fbpx

ଆଜି ବିଜେପିର ଦ୍ୱିତୀୟ ତାଲିକାକୁ ନେଇ ଦିଲ୍ଲୀରେ ମନ୍ଥନ, ଜାଣନ୍ତୁ କେଉଁ ସାଂସଦଙ୍କ କଟିପାରେ ଟିକେଟ୍

ଲକ୍ଷ୍ନୌ: ଲୋକସଭା ନିର୍ବାଚନ ୨୦୨୪ ପାଇଁ ତାରିଖ ଘୋଷଣା ସରିଛି । ଏନେଇ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଜୋରସୋର ପ୍ରସ୍ତତି ଚାଲିଛି । ଏଥିମଧ୍ୟରେ ଉତ୍ତରପ୍ରଦେଶର ଅବଶିଷ୍ଟ ୨୪ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ସମ୍ପର୍କରେ ସୋମବାର ଦିଲ୍ଲୀରେ ଏକ ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଦୁଇ ଉପ ମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ ଏବଂ କେଶବ ପ୍ରସାଦ ମୌର୍ଯ୍ୟଙ୍କ ସହ ୟୁପିର ପ୍ରଦେଶ ଅଧ୍ୟକ୍ଷ ଭୁପେନ୍ଦ୍ର ଚୌଧୁରୀ ସାମିଲ ହେବେ । ଏହା ସହ କିଛି ସାଂସଦଙ୍କ ଟିକେଟ କଟିବା ନେଇ ଚର୍ଚ୍ଚା ହେଉଛି ।

ସୂଚନାରୁ ପ୍ରକାଶ ଯେ ଉତ୍ତରପ୍ରଦେଶର ୫୧ଟି ଲୋକସଭା ଆସନ ପାଇଁ ବିଜେପି ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଛି । ଏଥିରେ ଉପସ୍ଥିତ ଥିବା କେବଳ ୪୭ଟି ପ୍ରାର୍ଥୀଙ୍କ ଉପରେ ବିଜେପି ବିଶ୍ୱାସ କରିଛି । କୁହାଯାଉଛି ଯେ ଅବଶିଷ୍ଟ ଆସନରେ କିଛି ଜଟିଳତା କାରଣରୁ ନାମ ଘୋଷଣା କରିବାରେ ବିଳମ୍ବ ହେଉଛି । ତେବେ ବିଜେପି ଦ୍ୱିତୀୟ ତାଲିକାରେ ବହୁ ସାଂସଦଙ୍କ ଟିକେଟ କାଟିପାରେ ବୋଲି ଚର୍ଚ୍ଚା ହେଉଛି । ତେବେ ଆସନ୍ତୁ ଜାଣିବା କେଉଁ ସାଂସଦଙ୍କୁ ଟିକେଟ ନ ମିଳିବାର ସମ୍ଭାବନା ରହିଛି । ସୂତ୍ରରୁ ପ୍ରକାଶ ପିଲିଭୀତ ସାଂସଦ ବରୁଣ ଗାନ୍ଧୀ ଏବଂ ସୁଲତାନପୁରରୁ ସାଂସଦ ମେନେକା ଗାନ୍ଧୀଙ୍କ ନାମ ଏହି ତାଲିକାରେ ସାମିଲ ଅଛି । ଦଳ ବିରୋଧୀ ମନ୍ତବ୍ୟ ଦେବା ଯୋଗଁ ବରୁଣ ଗାନ୍ଧୀଙ୍କ ନାମ ସାମିଲ ଅଛି । ସେହିପରି ପ୍ରୟାଗରାଜର ରୀତା ବହୁଗୁଣା ଜୋଶୀ, ବଦାୟୁଁର ସାଂସଦ ସଂଘମିତ୍ରା ମୌର୍ଯ୍ୟାଙ୍କୁ ଟିକେଟ ମିଳିବା ନେଇ ଆଶଙ୍କା ଦେଖାଦେଇଛି । ସଂଘମିତ୍ରାଙ୍କ ପିତା ସ୍ୱାମୀ ପ୍ରସାଦ ମୌର୍ଯ୍ୟ ଦଳ ଛାଡ଼ିବା ପରେ ତାଙ୍କ ଟିକେଟକୁ ନେଇ ମାମଲା ଚାଲିଛି । ଏହା ବ୍ୟତୀତ କାନପୁରର ସାଂସଦ ସତ୍ୟଦେବ ପଚୌରୀ, ଗାଜିଆବାଦ ସାଂସଦ ବିକେ ସିଂହଙ୍କ ଟିକେଟ କଟା ଯିବା ନେଇ ଚର୍ଚ୍ଚା ହେଉଛି ।

 

Get real time updates directly on you device, subscribe now.