fbpx

ଶେୟାର କ୍ରୟ ଏବଂ ବିକ୍ରୟ ପାଇଁ ବଦଳିବ ନିୟମ, T+0 ସେଟେଲମେଣ୍ଟକୁ ଅନୁମୋଦନ କଲା SEBI

ନୂଆଦିଲ୍ଲୀ: ସିକ୍ୟୁରିଟିଜ୍ ଆଣ୍ଡ୍ ଏକ୍ସଚେଞ୍ଜ ବୋର୍ଡ଼ ଅଫ୍ ଇଣ୍ଡିଆ(SEBI) ଖୁବ୍ ଶୀଘ୍ର ଷ୍ଟକ୍ ମାର୍କେଟରେ ନୂତନ ପାଇଲଟ୍ ପ୍ରୋଜେକ୍ଟ ଆରମ୍ଭ କରିବାକୁ ଯାଉଛି । ଏହା ଅନ୍ତର୍ଗତ ଗୋଟିଏ ଦିନରେ ନିବେଶକଙ୍କୁ ଶେୟାର କ୍ରୟ ଏବଂ ବିକ୍ରୟର ସୁବିଧା ପାଇପାରିବେ ।

ଏକ ପ୍ରେସ୍ ରିଲିଜରେ SEBI ପକ୍ଷରୁ କୁହାଯାଇଛି ଯେ ଇକୁଇଟି ଶେୟାରର public/rights issuesରେ ଏକ ପ୍ରତିଶତ ‘ସିକ୍ୟୁରିଟି ଡିିପୋଜିଟ’ର ଆବଶ୍ୟକତାକୁ ହଟାଇବା ଏବଂ ଅପ୍ରତ୍ୟାଶିତ ଘଟଣା ଯୋଗୁଁ ଅଫର ଶେଷ ତାରିଖ ବୃଦ୍ଧି କରିବାର ଫ୍ଲେକ୍ସିବିଲିଟି ସୃଷ୍ଟି କରିବା ନେଇ ଏଭଳି ନିଷ୍ପତ୍ତି ନିଆଯାଇଛି । ଷ୍ଟକ୍ ମାର୍କେଟ ଟ୍ରେଡ଼ିଂକୁ ଆହୁରି ଉନ୍ନତ ଏବଂ ସହଜ କରିବା ପାଇଁ SEBI ଅନେକ ପଦକ୍ଷେପକୁ ଅନୁମୋଦନ କରିଛି । ଏଥିମଧ୍ୟରେ ଅପସନାଲ T+0 ସେଟେଲମେଣ୍ଟର ବିଟା ସଂସ୍କରଣକର ଲଞ୍ଚ୍ ପାଇଁ ଅନୁମତି ପ୍ରଦାନ କରିଛି । ଏଥି ମଧ୍ୟରେ ବିଦେଶୀ ପୋର୍ଟଫୋଲିଓ ନିବେଶକ(ଏଫ୍ପିଆଇ) ଏବଂ ପ୍ରାରମ୍ଭିକ ଶେୟାର ବିକ୍ରି ମାଧ୍ୟମରେ ଅର୍ଥ ସଂଗ୍ରହ କରିବାକୁ ଚାହୁଁଥିବା ସଂସ୍ଥାଗୁଡ଼ିକୁ ରିହାତି ପ୍ରଦାନ କରିବା ଏଥିରେ ସାମିଲ ରହିଛି । ଶୁକ୍ରବାର SEBI ବୋର୍ଡ଼ ବୈଠକରେ ଏହି ପ୍ରସ୍ତାବକୁ ଅନୁମୋଦନ ପ୍ରଦାନ କରିଛି । ଅନ୍ୟ ଏକ ବିବୃତ୍ତିରେ SEBI କହିଛି ଯେ ହିତାଧିକାରୀଙ୍କ ପ୍ରତିକ୍ରିୟାକୁ ଦୃଷ୍ଟିରେ ରଖି ବୋର୍ଡ଼ ୨୫ଟି ଶେୟାରର ସୀମିତ ସେଟ୍ ଏବଂ ଦଲାଲଙ୍କ ସୀମିତ ସେଟ୍ ସହ ବିକଳ୍ପ ଭାବରେ T+0 ସେଟେଲମେଣ୍ଟର ବିଟା ସଂସ୍କରଣକ ଲଞ୍ଚ କରିବା ପାଇଁ ଅନୁମତି ପ୍ରଦାନ କରିଛି ।

ଆସନ୍ତୁ ଜାଣିବା T+0 ସେଟେଲମେଣ୍ଟ କ’ଣ ?

T+0 ସେଟେଲମେଣ୍ଟ ଅନ୍ତର୍ଗତ ଶେୟାର କ୍ରୟ ଏବଂ ବିକ୍ରୟ ପ୍ରକ୍ରିୟା ଗୋଟିଏ ଦିନରେ ଶେଷ ହେବ । ଆପଣ ଯେଉଁ ଦିନ ଶେୟାର କିଣିଥିବେ ସେହି ଦିନ Demat ଆକାଉଣ୍ଟରେ ପେମେଣ୍ଟ ଆସିଯିବ । ତେବେ SEBI ଏହାକୁ ମାର୍ଚ୍ଚ ୨୮ରେ କାର୍ଯ୍ୟକାରୀ କରିବାକୁ ପ୍ରସ୍ତୁତି କରୁଛି । ବର୍ତ୍ତମାନ T+0 ସେଟେଲମେଣ୍ଟ ସାଇକେଲ T+1 ସାଇକେଲ ସହ ଏକ ବିକଳ୍ପ ଭାବେ ଉପଲବ୍ଧ ହେବ । ସର୍ଟ ସେଟେଲମେଣ୍ଟ ସାଇକେଲ ଦ୍ୱାରା ବଜାରରେ ଲିକୁଇଡିଟି ବୃଦ୍ଧି ପାଇବା ସହ ରିସ୍କ୍ କମି ଥାଏ ।

 

Get real time updates directly on you device, subscribe now.