ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ଘୋଷଣା କରାଯାଇଛି । ଆସନ୍ତା ୨୯ ତାରିଖରେ କ୍ରୀଡ଼ା ଦିବସ ଅବସରରେ ଏହି ପୁରସ୍କାର ପ୍ରଦାନ କରାଯିବ । ୨୦୨୧ ବର୍ଷ ପାଇଁ ଏହି କ୍ରୀଡ଼ା ପୁରସ୍କାର ଦିଆଯିବ । ତେବେ ୫ଟି ବିଭାଗରେ ୬ ଜଣଙ୍କୁ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି ।
କ୍ରୀଡ଼ା କ୍ଷେତ୍ରରେ ଆଜୀବନ ସଫଳତାର କୃତିତ୍ୱ ପାଇଁ କ୍ରିକେଟର ଦେବାଶିଷ ମହାନ୍ତିଙ୍କୁ ପୁରସ୍କୃତ କରାଯିବ । ସେହିପରି ଉଲ୍ଲେଖନୀୟ ଅବଦାନ ପାଇଁ ଝିଲି ଦଳବେହେରା, ଶ୍ରୀୟଙ୍କା ଷଡ଼ଙ୍ଗୀ ପୁରସ୍କୃତ ହେବେ । ପ୍ରଶିକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଷ୍ଣୁ ପ୍ରସାଦ ମିଶ୍ର ପୁରସ୍କୃତ ହେବେ । ବିଜୁ ପଟ୍ଟନାୟକ କ୍ରୀଡ଼ା ସାମ୍ବାଦିକ ପୁରସ୍କାର ପାଇଷବ ବେଣୁଧର ଦାସ । କ୍ରୀଡ଼ା କ୍ଷେତ୍ରକୁ ପ୍ରୋତ୍ସାହନ ଯୋଗାଇବା ପାଇଁ ରାଉରକେଲା ଷ୍ଟିଲ ପ୍ଲାଣ୍ଟକୁ ପୁରସ୍କୃତ କରାଯିବ ।
କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବା ବ୍ୟକ୍ତିବିଶେଷଙ୍କୁ ପୁରସ୍କୃତ ନେଇ ଚୟନ କମିଟି ପକ୍ଷରୁ ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ତରଫରୁ ସୁପାରିଶ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମସ୍ତ କ୍ରୀଡ଼ାବିତଙ୍କୁ ପୁରସ୍କୃତ କରିବେ । ୫ ବର୍ଷ ପରେ କ୍ରୀଡ଼ା ସାମ୍ବାଦିକଙ୍କୁ ପୁରସ୍କାର ମିଳିବ । ୨୦୧୭ରୁ ୨୦୨୧ ପର୍ଯ୍ୟନ୍ତ କୌଣସି କ୍ରୀଡ଼ା ସାମ୍ବାଦିକଙ୍କୁ ଏହି ପୁରସ୍କାର ମିଳିନଥିଲା ।