fbpx

ସ୍କୁଲରେ ଗୁଳିକାଣ୍ଡ; ୩ ମୃତ ୧୧ ଆହତ

ନୂଆଦିଲ୍ଲୀ: ବ୍ରାଜିଲର ଦୁଇଟି ସ୍କୁଲରେ ଭୟଙ୍କର ଗୁଳିକାଣ୍ଡ ହୋଇଛି । ଫଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୧ ଜଣ ଆହତ ହୋଇଛନ୍ତି । ତେବେ ଆହତମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି । ମୃତ୍ୟୁବରଣ କରିଥିବା ୩ ଜଣଙ୍କ ମଧ୍ୟରୁ ଦୁଇଜଣ ଶିକ୍ଷକ ଏବଂ ଜଣେ ଛାତ୍ର ଥିବା ସୂଚନା ମିଳିଛି ।

ତେବେ ବିଦ୍ୟାଳୟର ଅଧିକାରୀମାନେ ସୂଚନା ଦେଇ କହିଛନ୍ତି ଯେ, କେହି ଜଣେ ଦୃର୍ବୁତ୍ତ ବୁଲେଟପ୍ରୁଫ୍ ପୋଷାକ ପିନ୍ଧି ଦକ୍ଷିଣ-ପୂର୍ବ ବ୍ରାଜିଲର ଦୁଇଟି ବିଦ୍ୟାଳୟରେ ଆଖିବୁଜା ଗୁଳିଚାଳନା କରିଥିଲା । ଫଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୧ ଜଣ ଗୁରୁତର ଆହାତ ହୋଇଥିଲେ । ତେବେ ଏହି ଘଟଣାର ଖବର ପାଇ ନିକଟସ୍ଥ ପୋଲିସ ଘଟଣାସ୍ଥଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ତେବେ ପୋଲିସର ସୂଚନା ଅନୁଯାୟୀଏସପିରିଟୋ ସାଣ୍ଟୋ ରାଜ୍ୟର ଛୋଟ ସହର ଆରାକ୍ରୁଜ୍ ରାସ୍ତାକଡରେ ଅବସ୍ଥିତ ଥିବା ପ୍ରାଥମିକ ଓ ମଧ୍ୟମ ବିଦ୍ୟାଳୟ ଏବଂ ଏକ ଘରୋଇ ବିଦ୍ୟାଳୟରେ ଏହି ଗୁଳି ବିନିମୟ ହୋଇଛି। ଫଳରେ ୩ ଜଣଙ୍କର ଜୀବନ ଯାଇଥିବା ବେଳେ ୧୧ ଜଣ ଆହତ ହୋଇଛନ୍ତି । ତେବେ ଏହି ଘଟଣାକୁ ନେଇ ସେଠାକାର ରାଜ୍ୟପାଳ ରେନାଟୋ କାସାଗ୍ରାଣ୍ଡେ କହିଛନ୍ତି ଯେ, ଏହି ଘଟଣାର ତଦନ୍ତ ଚାଲିଛି । ଏଥିସହିତ ସନ୍ଦିଗ୍ଧ ସୁଟରକୁ ମଧ୍ୟ ଗିରଫ କରାଯାଇଛି। ତେବେ ଏହି ଘଟଣାର ଅଧିକ ତଦନ୍ତ ଚାଲିଥିବା ବେଳେ ଏପରି ଗୁଳିକାଣ୍ଡର ଉଦ୍ଦେଶ୍ୟ କଣ ତାହା ଖୁବ୍ ଶୀଘ୍ର ଜଣାପଡିବ ବୋଲି ରାଜ୍ୟପାଳ ଟ୍ୱିଟ୍ କରି କହିଛନ୍ତି।

Get real time updates directly on you device, subscribe now.