fbpx

National Milk Day : କେଉଁ କ୍ଷୀର ଗାଈ କ୍ଷୀର ଅପେକ୍ଷା ଅଧିକ ଲାଭଦାୟକ କାହିଁକି ? ଡେଙ୍ଗୁ ମିଳିମିଳା ଭଳି ରୋଗରେ କାହିଁକି ଦିଆ ଯାଏ ପିଇବାକୁ ଅନୁମତି, ଜାଣନ୍ତୁ

ଉତ୍ତମ ସ୍ୱାସ୍ଥ୍ୟ ଏବଂ ଫିଟନେସ୍ ପାଇଁ କ୍ଷୀର ପିଇବା ବହୁତ ଭଲ। ଆଉ ଆଜି ହେଉଛି ଜାତୀୟ କ୍ଷୀର ଦିବସ । କ୍ଷୀରର ଉପାକାରିତା ବିଷୟରେ ଆପଣ ନିହାତୀ ଭାବରେ ଶୁଣିଥିବେ । ବର୍ତ୍ତମାନ ସମୟରେ ସବୁର ଦରଦାମ ବୃଦ୍ଧି ହେବା ସହ କ୍ଷୀର ଦର ମଧ୍ୟ ହୁ ହୁ ହୋଇ ବଢ଼ୁଛି । ଅଧିକାଂଶ ଲୋକ କ୍ଷୀର କହିଲେ କେବଳ ଗାଇ କ୍ଷୀର ବୋଲି ବୁଝନ୍ତି । କେବଳ ଏତିକି ନୁହେଁ କ୍ଷୀର ପିଇବା ଏବଂ ଖାଦ୍ୟ ସାମଗ୍ରୀ ତିଆରି କରିବା ପାଇଁ ସେମାନେ ମୁଖ୍ୟତଃ ଗାଈ ଆଉ ମଇଁଷି କ୍ଷୀର କୁ ବ୍ୟବହାର କରନ୍ତି, କିନ୍ତୁ ଆପଣ ଜାଣନ୍ତି କି ଛେଳିର କ୍ଷୀର ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ। ଅନେକ ଲୋକ ଛେଳିର କ୍ଷୀରକୁ ଦୈନନ୍ଦିନ ବ୍ୟବହାର ପାଇଁ ଆଣନ୍ତି । ଛେଳିର କ୍ଷୀର ଶାରୀରିକ ସ୍ୱାସ୍ଥ୍ୟ ସହିତ ମାନସିକ ସ୍ୱାସ୍ଥ୍ୟରେ ଉନ୍ନତି ଆଣିଥାଏ । ତଥାପି, ଏହାକୁ ଧ୍ୟାନରେ ରଖିବା ଉଚିତ୍ ଯେ ଛେଳିର କ୍ଷୀର ସମସ୍ତଙ୍କ ଦ୍ୱାରା ହଜମ ହୁଏ ନାହିଁ ଏବଂ ଏହା ସମସ୍ତଙ୍କ ପାଇଁ ଲାଭଦାୟକ ନୁହେଁ ।

ୱେବଏମଡି ସମ୍ବାଦ ଅନୁଯାୟୀ, ବିଶ୍ବର ପ୍ରାୟ ଚତୁର୍ଥାଂଶ ଲୋକ କେବଳ ଛେଳିର କ୍ଷୀର ବ୍ୟବହାର କରନ୍ତି। ଛେଳିର କ୍ଷୀର ସବୁବେଳେ କେବଳ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶରେ ଖାଇବା ଉଚିତ୍ । ଛେଳିର କ୍ଷୀର ଆମର ରୋଗ ପ୍ରତିରୋଧକ ଶକ୍ତି ଏବଂ ମେଟାବୋଲିଜିମ୍ ବୃଦ୍ଧି ପାଇଁ କାମ କରେ, ଏବଂ ଏହା ଡେଙ୍ଗୁ ଭଳି ବିପଦଜନକ ରୋଗରେ ମଧ୍ୟ ବହୁତ ଲାଭଦାୟକ । ଛେଳିର କ୍ଷୀର ଗାଈର କ୍ଷୀର ଅପେକ୍ଷା ବହୁତ ମୋଟା ଅଟେ।

ତେବେ ଆସନ୍ତୁ ଜାଣିବା ଛେଳି କ୍ଷୀରର ସ୍ୱାସ୍ଥ୍ୟ ଉପକାରିତା :
-ହଜମ କରିବା ସହଜ ଅଟେ ।
-କ୍ଷୀର ଆଲର୍ଜି ହେବାର ଆଶଙ୍କା କମ୍ ଅଟେ ।
-ଏହାଦ୍ୱାରା ହୃଦରୋଗ ହେବାର ଆଶଙ୍କା ମଧ୍ୟ କମିଯାଏ ।
-ପ୍ରଦାହ ସମସ୍ୟା ହ୍ରାସ କରିବାରେ ପ୍ରଭାବଶାଳୀ ।
-ହାଡକୁ ମଜବୁତ କରେ ।
-ଏହାର ବ୍ୟବହାର ଦ୍ୱାରା ଚିନ୍ତାର ସମସ୍ୟା ଦୂର ହୁଏ ।
କେବେଳ ଏତିକି ନୁହେଁ ଛେଳି କ୍ଷୀରରେ ପୋଷକ ତତ୍ତ୍ୱ ମଧ୍ୟ ଭରି ହେଇ ରହିଛି ।
କ୍ୟାଲୋରୀ: ୧୬୮
ପ୍ରୋଟିନ୍: ୯ ଗ୍ରାମ
ଚର୍ବି: ୧୦ ଗ୍ରାମ
କାର୍ବୋହାଇଡ୍ରେଟ୍: ୧୧ ଗ୍ରାମ
ଫାଇବର: ୦ ଗ୍ରାମ
ଚିନି: ୧୧ ଗ୍ରାମ

ଛେଳିର କ୍ଷୀର ଅନେକ ପୁଷ୍ଟିକର ଉତ୍ସ …

– ପ୍ରୋଟିନ୍
– କ୍ୟାଲସିୟମ୍
– ପୋଟାସିୟମ୍
ଫସଫରସ୍
– ମ୍ୟାଗ୍ନେସିୟମ୍
ଭିଟାମିନ୍ ଏ ର ଭଲ ଉତ୍ସ :
ଛେଳି କ୍ଷୀର ଭିଟାମିନ୍ ଏ ର ଏକ ଉଚ୍ଚ ଉତ୍ସ । ଯଦି ଏହା ପ୍ରତିଦିନ ଖିଆଯାଏ, ତେବେ ଏହା ମୋତିଆବିନ୍ଦୁ ଏବଂ କର୍କଟ ଭଳି ରୋଗର ଆଶଙ୍କା ହ୍ରାସ କରିପାରେ । ଅନେକ ଥର ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମଧ୍ୟ ମିଳିମିଳା ରୋଗରେ ଛେଳି କ୍ଷୀର ଦେବା ପାଇଁ ପରାମର୍ଶ ଦିଅନ୍ତି।

କୋଲେଷ୍ଟ୍ରଲ କମ କରିଥାଏ :
ଯଦି ଆପଣ ଉଚ୍ଚ କୋଲେଷ୍ଟ୍ରଲ୍ ର ସମସ୍ୟାରେ ପୀଡିତ ଅଛନ୍ତି, ତେବେ ଛେଳିର କ୍ଷୀର ଏହାକୁ ହ୍ରାସ କରିବାରେ ବହୁତ ସହାୟକ ହୋଇପାରେ । ଅଧ୍ୟୟନରୁ ଜଣାପଡିଛି ଯେ ଛେଳି କ୍ଷୀର ଧମନୀ ଏବଂ ଗାଲ୍ ବ୍ଲାଡରରେ କୋଲେଷ୍ଟ୍ରଲ ହ୍ରାସ କରିବାରେ ସାହାଯ୍ୟ କରିଥାଏ।

Get real time updates directly on you device, subscribe now.