fbpx

ସାମ୍ନାକୁ ଆସିଲା ଏକ ବଡ ଖବର: NDAରେ ସାମିଲ ହେବେ ରାଜ ଠାକରେ!

ମୁମ୍ବାଇ:ମହାରାଷ୍ଟ୍ର ରାଜନୀତିରୁ ଏକ ବଡ ଖବର ସାମ୍ନାକୁ ଆସିଛି । ଏମଏନଏସ୍ ଅଧ୍ୟକ୍ଷ ରାଜ ଠାକରେ ଏନଡିଏରେ ସାମିଲ ହୋଇପାରନ୍ତି । ଏକ ବିଶେଷ ସୂତ୍ରରୁ ଏହା ଜଣାପଡିଛି । ରାଜ ଠାକ୍‌ରେ ଦକ୍ଷିଣ ମୁମ୍ବାଇ ସିଟ୍‌ରୁ ପ୍ରାର୍ଥୀ ହେବା ପାଇଁ ଦାବୀ କରିଛନ୍ତି । ଏହି ସିଟ୍‌ରେ ବିଜେପି ପକ୍ଷରୁ ରାହୁଲ ନରୱେକରଙ୍କ ନାମ ପୂର୍ବରୁ ଚର୍ଚ୍ଚାରେ ରହିଛି ।
ତେବେ ରାଜ୍ ଠାକରେଙ୍କ ଦାବୀ ଉପରେ ବିଜେପି ପକ୍ଷରୁ ଏ ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇନାହିଁ । ତେବେ ଅତି କମ୍‌ରେ ଗୋଟିଏ ସିଟ୍ ମିଳିଲେ ଯାଇ ରାଜ୍ ଠାକରେ ଏନଡିଏରେ ସାମିଲ ହେବେ । ଏଠାରେ ସୂଚାଇ ଦିଆଯାଇପାରେ କି ଶୁକ୍ରବାର ଉଦ୍ଧବ ଠାକରେ ଦକ୍ଷିଣ ମୁମ୍ବାଇରୁ ଅରବିନ୍ଦ ସାବନ୍ତଙ୍କୁ ଦଳର ପ୍ରାର୍ଥୀ ଘୋଷଣା କରିଛନ୍ତି ।

ଇତି ମଧ୍ୟରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ୍ ଏକ ବୟାନ ସାମ୍ନାକୁ ଆସିଛି । ସେ କହିଥିଲେ ରାଜ୍ୟରେ ବିଜେପିର ଶିବସେନା –ଉଦ୍ଧବ ଠାକରେ ଗୋଷ୍ଠୀ ସହ ବୁଝାମଣାର କୌଣସି ପ୍ରଶ୍ନ ଉଠୁନାହିଁ । କିନ୍ତୁ ସେ ରାଜ ଠାକରେଙ୍କ ଏମଏନଏସ୍ ସହିତ ସିଟ୍ ସେୟାରିଂର ସମ୍ଭାବନାକୁ ଅସ୍ୱୀକାର କରି ନ ଥିଲେ ।

Get real time updates directly on you device, subscribe now.