fbpx

ରେଳ ଯାତ୍ରୀଙ୍କ ପାଇଁ ବଡ ଖବର, ଟିକେଟ୍ ବୁକିଂର ନିୟମ ବଦଳାଇଲା IRCTC

ନୁଆଦିଲ୍ଲୀ(ଓଡ଼ିଶା ଭାସ୍କର): ଭାରତର ଅନେକ ଲୋକେ ଦୈନନ୍ଦିନ ବିଭିନ୍ନ ସ୍ଥାନକୁ ଯିବା ପାଇଁ ଟ୍ରେନ୍‌ରେ ଯାତ୍ରା କରିଥାନ୍ତି। ଯାତ୍ରାପାଇଁ ଆପଣ ଯଦି ଅନଲାଇନ୍ ଟିକେଟ୍ ବୁକିଂ କରୁଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ ବେଶ୍ ଗୁରୁତ୍ୱପୁର୍ଣ୍ଣ। ଆପ୍ ଏବଂ ୱେବସାଇଟ୍ ମାଧ୍ୟମରେ ଅନଲାଇନ୍ ଟିକେଟ୍ ବୁକିଂ କରିବାର ପ୍ରକ୍ରିୟାରେ ପରିବର୍ତ୍ତନ ଆଣିଛି IRCTC। ନୂତନ ନିୟମ ଅନୁଯାୟୀ, ଟିକେଟ୍ ବୁକିଂ ପାଇଁ ତୁମ ଆକାଉଣ୍ଟକୁ ଭେସିଫିକେସନ କରିବାକୁ ପଡିବ।

ଭାରତୀୟ ରେଳର ସହାୟକ କମ୍ପାନୀ ଆଇଆରସିଟିସିର ନିୟମ ଅନୁଯାୟୀ, ଟିକେଟ୍ ବୁକ୍ କରିବା ପୂର୍ବରୁ ବ୍ୟବହାରକାରୀଙ୍କ ପାଇଁ ମୋବାଇଲ୍ ନମ୍ବର ଏବଂ ଇ-ମେଲ୍ ଆଇଡି ଭେରିଫିକେସନ କରିବା ଆବଶ୍ୟକ। ଏହି କାର୍ଯ୍ୟ କରିବା ବିନା, ଆପଣ ଅନଲାଇନରେ ଟିକେଟ ବୁକ୍ କରିପାରିବେ ନାହିଁ।

ମୁଖ୍ୟ କଥା ହେଉଛି ଭାରତୀୟ ରେଳରେ ଅନେକ ଲୋକ ଯାତ୍ରା କରନ୍ତି। ଏପରି କିଛି ଲୋକ ଅଛନ୍ତି ଯେଉଁମାନେ କରୋନା ମହାମାରୀ ଆରମ୍ଭରୁ ଅନଲାଇନରେ ଟିକେଟ ବୁକ୍ କରିନାହାଁନ୍ତି। ଏହି ନିୟମ କେବଳ ଏହିପରି ଲୋକଙ୍କ ପାଇଁ ପ୍ରଯୁଜ୍ୟ। ଯଦି ଆପଣ ମଧ୍ୟ ଦୀର୍ଘ ସମୟ ପାଇଁ ଟିକେଟ୍ ବୁକିଂ କରି ନାହାନ୍ତି, ତେବେ ପ୍ରଥମେ ଏବିଷୟରେ ଜ।।ଣିନେବା ଆବଶ୍ୟକ। ଏବେ ରେଳରେ ଯାତ୍ରା ପାଇଁ ଟିକେଟ୍ ବୁକିଂ ସମୟରେ ଆପଣଙ୍କୁ ପଞ୍ଜୀକୃତ ମୋବାଇଲ୍ ନମ୍ବର ଏବଂ ଇ-ମେଲ୍ ଆଇଡି ପ୍ରବେଶ କରିବାକୁ ପଡିବ। ଉଭୟ ସୂଚନା ପ୍ରବେଶ କରିବା ପରେ, ଆପନ ଟିକେଟ୍ ପାଇଁ ଆବେଦନ କରିପାରିବେ।

ସେହିପରି ରେଳ ଯାତ୍ରୀଙ୍କ ପାଇଁ ଅନ୍ୟ ଏକ ବଡ଼ ଖବର ହେଉଛି ଯେ ଗୋଟିଏ ଆଇଆରସିଟିସି ୟୁଜର୍ ଆଇଡିରେ ଏକ ମାସରେ ସର୍ବାଧିକ ଟିକେଟ୍ ବୁକିଂ କରିବାର ସୀମା ୧୨ ରୁ ୨୪ କୁ ବୃଦ୍ଧି କରାଯାଇଛି। ବର୍ତ୍ତମାନ ଆପଣ ଆଧାର ଲିଙ୍କ୍ ହୋଇଥିବା ୟୁଜର୍ ଆଇଡିରୁ ଏକ ମାସରେ ୨୪ ଟିକେଟ୍ ବୁକ୍ କରିପାରିବେ । ପୂର୍ବରୁ ଏହି ସଂଖ୍ୟା ୧୨ ଥିଲା। ସେହିଭଳି ଆଧାର ସହିତ ଲିଙ୍କ୍ ହୋଇନଥିବା ଆକାଉଣ୍ଟରୁ ୬ ବଦଳରେ ୧୨ ଟି ଟିକେଟ୍ ବୁକ୍ କରାଯାଇପାରିବ।

Get real time updates directly on you device, subscribe now.