fbpx

ସ୍ତ୍ରୀର ବିବାହ ପ୍ରେମିକ ସହ କରାଇଲା ସ୍ୱାମୀ, ରିୟଲ୍ ଲାଇଫରେ ଫିଲ୍ମି ସିନ୍

Advertisement

ଛପରା: ସ୍ତ୍ରୀର ବିବାହ ପ୍ରେମିକ ସହ କରାଇଛି ସ୍ୱାମୀ । ଏଭଳି ଦୃଶ୍ୟ ଆମେ ମାନେ ସାଧାରଣତଃ କୌଣସି ଫିଲ୍ମରେ ଦେଖିବାକୁ ପାଇଛେ । ହେଲେ ରିୟଲ୍ ଲାଇଫ୍ ରେ ଏଭଳି କିଛି ଘଟଣା ସହିତ ଆମେ ପରିଚୟ ହୋଇନେ । କିନ୍ତୁ ସତରେ ଏପରି ଘଟିଛି ବିହାରର ଛପରା ଠାରେ । ସେଠାରେ ଏକଦମ୍ ବଲିଉଡ୍ ଫିଲ୍ମ ‘ହମ୍ ଦିଲ୍ ଦେ ଚୁକେ ସନମ୍’ ଭଳି ସିନ୍ ଦେଖିବାକୁ ମିଳିଛି । ସୂଚନା ଯେ, ଜଣେ ସ୍ୱାମୀ, ସ୍ତ୍ରୀର ଖୁସି ପାଇଁ ତାର ପ୍ରେମିକ ସହ ବିବାହ କରାଇ ଚର୍ଚ୍ଚାକୁ ଆସିଛି ।

ଏହାର ଏକ ଭିଡିଓ ଭାଇରାଲ୍ ହେଉଥିବା ବେଳେ ସେଥିରେ ଗୋଟିଏ ଯୁବକ କହୁଛି ଯେ, ମୁଁ ମୋ ସ୍ତ୍ରୀକୁ ପ୍ରେମ ବିବାହ କରିଛି । ହେଲେ ମୋ ସ୍ତ୍ରୀର ସମ୍ପର୍କ ଆଉ ଜଣେ ପୁଅ ସହ ରହିଛି । ତେଣୁ ସେ ତାଙ୍କ ଇଚ୍ଛାରେ ନିଜ ସ୍ତ୍ରୀର ବିବାହ ତା ପ୍ରେମିକ ସହ କରାଉଛି । ଏବେ ସେ ଦ୍ୱିତୀୟ ବିବାହ କରିବ ବୋଲି କହୁଥିବା ଦେଖିବାକୁ ମିଳିଛି । ତେବେ ବିବାହ କରିବା ସମୟରେ କିଛି ଲୋକ ସେଠାରେ ରୁଣ୍ଡ ହୋଇଯାଇଥିଲେ ଏବଂ ମୋବାଇଲ୍ ରେ ବିବାହ ବେଳର ଭିଡିଓ କରିବାକୁ ଲାଗିଲେ । ଏବେ ସେ ଭିଡିଓ ଭାଇରାଲ୍ ହେବାରେ ଲାଗିଛି ।

ହେଲେ ପରେ ବିବାହରେ ଏକ ଟ୍ୱିଷ୍ଟ ଆସିଛି । ସ୍ତ୍ରୀ କହିଛି ଯେ, ତା ପ୍ରଥମ ସ୍ୱାମୀ ତାକୁ ମାରପିଟ୍ କରୁଥିଲେ । ତେଣୁ ସେ ତାଙ୍କ ଠାରେ ଖୁସି ନଥିଲେ । ହେଲେ ଏବେ ସେ ପ୍ରେମିକକୁ ବିବାହ କରି ବହୁତ ଖୁସିରେ ଅଛନ୍ତି । ଆହୁରି ମଧ୍ୟ ଉକ୍ତ ସ୍ତ୍ରୀର ଗୋଟିଏ ଛୁଆ ମଧ୍ୟ ଅଛି । ଯିଏ ପ୍ରଥମ ସ୍ୱାମୀ ପାଖରେ ରହିଛି । ସେ ତାର ପାଳନ ପୋଷଣ କରୁଥିବା ଜଣାପଡିଛି ।

Get real time updates directly on you device, subscribe now.