fbpx

ବିଶ୍ୱର ବୃହତ୍ତମ କ୍ରିକେଟ ଷ୍ଟାଡିୟମ ଉଦଘାଟନ କରିବେ ରାଷ୍ଟ୍ରପତି: ଭାରତ-ଇଂଲଣ୍ଡ ହେବେ ମୁହାଁମୁହିଁ

ଅହମ୍ମଦାବାଦ, ୨୪ା୨: ବିଶ୍ୱର ସର୍ବବୃହତ କ୍ରିକେଟ ଗ୍ରାଉଣ୍ଡରେ ଆଜି ଭାରତ ଓ ଇଂଲଣ୍ଡ ମଧ୍ୟରେ ୩ୟ ଟେଷ୍ଟ ମ୍ୟାଚ ଅନୁଷ୍ଠିତ ହେବ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ଗୁଜୁରାଟର ମୋଟେରା ଷ୍ଟାଡିୟମକୁ ଉଦ୍ଘାଟନ କରିବେ । ୬୩ ଏକର ଜମିରେ ନିର୍ମିତ ହୋଇଥିବା ଗ୍ରାଉଣ୍ଡରେ ୧ ଲକ୍ଷ ୧୦ ହଜାର ଦର୍ଶକ ଖେଳ ଉପଭୋଗ କରିବାର କ୍ଷମତା ରହିଛି । ବିଶ୍ୱର ବୃହତ୍ତମ ଷ୍ଟାଡିୟମ ମେଲବର୍ଣ୍ଣକୁ ହଟାଇ ମୋଟେରା ନମ୍ବର ୱାନ ଷ୍ଟାଡିୟମ ଭାବେ ପରିଗଣିତ ହୋଇଛି ।

ରାଷ୍ଟ୍ରପତିଙ୍କ ସହ ଗୃହମନ୍ତ୍ରୀ ଆଜିର ଶୁଭାରମ୍ଭ ଅବସରରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ମୋଟେରା ଷ୍ଟାଡିୟମରେ ଆଜି ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ ଖେଳାଯିବ । ବର୍ଷା ହେଲେ ମଧ୍ୟ ଏହି ଷ୍ଟାଡିୟମରେ ମ୍ୟାଚ ବାତିଲ ନ ହେବାର ବ୍ୟବସ୍ଥା କରାଯାଇଛି । ବିଶ୍ୱର ଏହା ହେଉଛି ଏକମାତ୍ର ଷ୍ଟାଡିୟମ ଯେଉଁଠି ୧୧ଟି ମଲଟିପଲ୍ ପିଚ୍ ନିର୍ମାଣ କରାଯାଇଛି ।

Get real time updates directly on you device, subscribe now.