ରାୟଗଡ଼ାରେ ବାଇକ୍ ଧକ୍କା: ୨ ମୃତ, ୩ ଆହତ

ରାୟଗଡ଼ା: ରାୟଗଡ଼ାର ମୁନିଗଡ଼ା ଗ୍ୟାସ ଗୋଦାମ ପାଖରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ୨ଟି ବାଇକ୍ ମୁହାଁମୁହିଁ ହେବାରୁ ଏହି ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ଏହି ଘଟଣାରେ ୩ ଆହତଙ୍କୁ ବ୍ରହ୍ମପୁର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।