fbpx

ଭାରତୀୟ ରେଳ ବିଭାଗ ତରଫରୁ ବଡ଼ ଖବର : ଟ୍ରେନ ଦୁର୍ଘଟଣାର କ୍ଷତିପୂରଣ ରାଶି ବଢିଲା ୧୦ ଗୁଣ

Advertisement

ନୂଆଦିଲ୍ଲୀ : ଆମ ଦେଶରେ ରେଳ ଦୁର୍ଘଟଣା ଘଟିଲେ, ମୃତକଙ୍କ ପରିବାର ଲୋକକୁ କିମ୍ବା ପୀଡ଼ିତଙ୍କ କ୍ଷତିପୂରଣରେ ସେମାନଙ୍କୁ କିଛି ରାଶି ଦିଆଯାଏ । କିନ୍ତୁ କ୍ଷତିପୂରଣ ରାଶି ଦେବା ପୂର୍ବରୁ ତାକୁ ନେଇ ଅନେକ ବିତର୍କ ଆରମ୍ଭ ହୁଏ । ବର୍ତ୍ତମାନ ରେଳବିଭାଗ ଏହା ଉପରେ ପୂର୍ଣ୍ଣଚ୍ଛେଦ ଲଗାଇ ଦେଇଛି । ଏହି ବିତର୍କକୁ ଦୃଷ୍ଟିରେ ରଖି ରେଳବାଇ କ୍ଷତିପୂରଣ ରାଶି ବୃଦ୍ଧି କରିଛି । ରେଳ ବୋର୍ଡ ରେଳ ଦୁର୍ଘଟଣାରେ ମୃତ୍ୟୁ ଏବଂ ଆହାତଙ୍କୁ ଦିଆଯାଉଥିବା କ୍ଷତିପୂରଣ ରାଶିରେ ୧୦ ଗୁଣ ବୃଦ୍ଧି କରିଛି । ଶେଷଥର ପାଇଁ ୨୦୧୨ ଏବଂ ୨୦୧୩ରେ ଏହି ରାଶିରେ ପରିବର୍ତ୍ତନ ହୋଇଥିଲା ।

ସୂଚନା ଅନୁସାରେ, ଏବେ ରେଳ ଦୁର୍ଘଟଣାରେ ମୃତ ଏବଂ ଆହାତ ଯାତ୍ରୀଙ୍କର ନିର୍ଭରଶୀଳ ମାନଙ୍କୁ ଦିଆଯାଉଥିବା ମାଗଣା ରାଶିରେ ଉନ୍ନତି ଆଣିବା ପାଇଁ ଏକ ନିଷ୍ପତି ନିଆଯାଇଛି । ବର୍ତ୍ତମାନ ଦୁର୍ଘଟଣାରେ ମୃତ ଯାତ୍ରୀଙ୍କ ପରିବାର ଲୋକଙ୍କୁ ୫ ଲକ୍ଷ ଟଙ୍କା ମିଳିବ ବେଳେ ଗମ୍ଭୀର ଭାବରେ ଆହାତ ହୋଇଥିବା ଯାତ୍ରୀଙ୍କୁ ୨.୫ଲକ୍ଷ ଟଙ୍କା ମିଳିବ । ସାଧାରଣ କ୍ଷତି ହୋଇଥିବା ଯାତ୍ରୀଙ୍କୁ ୫୦,୦୦୦ ଟଙ୍କା ମିଳିବ । ପୂର୍ବରୁ ଏହି ଟଙ୍କା ଯଥାକ୍ରମେ ୫୦,୦୦୦ଟଙ୍କା, ୨୫,୦୦୦ଟଙ୍କା ଏବଂ ୫,୦୦୦ଟଙ୍କା ଥିଲା ।

ଅନ୍ୟପଟେ ଟ୍ରେନ୍ ଦୁର୍ଘଟଣାରେ ଗୁରୁତର ଯାତ୍ରୀଙ୍କୁ ମେଡିକାଲରେ ୩୦ ଦିନରୁ ଅଧିକ ସମୟ ଆଡମିଟ ହେଲେ କ୍ଷତିପୂରଣ ରାଶି ବି ବୃଦ୍ଧି ପାଇବ ବୋଲି ରେଲବାଇ ପକ୍ଷରୁ ସ୍ପଷ୍ଟ ଭାବେ କୁହାଯାଇଛି। ଦୁର୍ଘଟଣାରେ ଗୁରୁତର ଯାତ୍ରୀଙ୍କୁ ୧୦ ଦିନ ପର୍ଯ୍ୟନ୍ତ ୩ ହଜାର ଟଙ୍କା ପ୍ରତିଦିନ ମିଳିବ । ଏହା ବ୍ୟତୀତ ଗୁରୁତର ଆହତ ମାମଲାରେ ପ୍ରତି ୬ ମାସ ଯାଏଁ ଦିନକୁ ୧,୫୦୦ ଟଙ୍କା ମିଳିବ ।

ରେଳବାଇ ଅଧିନିୟମ ୧୯୮୯ରେ ଟ୍ରେନ ଦୁର୍ଘଟଣା ଏବଂ ଅଘଟଣ ଘଟଣାରେ ଯାତ୍ରୀଙ୍କ ମୃତ୍ୟୁ କିମ୍ବା ଆଘାତ ପାଇଁ କ୍ଷତିପୂରଣ ଦାୟୀରେ ପରିବର୍ତ୍ତନ କରାଯାଇଥିଲା ।

Get real time updates directly on you device, subscribe now.