fbpx

ଖଣି ଦୁର୍ନୀତି ମାମଲାରେ ହେମନ୍ତ ସୋରେନଙ୍କୁ ଆଶ୍ୱସ୍ତି:ହାଇକୋର୍ଟ ଫୈସଲାକୁ ଖାରଜ କଲେ ସୁପ୍ରିମକୋର୍ଟ

ଝାଡଖଣ୍ଡ: ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ମିଳିଛି । ଇଡି ତଦନ୍ତ ନେଇ ଦାୟର ଜନସ୍ୱାର୍ଥ ମାମଲାରେ ରୋକ ଲଗାଇବା ସହ ମାମଲା ଗ୍ରହଣ ଯୋଗ୍ୟ ନୁହେଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଯାହାକୁ ନେଇ ବର୍ତ୍ତମାନ ହେମନ୍ତ ସୋରେନ୍ ଆଶ୍ୱସ୍ତ ହୋଇଥିବା ଜଣାପଡିଛି ।

ତେବେ ମାମଲା ଆବେଦନକାରୀ ଶିବଶଙ୍କର ଶର୍ମା ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ନାଁରେ ବେଆଇନ ଭାବରେ ଖଣି ଖନନ, ଲିଜ ବଣ୍ଟନ ଏବଂ ନିଜ ଲୋକଙ୍କଦ୍ୱାରା ସେଲ କମ୍ପାନୀଗୁଡିକରେ ପୁଞ୍ଜି ନିବେଶ ଆଦି ଘଟଣାକୁ ନେଇ ଝାଡଖଣ୍ଡ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର କରିଥିଲେ । ଯାହାକୁ ଝାଡଖଣ୍ଡ ରାଜ୍ୟ ସରକାର ଏବଂ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ଚ୍ୟାଲେଞ୍ଜ କରିବା ସହ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ ।

ବେଆଇନ ଖଣି ଖନନ ମାମଲାରେ ଇଡି ତରଫରୁ ସମନ ପଠାଯାଇଥିବା ସତ୍ତ୍ୱେ ନଭେମ୍ବର ୩ ତାରିଖରେ ହେମନ୍ତ ସୋରେନ୍ ସେଠାରେ ପହଞ୍ଚି ନଥିଲେ । ଏଥିସହିତ ସେ ମୁଖ୍ୟମନ୍ତ୍ରୀ ବ୍ୟବସ୍ତା ଦର୍ଶାଇ ଇଡିକୁ ତିନି ସପ୍ତାହର ସମୟ ମାଗିଥିଲେ । ଏତତ୍ ବ୍ୟତୀତ ଏକ ଜନସଭାରେ ଶ୍ରମିକମାନଙ୍କୁ ସମ୍ବୋଧିତ କରି ସୋରେନ୍ କହିଥିଲେ ଯେ ‘ମତେ ଇଡି ସମନ ପଠାନ୍ତୁ ନାହିଁ, ସାହାସ ଅଛି ତ ସିଧାସଳଖ ଗିରଫ କରି ଦେଖାନ୍ତୁ ।’

Get real time updates directly on you device, subscribe now.