fbpx

Biju Janata Dal ପକ୍ଷରୁ ମହିଳା ପରାମର୍ଶଦାତା, କାର୍ଯ୍ୟକାରୀ ସଭାପତି, ସେକ୍ରେଟାରୀ ଜେନେରାଲ, ଜୋନାଲ ସଭାପତିଙ୍କ ନାମ ଘୋଷଣା

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଗକୁ ୨୦୨୪ ଲୋକସଭା ଓ ବିଧାନସଭା ନିର୍ବାଚନ ଆସୁଛି । ଏହାକୁ ଦୃଷ୍ଟିରେ ରଖି ବିଜୁ ଜନତା ଦଳ (ବିଜେଡି) ତା’ର ସଂଗଠନକୁ ମଜବୁତ କରିବାକୁ ପ୍ରୟାସ କରିଛି । ଏହାମଧ୍ୟରେ ବିଜୁ ମହିଳା ଜନତା ଦଳ ପକ୍ଷରୁ କିଛି ମହିଳା ପରାମର୍ଶଦାତା, କାର୍ଯ୍ୟକାରୀ ସଭାପତି, ସେକ୍ରେଟାରୀ ଜେନେରାଲ, ଜୋନାଲ ସଭାପତିଙ୍କ ନାମ ଘୋଷଣା କରିଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନୂଆ କର୍ମକର୍ତ୍ତାଙ୍କୁ ନିଯୁକ୍ତି ଦେଇଛନ୍ତି ।

ପରାମର୍ଶଦାତା: ପ୍ରମିଳା ବିଷୋୟୀ- ଏମପି- ଗଞ୍ଜାମ, ରାଜଶ୍ରୀ ମଲ୍ଲିକ- ଏମପି- ଜଗତସିଂହପୁର, ମଞ୍ଜୁଲତା ମଣ୍ଡଳ- ଏମପି-ଭଦ୍ରକ, ସରୋଜିନୀ ହେମ୍ବ୍ରମ- ଏକ୍ସ- ଏମପି-ମୟୂରଭଞ୍ଜ, ରିତା ତରାଇ- ଏକ୍ସ-ଏମପି- ଯାଜପୁର, ପ୍ରମିଳା ବହିଦାର- ସମ୍ବଲପୁର, ରେଣୁବାଳା ପ୍ରଧାନ- ଏକ୍ସ- ଏମପି- ଭୁବନେଶ୍ୱର, ବାସନ୍ତୀ ହେମ୍ବ୍ରମ- ମନ୍ତ୍ରୀ- ମୟୂରଭଞ୍ଜ, ରିତା ସାହୁ- ମନ୍ତ୍ରୀ- ବରଗଡ଼, ଶର୍ମିଷ୍ଠା ସେଠୀ- ଏମପି- ଯାଜପୁର, ଚନ୍ଦ୍ରାଣୀ ମୁର୍ମର୍ୁ-ଏମପି- କେଉଁଝର, ମମତା ମହାନ୍ତ-ଏମପି- ମୟୂରଭଞ୍ଜ, ପଦ୍ମିନୀ ଦିଆନ-ବିଧାୟକ- କୋରାପୁଟ, ସାବିତ୍ରୀ ଅଗ୍ରୱାଲ- ବିଧାୟକ- କେନ୍ଦ୍ରାପଡ଼ା, ଲତିକା ପ୍ରଧାନ- ବିଧାୟକ- ଗଞ୍ଜାମ, ନନ୍ଦିନୀ ଦେବୀ- ଏକ୍ସ-ଏମଏଲଏ- ଗଞ୍ଜାମ, ସୀମାରାଣୀ ନାୟକ- ଢେଙ୍କାନାଳ, ମଞ୍ଜୁଳା ସ୍ୱାଇଁ-ବିଧାୟକ- ଗଞ୍ଜାମ, ମିନତୀ ବେହେରା- ଭୁବନେଶ୍ୱର, ଅଳକା ମହାନ୍ତି-ବିଧାୟକ-ଝାରସୁଗୁଡ଼ା, ସୂର୍ଯ୍ୟମଣୀ ବୈଦ୍ୟ-ବିଧାୟକ-ଗଞ୍ଜାମ, ମିନାକ୍ଷୀ ମହାନ୍ତ- ବିଧାୟକ- କେଉଁଝର, ସୁନନ୍ଦା ଦାସ- ବିଧାୟକ- ଯାଜପୁର ।

କାର୍ଯ୍ୟକାରୀ ସଭାପତି: ସୁଭାସିନୀ ଜେନା- ବାଲେଶ୍ୱର, ସୁଲତା ଦେଓ- ଯାଜପୁର, ନିବେଦିତା ମହାନ୍ତି- ନବରଙ୍ଗପୁର । ସେକ୍ରେଟାରୀ ଜେନେରାଲ: କସ୍ତୁରୀ ମହାପାତ୍ର- ଭୁବନେଶ୍ୱର ।

ଜୋନାଲ ସଭାପତି: ଭୁବନେଶ୍ୱର (ଭୁବନେଶ୍ୱର, ଖୋର୍ଦ୍ଧା, ପୁରୀ, ନୟାଗଡ଼)- ସଭାପତି- ସଂଯୁକ୍ତା ମହାଲ, କାର୍ଯ୍ୟକାରୀ ସଭାପତି- ପୁଷ୍ପାଞ୍ଜଳୀ ରଣା । କଟକ (କଟକ, କଟକ ସିଟି, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, ଢେଙ୍କାନାଳ, ଅନୁଗୁଳ)- ସଭାପତି- ସୁଭଦ୍ରା ଦାସ, କାର୍ଯ୍ୟକାରୀ ସଭାପତି, ପ୍ରଭାସିନୀ ସରଙ୍ଗୀ । ବାଲେଶ୍ୱର (ଭଦ୍ରକ, ବାଲେଶ୍ୱର, କେଉଁଝର, ମୟୂରଭଞ୍ଜ, ମୟୂରଭଞ୍ଜ-୨)- ସଭାପତି -ବିଣାପାଣୀ ସାହୁ, କାର୍ଯ୍ୟକାରୀ ସଭାପତି- ମୀନା ମାଝି ।

ସମ୍ବଲପୁର (ସୁନ୍ଦରଗଡ଼, ରାଉରକେଲା, ଝାରସୁଗୁଡ଼ା, ସମ୍ବଲପୁର, ଦେଓଗଡ଼, ବରଗଡ଼)- ସଭାପତି- ସିପ୍ରା ମହାନ୍ତି, କାର୍ଯ୍ୟକାରୀ ସଭାପତି- ସନ୍ଧ୍ୟାରାଣୀ ଲାକ୍ରା । ବଲାଙ୍ଗିର (ବଲାଙ୍ଗିର, ସୋନପୁର, ନୂଆପଡ଼ା, କଳାହାଣ୍ଡି)- ସଭାପତି- କଲ୍ୟାଣୀ ନାୟକ, କାର୍ଯ୍ୟକାରୀ ସଭାପତି- ପୁଷ୍ପାଞ୍ଜଳୀ ପାଣ୍ଡେ, ଖରିଆର ।

ଗଞ୍ଜାମ (ଗଞ୍ଜାମ, ବ୍ରହ୍ମପୁର, ଗଜପତି, କନ୍ଧମାଳ, ବୌଦ୍ଧ)- ସଭାପତି- ମମତା ବିଷୋୟୀ । କୋରାପୁଟ (ମାଲକାନଗିରି, ନବରଙ୍ଗପୁର, କୋରାପୁଟ, ରାୟଗଡ଼ା)- ସଭାପତି- ଲତା ରାୟ, କାର୍ଯ୍ୟକାରୀ ସଭାପତି- ସୁକାନ୍ତି ବୁର୍ଦା ।

Get real time updates directly on you device, subscribe now.