fbpx

ବିହାର ରାଜନୀତିରୁ ବଡ ଖବର:ଏଥର ନିର୍ବାଚନ ଲଢିବେ ଲାଲୁ ତନୟା

ପାଟନା:ବିହାର ରାଜନୈତିକ ମହଲରୁ ବଡ ଖବର ସାମ୍ନାକୁ ଆସିଛି । ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବଙ୍କ କନ୍ୟା ରୋହିଣୀ ଆଚାର୍ଯ୍ୟ ଆରଜେଡି ଟିକେଟରେ ନିର୍ବାଚନ ଲଢିବେ । ମିଳିଥିବା ସୂତ୍ରରୁ ଜଣାଯାଇଛି କି ରୋହିଣୀ ସାରଣ ସିଟ୍‌ରୁ ନିର୍ବାଚନ ଲଢିବେ । ପାର୍ଟିର ନେତା ସୋସିଆଲ ମିଡିଆ ଜରିଆରେ ଏହାର ସଂକେତ ମଧ୍ୟ ଦେଇଛନ୍ତି । ସାରଣ ସିଟ୍‌ରୁ ଲାଲୁ ପରିବାରର ସଦସ୍ୟ ଦୀର୍ଘ ଦିନ ଧରି ନିର୍ବାଚନ ଲଢି ଆସୁଛନ୍ତି ।

ମିଳିଥିବା ସୂତ୍ର ଅନୁସାରେ ଗତକାଲି ଆରଜେଡିର ଏକ ବୈଠକରେ ଆରଜେଡି ଏମଏଲ୍‌ସି ସୁନୀଲ ସିଂହ ସାରଣ ସିଟ୍‌ରୁ ରୋହିଣୀଙ୍କ ନାମ ପ୍ରସ୍ତାବ ରଖିଥିଲେ । ଏହାପରେ ରୋହିଣୀଙ୍କ ନାମକୁ ନେଇ ସମସ୍ତେ ସହମତି ଜଣାଇଥିଲେ । ବୈଠକରେ ସୁନୀଲ ସିଂହ କହିଥିଲେ କାର୍ଯ୍ୟକର୍ତ୍ତାଙ୍କ ମନରେ ସାରଣ ସିଟ୍ ଓ ଲାଲୁ ପରିବାରକୁ ନେଇ ଭାବନାତ୍ମକ ସଂପର୍କ ଯୋଡି ହୋଇ ରହିଛି । ଏପରି ସ୍ଥିତିରେ ଏହି ଆସନରୁ କୌଣସି ଅନ୍ୟ ପ୍ରାର୍ଥୀଙ୍କ ନାମ ଚିନ୍ତା କରାଯାଇ ପାରିବ ନାହିଁ ।

Get real time updates directly on you device, subscribe now.