fbpx

PM Kisaan Yojna ହିତାଧିକାରୀଙ୍କ ପାଇଁ ବଡ଼ ଅପଡେଟ୍: ଏହି କୃଷକଙ୍କୁ ମିଳିବନି ଆଗାମୀ କିସ୍ତି

ନୂଆଦିଲ୍ଲୀ: କୃଷକଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାର ପି.ଏମ. କିସାନ(PM Kisaan Yojna) ଯୋଜନା ଜାରି ରଖିଛନ୍ତି । ବାର୍ଷିକ ୬୦୦୦ ଟଙ୍କା ଲେଖାଏଁ ୩ଟି କିସ୍ତିରେ ଯୋଗ୍ୟ ହିତାଦିକାରୀଙ୍କୁ ପ୍ରଦାନ କରୁଛନ୍ତି କେନ୍ଦ୍ର ସରକାର । ବର୍ତ୍ତମାନ ସୁଦ୍ଧାର ଏହି ଯୋଜନାରେ ୧୫ଟି କିସ୍ତି ଯୋଗାଇ ଦିଆଯାଇଥିବା ବେଳେ ୧୬ତମ କିସ୍ତିକୁ ଅପେକ୍ଷା କରି ରହିଛନ୍ତି ହିତାଧିକାରୀ । ତେବେ ବର୍ତ୍ତମାନ ଏହାକୁ ନେଇ ଏକ ବଡ଼ ଅପଡେଟ ଆସିଛି । ଆଗାମୀ କିସ୍ତି ପାଇବାରୁ ଅନେକ କୃଷକ ବା ହିତାଧିକାରୀ ବଞ୍ଚିତ ହୋଇପାରନ୍ତି ।

ଆସନ୍ତା ମାସରେ ମିଳିପାରେ କିସାନ ଯୋଜନାର ୧୬ତମ କିସ୍ତି । ତେବେ ଏହାପୂର୍ବରୁ ଜାଣିବାକୁ ମିଳିଛି ଯେ, ଇ-କେୱାଇସି ଅପଡେଟ କରି ନଥିବା କୃଷକ ମାନଙ୍କୁ ଏହି କିସ୍ତିର ଟଙ୍କା ପ୍ରଦାନ କରାଯିବ ନାହିଁ । ସେମାନେ ଏହା ପାଇବା ପାଇଁ ଯୋଗ୍ୟ ହିତାଧିକାରୀ ହୋଇଥିଲେ ମଧ୍ୟ ତାଙ୍କ ଆକାଉଣ୍ଟକୁ ଟଙ୍କା ପଠାଯିବ ନାହିଁ ବୋଲି ଜାଣିବାକୁ ମିଳିଛି । ସାମାନ୍ୟ ଭୁଲ ପାଇଁ ସରକାରଙ୍କ ଏହି ମହତ୍ତ୍ୱାକାଂକ୍ଷୀ ଯୋଜନାରୁ ବଞ୍ଚିତ ହୋଇପାରନ୍ତି ଯୋଗ୍ୟ ହିତାଧିକାରୀ ।

କୃଷକଙ୍କ ଇ-କେୱାଇସି ଅପଡେଟ କରିବା ପାଇଁ ଦୀର୍ଘ ଦିନରୁ ଗୁରୁତ୍ୱ ଦେଉଛନ୍ତି କେନ୍ଦ୍ର ସରକାର । ଏହାପରେ ମଧ୍ୟ ଅନେକ ଯୋଗ୍ୟ ହିତାଧିକାରୀ ନିଜର ଇ-କେୱାଇସି ଅପଡେଟ କରିନାହାନ୍ତି । ଏହାକୁ ନେଇ ନିଜର ଦାୟିତ୍ୱରେ ଅବହେଳା କରିଛନ୍ତି ଦେଶର ଅନେକ କୃଷକ । ତେବେ ନିୟମ ଅନୁସାରେ, ସମସ୍ତ ଲାଭାର୍ଥିଙ୍କୁ ଏହି ଇ-କେୱାଇସି ପ୍ରସେସ ପୂରଣ କରିବା ଉଚିତ୍ । ଏଥିପାଇଁ ନିକଟସ୍ଥ ସିଏସସି ସେଣ୍ଟରକୁ ଯାଇ ଏହି କାମ କରିପାରିବେ କୃଷକ । ଏହାବ୍ୟତୀତ ପିଏମ କିସାନ ଯୋଜନାର ଅପିସିଆଲ ୱେବସାଇଟରେ ଯାଇ ମଧ୍ୟ ନିଜ ଇ-କେୱାଇସି ଅପହେଟ କରିପାରିବେ ।

ସେହିପରି ଫର୍ମପୂରଣରେ କୌଣସି ଭୁଲ ଥିଲେ ମଧ୍ୟ ଏଥିରୁ ହିତାଧିକାରୀଙ୍କୁ ବାଦ୍ ଦିଆଯାଇପାରେ । ସାଧାରଣତଃ ଭୁଲ ନାମ, ଭୁଲ ଭାଷାରେ ନାମ ଲେଖିବା, ଆଧାର ନମ୍ବର କିମ୍ବା ମୋବାଇଲ ନମ୍ବର ଇତ୍ୟାଦି ଭୁଲ ଲେଖିଥାନ୍ତି କୃଷକ । ତେଣୁ ଫର୍ମ ପୂରଣ କରିବା ସମୟରେ ଏସବୁ ପ୍ରତି ଧ୍ୟାନ ଦିଅନ୍ତୁ । ତେବେ ଯଦି ବର୍ତ୍ତମାନ ସୁଦ୍ଧା ଆପଣଙ୍କ ଲ୍ୟାଣ୍ଡ ଭେରିଫିକେସନ କାର୍ଯ୍ୟ ପୂରଣ ହୋଇନାହିଁ, ତେବେ ଆପଣ ମଧ୍ୟ ଏହି ଯୋଜନାର ୧୬ତମ କିସ୍ତି ପାଇବାରୁ ବଞ୍ଚିତ ହୋଇପାରନ୍ତି ।

Get real time updates directly on you device, subscribe now.