ କିମ୍ବା ୫୬୧୬୧ କୁ ପଠାନ୍ତୁ, ଏହା ପରେ ଆପଣଙ୍କ ପାନ ଓ ଆଧାର ଲିଙ୍କ ହୋଇଯିବ ।

Get real time updates directly on you device, subscribe now.