ସରକାରୀ କର୍ମଚାରୀଙ୍କୁ ବଡ଼ ଝଟକା, ଆଉ ମିଳିବନି କି DA ଓ DR…, ଏ ଖବର ଶୁଣିଲେ ପାଦ ତଳୁ ମାଟି ଖସିଯିବ…
ଏହି କାଳରେ ସରକାର ମୋଟ ୩୪,୪୦୨ କୋଟି ଟଙ୍କା ସଞ୍ଚୟ କରିଥିଲେ।
ଓଡିଶା ଭାସ୍କର: କୋଭିଡ-୧୯ ମହାମାରୀ କାଳରେ କେନ୍ଦ୍ର ସରକାରଙ୍କ ଦ୍ୱାରା ବନ୍ଦ କରାଯାଇଥିବା କର୍ମଚାରୀଙ୍କ ୧୮ ମାସର ମହଙ୍ଗା ଭତ୍ତା (ଡିଏ) ଓ ପେନସନରଙ୍କ ବକେୟା ଡିଆର ରାଶି ମିଳିବ ନାହିଁ। ସଂସଦର ମୌସୁମୀ ଅଧିବେଶନରେ ଅର୍ଥ ରାଜ୍ୟମନ୍ତ୍ରୀ ପଙ୍କଜ ଚୌଧୁରୀ ଏହା ସ୍ପଷ୍ଟ କରିଦେଇଛନ୍ତି।
ସେ କହିଛନ୍ତି ଯେ ଆର୍ଥିକ କାରଣ ଯୋଗୁଁ ଏହି ସମୟର ଏରିୟର ଜାରି କରିବା ସରକାରଙ୍କ ନିମନ୍ତେ ସମ୍ଭବ ନୁହେଁ। ଅର୍ଥ ରାଜ୍ୟମନ୍ତ୍ରୀଙ୍କ ଏହି ସୂଚନା ଦେଶର ଲକ୍ଷଲକ୍ଷ ସରକାରୀ କର୍ମଚାରୀ ଓ ପେନସନରଙ୍କୁ ନିରାଶ କରିଛି।
ଜାନୁୟାରୀ ୨୦୨୦ରୁ ଜୁନ ୨୦୨୧ ପର୍ଯ୍ୟନ୍ତ କେନ୍ଦ୍ର ସରକାର କର୍ମଚାରୀଙ୍କ ୩ଟି ଡିଏ ଓ ଡିଆରକୁ ଫ୍ରିଜ କରିଦେଇଥିଲେ। କରୋନା କାଳର କଠିନ ଆର୍ଥିକ ପରିସ୍ଥିତିକୁ ଧ୍ୟାନରେ ରଖି ସରକାର ଏହି ନିଷ୍ପତ୍ତି ନେଇଥିଲେ।
ଏହି କାଳରେ ସରକାର ମୋଟ ୩୪,୪୦୨ କୋଟି ଟଙ୍କା ସଞ୍ଚୟ କରିଥିଲେ। ହେଲେ ଏହି ରାଶି ଏବେବି କର୍ମଚାରୀ ଓ ପେନସନରଙ୍କୁ ମିଳି ନାହିଁ। ଏଣୁ ବିଭିନ୍ନ କର୍ମଚାରୀ ସଙ୍ଗଠନ, ଫେଡେରେସନ ଓ ପେନସନର ଆସୋସିଏସନ ଲଗାତାର ସରକାରଙ୍କ ନିକଟରେ ଏହି ବକେୟା ରାଶି ଜାରି କରିବାକୁ ଦାବି କରୁଛନ୍ତି।
ପଢନ୍ତୁ ଅଧିକ ଖବର…. ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଚାଷୀଙ୍କୁ ଦେଲେ ବଡ଼ ଗିଫ୍ଟ, ବଢିଲା…
ଏ ନେଇ ଜେସିଏମ ଷ୍ଟାଫ ସାଇଡ, ନ୍ୟାସନାଲ ଜଏଣ୍ଟ କାଉନସିଲ ଅଫ ଆକ୍ସନ (ଏନଜେସିଏ) ଓ ଅଖିଳ ଭାରତୀୟ ରକ୍ଷା କର୍ମଚାରୀ ମହାସଂଘଙ୍କ ଭଳି ପ୍ରମୁଖ ସଂସ୍ଥାମାନେ ଅର୍ଥମନ୍ତ୍ରାଳୟ ଓ କ୍ୟାବିନେଟ୍ ସଚିବଙ୍କୁ ବାରମ୍ବାର ଜ୍ଞାପନ ମଧ୍ୟ ଦେଲେଣି। କର୍ମଚାରୀ ସଙ୍ଗଠନମାନେ ତର୍କ ଦେଉଛନ୍ତି ଯେ ଏହା କେବଳ ସେମାନଙ୍କର ଭତ୍ତା ନୁହେଁ ବରଂ କର୍ମଚାରୀଙ୍କ ବୈଧ ଆୟର ସ୍ରୋତ। ଏହାକୁ ରୋକି ସେମାନଙ୍କ ସହିତ ଅନ୍ୟାୟ କରାଯାଉଛି।
ଏ ନେଇ ସୁପ୍ରିମକୋର୍ଟଙ୍କ ପୂର୍ବ ନିଷ୍ପତ୍ତିର ଉଦାହରଣ ଦେଇ ଏପରି ମାମଲାରେ ସରକାର କର୍ମଚାରୀଙ୍କୁ ବିଳମ୍ବ ଲାଗି ସୁଧ ସହିତ ପୈଠ କରିବାକୁ ପଡିଥାଏ ବୋଲି ମଧ୍ୟ କହୁଛନ୍ତି।
ତେବେ ସରକାର କହିଛନ୍ତି ଯେ କୋଭିଡ ସମୟରେ ଯେଉଁ ଆର୍ଥିକ ଚାପ ପଡିଥିଲା ସେଥି ପାଇଁ କର୍ମଚାରୀଙ୍କ ଡିଏ ଓ ଡିଆର ଫ୍ରିଜ କରିବା ଆବଶ୍ୟକ ଥିଲା। ଏଣୁ ଅର୍ଥମନ୍ତ୍ରୀ ଓ ଅର୍ଥ ରାଜ୍ୟମନ୍ତ୍ରୀ ବାରମ୍ବାର ଦୋହରାଉଛନ୍ତି ଯେ ବକେୟା ପୈଠର ପ୍ରଶ୍ନ ହିଁ ଉଠୁ ନାହିଁ। ସେମାନଙ୍କ ତର୍କ ହେଉଛି ବର୍ତ୍ତମାନ ମଧ୍ୟ ଦେଶର ରାଜକୋଷ ସ୍ଥିତି ଏଫଆରବିଏମ ଅଧିନିୟମର ଅନୁମାନ ସ୍ତରରୁ ଉପରେ ରହିଛି, ଏଣୁ ଏପରି ବ୍ୟୟ ବ୍ୟବହାରିକ ନୁହେଁ।
ତେବେ ଏହି ପ୍ରସଙ୍ଗ ଏବେ ଆର୍ଥିକ ହୋଇ ରହି ନାହିଁ, ବରଂ ରାଜନୈତିକ ଓ ନୈତିକ ଦାୟିତ୍ୱ ସହିତ ଯୋଡି ହୋଇଯାଇଛି। ସାଂସଦ ଆନନ୍ଦ ଭଦୌରିୟାଙ୍କ ଭଳି ନେତାମାନେ ସଂସଦରେ ବାରମ୍ବାର ‘ସରକାରୀ ଆର୍ଥିକ ବାଧ୍ୟବାଧକତା ନାମରେ କର୍ମଚାରୀଙ୍କ ହକ କୁ ଅଣଦେଖା କରୁଛନ୍ତି କି?’ ବୋଲି ପ୍ରଶ୍ନ ଉଠାଇଛନ୍ତି। ଏଥିରେ ବିରୋଧୀ ଦଳ ଓ ସରକାରୀ କର୍ମଚାରୀଙ୍କ ସଙ୍ଗଠନ କହୁଛନ୍ତି ଯେତେବେଳେ ସରକାର ଅର୍ଥ ବ୍ୟବସ୍ଥା ସୁଧୁରିଥିବାର କଥା କହୁଛନ୍ତି ନୂଆ ଯୋଜନା ଓ ପ୍ରକଳ୍ପ ବାବଦେ ଖର୍ଚ୍ଚ କରୁଛନ୍ତି ଏଥିରେ କର୍ମଚାରୀଙ୍କୁ ବେକାୟ କାହିଁକି ଦେଉ ନାହାନ୍ତି? ବୋଲି ପ୍ରଶ୍ନ କରୁଛନ୍ତି।