fbpx

ରେଲୱେରେ ଚାକିରି ପାଇଁ ଆସିଛି ବଡ଼ ସୁଯୋଗ: ଯୁକ୍ତ ୨ ପାସ୍‌ କରିଥିବା ପ୍ରାର୍ଥୀ କରନ୍ତୁ ଆବେଦନ

Advertisement

ନୂଆଦିଲ୍ଲୀ: ରେଲୱେରେ ଚାକିରି କରିବାକୁ ଚାହୁଁଥିଲେ ଆସିଛି ଖୁସିଖବର । ଭାରତୀୟ ରେଳବାଇର ଦକ୍ଷିଣ ପୂର୍ବ ରେଳବାଇ ଅଧିନରେ ଗ୍ରୁପ ସି ପଦବୀରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି। ଏହି ଭର୍ତ୍ତି ଅଧିନରେ ଯୋଗ୍ୟ ପ୍ରାର୍ଥୀ ରେଲୱେର ଅଫିସିଆଲ ୱେବସାଇଟ୍‌ ser.indianrailways.gov.in କୁ ଯାଇ ଆବେଦନ କରିପାରିବେ। ଏହି ଭର୍ତ୍ତି ସ୍ପୋଟର୍ସ କୋଟା ଅଧିନରେ ହେବ।

ପଦବୀ ବିବରଣୀ: ୨୧

ଗ୍ରୁପ ସି ଅଧିନରେ ୪/୫: ୫
ଗ୍ରୁପ ସି ଅଧିନରେ ୨/୩ : ୧୬

ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୧୪ ନଭେମ୍ବର ୨୦୨୨ ରହିଛି।

ଶିକ୍ଷାଗତ ଯୋଗ୍ୟତା : ଗ୍ରୁପ ସି ଅଧିନରେ ୫ ଟି ପଦବୀ ପାଇଁ ପ୍ରାର୍ଥୀ କୌଣସି ମାନ୍ୟତାପ୍ରାପ୍ତ ୟୁନିଭରସିଟିରୁ ଡିଗ୍ରୀ କିମ୍ବା ସମକକ୍ଷ ଯୋଗ୍ୟତା ଥିବା ଜରୁରୀ। ଏହାଛଡା ୧୬ଟି ପଦବୀ ପାଇଁ ୧୨ଶ ପାସ୍‌ କରିଥିବା ଜରୁରୀ।

ବୟସ ସୀମା : ଏଥିରେ ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ବୟସ ୧୮ ରୁ ୨୫ ବର୍ଷ ହେବା ଜରୁରୀ।

ଆବେଦନ ଶୁଳ୍କ : ଏହି ପଦବୀରେ ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ ସାଧାରଣ ବର୍ଗ ଏବଂ ଓବିସି ପ୍ରାର୍ଥୀ ପରୀକ୍ଷା ଶୁଳ୍କ ବାବଦରେ ୫୦୦ ଦେବାକୁ ପଡିବ। ଅନୁସୂଚିତ ଜାତି ଏବଂ ଜନଜାତି ପ୍ରାର୍ଥୀ ପରୀକ୍ଷା ଶୁଳ୍କ ବାବଦରେ ୨୫୦ ଟଙ୍କା ଦେବାକୁ ହେବ।

ଚୟନ ପ୍ରକ୍ରିୟା : ଏହି ଭର୍ତ୍ତି ପାଇଁ କୌଣସି ପରୀକ୍ଷା ଦେବାକୁ ପଡିବ ନାହିଁ। କେବଳ ଖେଳ ସାର୍ଟିଫିକେଟ ଏବଂ ଶିକ୍ଷାଗତ ଯୋଗ୍ୟତା ଦ୍ୱାରା କରାଯିବ। ଡକ୍ୟୁମେଣ୍ଟ ଭେରିଫିକେସନ ପରେ ଖେଳ ସାର୍ଟିଫିକେଟ ଆଧାରରେ ସିଲେକ୍ସନ କରାଯିବ।

Get real time updates directly on you device, subscribe now.