fbpx

କ୍ଷତିରେ ଚାଲୁଛି Amazon, ୨୯ ଡିସେମ୍ବର ସୁଦ୍ଧା ଭାରତରେ କାରବାର ବନ୍ଦ କରିବାକୁ ଯାଉଛି ଏହି କମ୍ପାନୀ !

ନୂଆଦିଲ୍ଲୀ:ଆମେରିକା କମ୍ପାନୀ ଆମାଜନ ବର୍ତ୍ତମାନ ବହୁ ଅସୁବିଧାରେ ଚାଲୁଛି । ଲଗାତାର ଛଟେଇ ଖବର ସାମ୍ନାକୁ ଆସୁଥିବା ବେଳେ ଏବେ ଏହି ଘଟଣାରେ ଆଉ ଏକ ରୋଚକ ଖବର ପ୍ରକାଶ ପାଇଛି । ଆମାଜନ ଇଂକ ବର୍ତ୍ତମାନ ଏକ ବଡ ନିଷ୍ପତ୍ତି ନେଇଛି । ଆଗାମୀ ମାସ ଭିତରେ ଏହା ଭାରତରେ ତାର ଫୁଡ ଡେଲିଭରି ବିଜନେସକୁ ବନ୍ଦ କରବିାକୁ ଯୋଜନା କରୁଛି ।

ଇକୋନୋମିକ ଟାଇମ୍ସରେ ଆମାଜନର ର ଏକ ରେଷ୍ଟୁରାଣ୍ଟ ପାର୍ଟନର କହିଛନ୍ତି ଯେ ଆମାଜନ ୨୯ ଡିସେମ୍ବରରେ ଭାରତରେ ତାର ଫୁଡ ଡେଲିଭରୀ କାରୋବାର ବନ୍ଦ କରିବ । ତେବେ ସେହିଠାରେ ଆଉ ଏକ କଥା ଶୁଣିବାକୁ ମିଳୁଛି ଯେ ଆମାଜନ ତାର ଇ-ଲର୍ଣ୍ଣିଙ୍ଗ ପ୍ଲାଟଫର୍ମ ଭାରତରେ ବନ୍ଦ କରିବାକୁ ଯାଉଛି ।
ସଚନାମୁତାବକ କୋଭିଡ ମହାମାରୀ ସମୟରେ କମ୍ପାନୀ ଏହାକୁ ଖୋଲିବାକୁ ଚାହିଥିଲା । ଯାହାକୁ ଆଗାମୀ ବର୍ଷ ଅଗଷ୍ଟରେ ବନ୍ଦ କରିବାକୁ ଯୋଜନା କରୁଛି । ଏହାର ବାଇଜୁ , ଅନ ଏକାଡେମୀ ଭଳି କମ୍ପାନୀ ମାନଙ୍କ ସହ ପ୍ରତିଯୋଗିତା କରୁଥିଲା । ତେବେ କୋଭିଡ ପରଠାରୁ ସ୍କୁଲ, କଲେଜ ଖୋଲି ଯିବା ଦ୍ୱାରା ଏହାକୁ କ୍ଷତି ସହିବାକୁ ପଡିଲା ।

ମିଳିଥିବା ସୂଚନାଅନୁସାରେ ଗତମାସରେ ଆମାଜନ୧୦,୦୦୦ କର୍ମଚାରୀଙ୍କୁ ଛଟେଇ କରିଛି । ଆଉ ଆମାଜନର ସୂଚନାମୁତାବକ ଏଥିରେ କୌଣସି ଭାରତୀୟ ସାମିଲ ନାହାନ୍ତି ।

Get real time updates directly on you device, subscribe now.