fbpx

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ମିଳିଲା ଜାତୀୟ ସ୍କଚ ଆୱାର୍ଡ଼

ଓଡ଼ିଶା ଭାସ୍କର: ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ପୁଣିଥରେ ମିଳିଛି ଜାତୀୟ ସ୍କଚ ଆୱାର୍ଡ଼ ୨୦୨୩ । ସ୍କଚ ଆୱାର୍ଡ଼ କର୍ତ୍ତୃପକ୍ଷଙ୍କ ଦାରା ନୂଆଦିଲ୍ଲୀ ସ୍ଥିତ ସମ୍ଭିଧାନ କ୍ଲବ ହଲରେ ଆୟୋଜିତ ଉତ୍ସବରେ ରାଜ୍ୟ ସରକାରଙ୍କ ତରଫରୁ ରାଜ୍ୟ ସ୍ୱାସ୍ଥ୍ୟସେବା ପ୍ରତିଶ୍ରୁତି ସୋସାଇଟି(ସାସ)ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଡାକ୍ତର ଡି.ବୃନ୍ଦା ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ଶାସନ ସଚିବ ତଥା ତଥା ଯୁଗ୍ମ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶୁଭାନନ୍ଦ ମହାପାତ୍ର ଏହି ପୁରସ୍କାର ଗ୍ରହଣ କରିଛନ୍ତି। ତେବେ ସାର୍ବଜନୀନ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ପାରଦର୍ଶିତା, ସଫଳତା ଓ ସ୍ୱଚ୍ଛତା ପାଇଁ (BSKY)କୁ ସ୍ଵର୍ଣ୍ଣ ପଦକ ପୁରସ୍କାର ପ୍ରଦାନ କରାଯାଇଛି।

ସୂଚନା ଥାଉକି, ବି ଏସ୍ କେ ୱାଇ(BSKY) ଦ୍ଵିତୀୟ ଥର ପାଇଁ ଜାତୀୟ ସ୍କଚ ଆୱାର୍ଡ଼ରେ ସ୍ଵର୍ଣ୍ଣ ପଦ ହାସଲ କରିଛି । ଏହା ପୂର୍ବରୁ ବି ଏସ୍ କେ ୱାଇକୁ ୨୦୧୯ ବର୍ଷ ପାଇଁ ମଧ୍ୟ ସ୍କଚ ସ୍ଵର୍ଣ୍ଣ ପଦ ମିଳିଥିଲା। ତେବେ ଏହି ଉପଲବ୍ଧି ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଶାସନ ସଚିବ ତଥା ସାସର ଅଧ୍ୟକ୍ଷ ଶ୍ରୀମତୀ ଶାଳିନୀ ପଣ୍ଡିତ ବି ଏସ୍ କେ ୱାଇ ଟିମର ସମସ୍ତ ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଲୋକମାନଙ୍କୁ ସେବା ପ୍ରଦାନ ଦିଗରେ ସର୍ବଦା ସଜାଗ ଓ ତତ୍ପର ରହିବାକୁ ପରାମର୍ଶ ଦେଇଛନ୍ତି ।

 

Get real time updates directly on you device, subscribe now.