fbpx

ସତରେ କ’ଣ ମଣିଷର ଆୟୁଷ ବୃଦ୍ଧି ହୋଇ ପାରିବ: କ’ଣ ରହିଛି ବିଶେଷଜ୍ଞଙ୍କ ଫର୍ମୂଲା

ମଣିଷର ଜନ୍ମ ଈଶ୍ୱରଙ୍କ ହାତରେ ରହିଥାଏ, ସେହିପରି ତା’ର ଆୟୁଷ ମଧ୍ୟ ପୂର୍ବରୁ ସ୍ଥିରୀକୃତ ହୋଇଥାଏ ବୋଲି କୁହାଯାଏ । ପ୍ରତ୍ୟେକ ମଣିଷ ଅଧିକ ବର୍ଷ ବଞ୍ଚିବା ପାଇଁ ଚାହାନ୍ତି । ଅନେକ କ୍ଷେତ୍ରରେ ଦେଖାଯାଏ ସମବୟସ୍କର ଦୁଇଜଣ ଲୋକଙ୍କ ମଧ୍ୟରୁ ଜଣେ ୫୦ ବର୍ଷରେ ମୃତ୍ୟୁବରଣ କରୁଥିବା ବେଳେ ଅନ୍ୟ ଜଣେ ୭୦ ବର୍ଷ ପର୍ଯ୍ୟନ୍ତ ଆରାମରେ ବଞ୍ଚିଥାନ୍ତି । ଏହାପଛରେ ଅନେକ ରହସ୍ୟ ରହିଛି । ବିଭିନ୍ନ ଦିଗକୁ ଧ୍ୟାନ ଦେଇ ଜୀବନ ବିତାଇଲେ ଆମର ଶରୀର ଦୀର୍ଘଜୀବୀ ହୋଇଥାଏ ।

୧- ଅଧିକ ବର୍ଷ ପର୍ଯ୍ୟନ୍ତ ବଞ୍ଚିବା ପାଇଁ ସେପରି କୌଣସି ଫର୍ମୂଲା ନାହିଁ । ଏଥିପାଇଁ ଆପଣଙ୍କୁ କିଛି ଦିଗ ପ୍ରତି ଧ୍ୟାନ ଦେବାକୁ ପଡ଼ିଥାଏ । ଯଦି ଆପଣ ମାଛ ଖାଉଥାନ୍ତି, ତେବେ ନଦୀ ବା ସମୁଦ୍ର ମାଛ ଖାଇବା ଶରୀର ପାଇଁ ହିତକର ହୋଇଥାଏ ।

୨- ମାଛ ମାଂସ ଖାଇବା ସମୟରେ ଏହାର ପରିମାଣ ପ୍ରତି ଧ୍ୟାନ ଦିଅନ୍ତୁ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ କରିବା ସହ ପର୍ଯ୍ୟାପ୍ତ ମାତ୍ରାରେ ସେବନରୁ ନିବୃତ୍ତ ରୁହନ୍ତୁ । ବଡ଼ ମାଛ ଖଣ୍ଡ ନ ଖାଇବା ପାଇଁ ବିଶେଷଜ୍ଞମାନେ ପରାମର୍ଶ ଦେଇଥାନ୍ତି ।

୩- ମସଲା ଓ ଜଡ଼ିବୁଟି ଜାତୀୟ ଦ୍ରବ୍ୟ ସେବନ କରିବା ଆମ ଶରୀର ପାଇଁ ଫାଇଦା ହୋଇଥାଏ । ଏଥିସହ ନିୟମିତ ଖାଦ୍ୟରେ ଲୁଣର ସେବନକୁ ନିୟନ୍ତ୍ରଣରେ ରଖିବା ଆବଶ୍ୟକ । ହାଡ଼କୁ ମଜବୁତ କରିବା ପାଇଁ କ୍ୟାଲସିୟମଯୁକ୍ତ ଖାଦ୍ୟ ସେବନ କରିବା ଉଚିତ ।

୪ – ଅଧିକ କ୍ୟାଲୋରୀଯୁକ୍ତ ଖାଦ୍ୟ ଗ୍ରହଣ କରିବା ଦ୍ୱାରା ଆମର ବୟସ ବଢ଼ିବାରେ ସହାୟକ ହୋଇଥାଏ । ଅପରପକ୍ଷେ କମ୍ କ୍ୟାଲୋରୀଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ଶରୀରରେ ରୋଗ ସୃଷ୍ଟି ହେବା ସହ ଆୟୁଷ ହାନୀ ଘଟିଥାଏ ।

୫ – ଭିଟାମିନ ବି-୧୨ କେବଳ ଶରୀରକୁ ଶକ୍ତି ପ୍ରଦାନ କରେ ନାହିଁ, ଏହା ଆମର ସ୍ନାୟୁଗତ ସମସ୍ୟାକୁ ଦୂର କରିଥାଏ । ଏହା ସୁସ୍ଥ ଲାଲ ରକ୍ତକଣିକା ସୃଷ୍ଟି କରିବା ସହ ହୃଦରୋଗ, ହଜମ କ୍ରିୟା ତଥା କର୍କଟ ଭଳି ଗୁରୁତର ରୋଗରୁ ରକ୍ଷା କରିଥାଏ । ଏତଦବ୍ୟତୀତ ଆମର ଓଜନ ଓ ଫିଜିକାଲ୍ ଫିଟନେଟ୍ ଆମର ଆୟୁଷକୁ ପ୍ରଭାବିତ କରିଥାଏ ।

Get real time updates directly on you device, subscribe now.