fbpx
BSKY SKY
BSKY SKY

ଅନୁଷ୍କାଙ୍କ ଜୀବନଶୈଳୀ ପୁରା ରାଜକୁମାରୀ ଭଳି, ଡ୍ରାଇଭରକୁ ଗିଫ୍ଟ କଲେ ୧୨ଲକ୍ଷ ଟଙ୍କା

BSKY

ହାଇଦ୍ରାବାଦ: ଅନୁଷ୍କା ସେଠୀଙ୍କ ସମୁଦାୟ ନେଟୱର୍ଥ ୧୪୦ କୋଟି ଟଙ୍କା । ଏହାଛଡା ତାଙ୍କର ହାଇଦ୍ରାବାଦ ଜୁବ୍ଲି ହିଲ୍ସରେ ଏକ ରାଜକୀୟ ଘର ଅଛି ଯେଉଁଥିରେ କେହି ଚାହିଁଲେ ମଧ୍ୟ ରହିପାରିବେ । ଆଜି ହେଉଛି ସାଉଥ ହିରୋଇନ ଅନୁଷ୍କା ସେଠୀଙ୍କ ଜନ୍ମଦିନ । ତେଣୁ ବାହୁବଳୀ ଫିଲ୍ମର ଦେବସେନା ନିଜର ୪୧ତମ ଜନ୍ମଦିନ ମନାଉଛନ୍ତି । ସେ ବାହୁବଳୀ ଓ ବାହୁବଳୀ-୨ରେ ଦମଦାର ଅଭିନୟ କରି ଦର୍ଶକଙ୍କ ମନ କିଣିଥିଲେ । ସେହି ମୁଭିରେ ଅନୁଷ୍କା ଏକ ସାହାସୀ ରାଜକୁମାରୀର ଅଭିନୟ କରିଥିଲେ । ସେ ରିଲକୁ ଛାଡି ରିଅଲ ଲାଇଫରେ ଏମିତି କିଛି କାମ କରି ଦେଖାଇଛନ୍ତି ଯାହାକୁ ଆପଣ ଶୁଣି ଆଶ୍ଚର୍ଯ୍ୟ ହେବେ ।

ପ୍ରକୃତରେ ଅନୁଷ୍କା ସେଠୀ ଏକ ରାଜକୀୟ ଜୀବନକୁ ପସନ୍ଦ କରନ୍ତି । ବାହୁବଳୀ ଫିଲ୍ମ କରିସାରିବା ପରେ ସେ ନିଜର ଚାର୍ଜକୁ ଅଧିକ କରିଦେଇଛନ୍ତି । କହିବାକୁ ଗଲେ ସାଉଥ ଚଳଚ୍ଚିତ୍ର ଜଗତରେ ସବୁ ହିରୋଇନଙ୍କ ଠାରୁ ଅନୁଷ୍କା ଫିଲ୍ମ ପାଇଁ ଅଧିକ ଟଙ୍କା ନେଇଥାନ୍ତି । ସୂଚନା ଅନୁଯାୟୀ ସେ ଗୋଟେ ଫିଲ୍ମ ପାଇଁ ୪ ରୁ ୫ କୋଟି ଟଙ୍କା ଡିମାଣ୍ଡ କରନ୍ତି । ଏହାସହ ସେ ବିଭିନ୍ନ ବିଜ୍ଞାପନରେ ମଧ୍ୟ କାମ କରୁଛନ୍ତି ।

ଅନୁଷ୍କାଙ୍କୁ ସୌକିନ କାର ମଧ୍ୟ ବହୁତ ଭଲଲାଗେ । ଜାଣିଛନ୍ତି କି ତାଙ୍କ ପାଖେ କେଉଁ କେଉଁ କାର ଅଛି? ଟୋୟଟା କୋରୋଲା, ବିଏମଡବ୍ଲୁ, ଅଡିକ୍ୟୁ-୬, ଅଡିକ୍ୟୁ-୫ ଭଳି କେତେ ବିଳସପୂର୍ଣ୍ଣ ଗାଡି ରହିଛି ବାହୁବଳୀ ହିରୋଇନ ପାଖେ । ସତ କହିବାକୁ ଗଲେ ସେ ତାଙ୍କ ଜୀବନରେ ରାଜକୁମାରୀ ଭଳି ବଂଚୁଥିଲେ । ଯିଏ ତାଙ୍କୁ ପସନ୍ଦ ଆସନ୍ତି ସେ ତାଙ୍କ ଜୀବନ କୁ ବଦଳାଇ ଦିଅନ୍ତି । ଥରେ ସେ ତାଙ୍କ ଡ୍ରାଇଭର ଉପରେ ଖୁସି ହୋଇ ୧୨ଲକ୍ଷ ଟଙ୍କାର କାର ଗିଫ୍ଟ କରିଥିଲେ । ଅନୁଷ୍କା ତାଙ୍କ ଜୀବନରେ ଅନେକ ଫିଲ୍ମ କରିଥିଲେ ମଧ୍ୟ ବାହୁବଳୀ ଫିଲ୍ମ ତାଙ୍କୁ ଏକ ନୂଆ ପରିଚୟ ଦେଇଛି । ବାହୁବଳୀ ଫିଲ୍ମ କରିସାରିବା ପରେ ସେ ଦେଶରେ ଲୋକପ୍ରିୟ ହୋଇସାରିଛନ୍ତି ।

 

Get real time updates directly on you device, subscribe now.