fbpx

RBIର ବଡ ସଫଳତା, ବ୍ରିଟେନରୁ ଫେରି ଆସିଲା ୧୦୦ଟନ୍ ସୁନା, ଜାଣନ୍ତୁ କେଉଁଠି ରଖାଯିବ ଏତେ ବଡ ଭଣ୍ଡାର

Advertisement

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ବ୍ରିଟେନରୁ ୧୦୦ଟନ୍‌ରୁ ଅଧିକ ସୁନା ଦେଶକୁ ଫେରାଇ ଆଣିଛି ଓ ଏହାକୁ ନିଜ ଭଣ୍ଡାରରେ ଟ୍ରାନ୍ସଫର କରିଛି । ମିଳିଥିବା ଏକ ରିପୋର୍ଟରୁ ଜଣାଯାଇଛି କି ଆଗାମୀ ଦିନରେ ପୁଣି ଏତିକି ମାତ୍ରାରେ ସୁନା ଦେଶକୁ ଫେରିଆସିବ । ବର୍ଷ ୧୯୯୧ରେ ବନ୍ଧା ପଡିଥିବା ଏହି ସୁନା ପ୍ରଥମ ଥର ପାଇଁ ଆର୍‌ବିଆଇ ଷ୍ଟକରେ ସାମିଲ କରାଯାଇଛି ।

RBI ର ଅଧାରୁ ଅଧିକ ସୁନା ଭଣ୍ଡାର ବିଦେଶରେ ବ୍ୟାଙ୍କ ଅଫ୍ ଇଂଲଣ୍ଡ ଓ ବ୍ୟାଙ୍କ ଅଫ୍ ଇଣ୍ଟରନ୍ୟାସନାଲ ସେଟେଲମେଣ୍ଟସ୍ ନିକଟରେ ସୁରକ୍ଷିତ ଭାବରେ ରଖାଯାଇଛି । ଏହାର ପ୍ରାୟ ଏକ ତୃତୀୟାଂଶ ଭାଗ ଘରୋଇ ସ୍ତରରେ ରଖାଯାଇଛି । ବ୍ରିଟେନରୁ ସୁନା ଭାରତକୁ ଆସିବା ଫଳରେ RBI ର ଭଣ୍ଡାରଣ ଖର୍ଚ୍ଚ (RBI Gold Stock Cost ) କମିଯିବ ଯାହା ବ୍ୟାଙ୍କ ଅଫ୍ ଇଣ୍ଡିଆକୁ ପଇଠ କରାଯାଏ ।

RBI ପକ୍ଷରୁ ଜାରି ରିପୋର୍ଟ ଅନୁସାରେ ମାର୍ଚ୍ଚ ୩୧ ୨୦୨୪ ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ପାଖରେ ବିଦେଶୀ ମୁଦ୍ରା ଭଣ୍ଡାର ଅଂଶ ଭାବରେ ୮୨୨.୧୦ ଟନ୍ ସୁନା ଥିଲା ଯାହା ପୂର୍ବ ବର୍ଷ ଏହି ସମୟରେ ୭୯୪.୬୩ ଟନ୍ରୁ ଅଧିକ ଥିଲା । ବର୍ଷ ୧୯୯୧ରେ ଚନ୍ଦ୍ରଶେଖର ସରକାର ବାଲାନ୍ସ ଅଫ୍ ପେମେଣ୍ଟ କ୍ରାଇସିସ୍‌କୁ ସମ୍ମୁଖୀନ ହେବା ପାଇଁ ସୁନା ବନ୍ଧା ରଖିଥିଲେ । ୪୦୦ ମିଲିୟନ ଡଲାର ଯୋଗାଡ କରିବା ଲାଗି ଆରବିଆଇ ବ୍ୟାଙ୍କ ଅଫ୍ ଇଂଲଣ୍ଡ ଓ ବ୍ୟାଙ୍କ ଅଫ୍ ଜାପାନ ନିକଟରେ ୪୬.୯୧ ଟନ୍ ସୁନା ବନ୍ଧକ ରଖିଥିଲେ ।

RBI ୧୫ ବର୍ଷ ପୂର୍ବେ ଅନ୍ତରାଷ୍ଟ୍ରୀୟ ମୁଦ୍ରାକୋଷ(IMF) ଠାରୁ ପ୍ରାୟ ୨୦୦ ଟନ୍ ସୁନା କିଣିଥିଲା । ୨୦୦୯ରେ ୟୁପିଏ ସରକାର କାର୍ଯ୍ୟକାଳ ସମୟରେ ମନମୋହନ ସିଂହ ସରକାର ଏହାର ଆସେଟସ୍‌ରେ ବିବିଧତା ଆଣିବା ଲାଗି ୨୦୦ଟନ୍ ସୁନା କିଣିଥିଲେ । ଗତ କିଛି ବର୍ଷ ମଧ୍ୟରେ RBI ଦ୍ୱାରା କିଣାଯାଇଥିବା ସୁନା ଷ୍ଟକ ଲଗାତର ବୃଦ୍ଧି ପାଇବାରେ ଲାଗିଛି । RBI ମୁଖ୍ୟତଃ ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣରେ ରଖିବା ପାଇଁ ଓ ବିଦେଶୀ ମୁଦ୍ରା ଭଣ୍ଡାର ଉପରେ ଚାପକୁ କମ୍ କରିବା ପାଇଁ ସୁନା କ୍ରୟ କରିଥାଏ । ଡିସେମ୍ବର ୨୦୧୭ରୁ RBI ନିୟମିତ ଭାବରେ ବଜାରରୁ ସୁନା ଜମା କରିବା ଆରମ୍ଭ କରିଦେଇଛି । ଦେଶର ମୋଟ ବିଦେଶୀ ମୁଦ୍ରା ଭଣ୍ଡାରରେ ସୁନାର ଭାଗ ଡିସେମ୍ବର ୨୦୨୩ ଶେଷ ସୁଦ୍ଧା ୭.୭୫%ରୁ ବୃଦ୍ଧି ପାଇ ଏପ୍ରିଲ ୨୦୨୪ ଶେଷ ସୁଦ୍ଧା ୮.୭% ରେ ପହଞ୍ଚିବ ବୋଲି ଅନୁମାନ ଲଗାଯାଇଛି । ତେବେ ଏହି ସୁନା ମୁମ୍ବାଇ ମିଣ୍ଟ ରୋଡ୍ ସ୍ଥିତ RBI ଭବନ ଓ ନାଗପୁରରେ ଥିବା ଟ୍ରେଜେରୀରେ ରଖାଯାଇଥାଏ ।

Get real time updates directly on you device, subscribe now.