fbpx

ବଡଖବର: ରାଣୀପଣ୍ଡାଙ୍କ କାର୍ ଦୁର୍ଘଟଣା, ଜଣେ ମୃତ

ଭୁବନେଶ୍ୱର: ଯାତ୍ରା କଳାକାର ରାଣୀପଣ୍ଡା ସବୁବେଳେ ଚର୍ଚ୍ଚାରେ ରହିଆସୁଥିବା ବେଳେ ବର୍ତ୍ତମାନ ତାଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ଯାହାକି ରାଣୀପଣ୍ଡାଙ୍କୁ ଅଡୁଆରେ ପକାଇ ଦେଇଛି । ତେବେ ଖବର ମୁତାବକ ରାଣୀପଣ୍ଡାଙ୍କ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।

ମିଳିଥିବା ସୂଚନା ଅନୁଯାୟୀ, ଅଭିନେତ୍ରୀ ରାଣୀପଣ୍ଡା ବିଳମ୍ବିତ ରାତିରେ ଏକ ବାହାଘର ଭୋଜିରୁ ଫୋରୁଥିବା ବେଳେ ତାଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ତେବେ ଆଠଗଡ- ମୁଣ୍ଡୁଳି ରାସ୍ତାର ଡାଳଖାଇ ଛକଠାରେ ଏକ ବାଇକ୍ କୁ ରଣୀପଣ୍ଡାଙ୍କ କାର୍ ଧକ୍କା ଦେଇଥିଲା । ଫଳରେ ବାଇକ୍ ଆରୋହି ଜଣଙ୍କ ଗୁତୁର ଆହତ ହୋଇଥିଲେ ଏବଂ ତାଙ୍କୁ ଏସିବି ବଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଯାହାଙ୍କର ଆଜି ମୃତ୍ୟୁ ହୋଇଛି ।

ତେବେ ମୃତକ ଜଣଙ୍କ ନିକଟସ୍ଥ ରାଜନଗର ଗାଁର ସୁକାନ୍ତ ବେହେରା ବୋଲି ଜଣାପଡିଛି । ସୁକାନ୍ତଙ୍କର ମୃତ୍ୟୁ ହୋଇଥିବା ନେଇ ଆଠଗଡ ଆଇଆଇସି ସୂଚନା ଦେଇଛନ୍ତି । ତେବେ ସେ କହିଛନ୍ତି ଯେ, ବିଳମ୍ବିତ ରାତିରେ କାର୍ ସହ ବାଇକର ମୁହାଁମୁହିଁ ଧକ୍କା ହୋଇଥିଲା । ତେବେ ରାଣୀପଣ୍ଡା ଏକ ବାହାଘର ଭୋଜିରୁ ଫେରିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ଫଳରେ ବାଇକ୍ ଆରୋହି ଜଣଙ୍କ ଗୁରୁତର ଆହତ ହୋଇଥିଲେ । ତେବେ ଦୁର୍ଘଟଣାଗ୍ରସ୍ତ କାର୍ ସହ ରାଣୀପଣ୍ଡାଙ୍କ ଡ୍ରାଇଭର ଆଠଗଡ ଥାନାରେ ଅଟକ ଥିବା ଆଠଗଡ ଆଇଆଇସି ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.