ଗର୍ଭବତୀ ହେଲେ ସାର୍ ବିଭାଗ ଦେଲା Maternity Leave … ସ୍ଥାନୀୟ ଅଞ୍ଚଳରେ ହାଲା

ପାଟନା: ଦିନ ପ୍ରତିଦିନ ଅଜବ ଗଜବ ଘଟଣା ସବୁ ଘଟିବାରେ ଲାଗିଛି । ବତ୍ତମାନ ବିହାର ବୈଶାଳୀ ଜିଲ୍ଲାର ହାଜିପୁରରୁ ଆଶ୍ଚର୍ଯ୍ୟ କଲା ଭଳି ଏକ ଘଟଣା ସାମ୍ନାକୁ ଆସିଛି । ହାଜିପୁରରେ ଥିବା ଏବ ସ୍କୁଲ ଶିକ୍ଷକ ପ୍ରେଗନେଣ୍ଟ ଅଛନ୍ତି, ଯାହାପାଇଁ ତାଙ୍କୁ ମାଟରନିଟି ଲିଭ୍ ମଧ୍ୟ ମିଳିଛି । ଖବରଟି ପଢ଼ିଲାବେଳକୁ ଆପଣଙ୍କୁ ବିଶ୍ୱାସ ହେଉ ନ ଥିବ ନିଶ୍ଚୟ । କିନ୍ତୁ ଏହା ଏକ ସତ ଘଟଣା । ସରକାରୀ ଶିକ୍ଷକ ଜିତେନ୍ଦ୍ର କୁମାର ସିଂ ଏବେ ମାଟରନିଟି ଲିଭରେ ଅଛନ୍ତି । ରାଜ୍ୟ ଶିକ୍ଷା ବିଭାଗ ପୋର୍ଟାଲରେ ହିଁ ଏହି ତଥ୍ୟ ଦିଆଯାଇଛି । ବିଭାଗର ୱେବସାଇଟ୍ ଉତ୍ତର ଅନୁସାରେ ଶିକ୍ଷକଜଣକ ଏବେ ପ୍ରେଗନେଣ୍ଟ ଅଛନ୍ତି ଏବଂ ସେ ଛୁଟିରେ ରହିଛନ୍ତି ।

ମେଟରନିଟି ଲିଭ୍ କେବଳ ମହିଳା କର୍ମଚାରୀମାନଙ୍କ ପାଇଁ ହୋଇଥାଏ । ମୁଖ୍ୟତଃ ମହିଳାମାନେ ଗର୍ଭବତୀ ହେବା ପରେ ପ୍ରସବ ସମୟ ପାଖେଇ ଆସିଲେ ସେମାନଙ୍କୁ ଏହି ଛୁଟି ଦିଆଯାଏ । ତେବେ ବିହାରରେ ଶିକ୍ଷକଙ୍କୁ ମାଟରନିଟି ଲିଭ୍ ଦିଆଯିବା ନେଇ ପ୍ରଖଣ୍ଡ ଶିକ୍ଷା ଅଧିକାରୀ ଅର୍ଚ୍ଚନା କୁମାରୀ କହିଛନ୍ତି ଯେ, ପୋର୍ଟାଲରେ ତ୍ରୁଟି ହେବା କାରଣରୁ ଏ ପ୍ରକାର ବ୍ୟତୀକ୍ରମ ଦେଖାଯାଇଛି । ପୁରୁଷଙ୍କୁ ପ୍ରସବ ଜନିତ ଛୁଟି ଦେବା ଲାଗି କୌଣସି ନିୟମ ନାହିଁ । ଖୁବ୍ ଶୀଘ୍ର ପୋର୍ଟାଲରେ ସଂଶୋଧନ କରାଯିବ ବୋଲିଅର୍ଚ୍ଚନା କହିଛନ୍ତି । ଏ ଖବର ଜିଲା ଶିକ୍ଷା ବିଭାଗ ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଥିବାବେଳେ ଶିକ୍ଷକଙ୍କୁ ପ୍ରସବ ଜନୀତ ଛୁଟି ମିଳିବା ପାଇଁ ସ୍ଥାନୀୟ ଅଞ୍ଚଳରେ ଆଲୋଚନାର ବିଷୟ ପାଲଟିଛି ।