ମାତ୍ର ୩୬ ବର୍ଷ ବୟସରେ ଆଖି ବୁଜିଲେ ବିଞ୍ଝାରପୁର ବ୍ଲକର ସମିତି ସଭ୍ୟ: ଶୋକ ପ୍ରକାଶ କଲେ ବାଚସ୍ପତି ପ୍ରମିଳା ମଲ୍ଲିକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସିଛି ଏକ ଦୁଃଖ ଖବର । ମାତ୍ର ୩୬ ବର୍ଷ ବୟସରେ ଆରପାରିକୁ ଚାଲିଯାଇଛନ୍ତି ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକର ଜଣେ ସମିତି ସଭ୍ୟ । ଏକ ସଡ଼କ ଦୁର୍ଘଟଣାରେ ବ୍ଲକର ଶାସନ୍ଦା ପଞ୍ଚାୟତର ସମିତି ସଭ୍ୟ ଅନନ୍ତ ଶେଖର ବେହେରାଙ୍କ ପରଲୋକ ଘଟିଛି । ସୟଦପୁର ଓ ମଇଁନ୍ଦା ଛକ ପାଖାପାଖି ମଝିରେ ଥିବା ଆକୁଲିଆ ପୋଲ ନିକଟରେ ଅନନ୍ତଙ୍କ ବାଇକ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

ପ୍ରଥମେ ଅନନ୍ତଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ବିଞ୍ଝାରପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଓ ପରେ ତାଙ୍କୁ ଯାଜପୁର ଡାକ୍ତରଖାନାକୁ ନିଆଯାଇଥିଲା । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ବିଞ୍ଝାରପୁର ବ୍ଲକରୁ ଘରକୁ ଫେରିବା ସମୟରେ ଅପରାହ୍ଣରେ ଏହି ଅଘଟଣ ଘଟିଥିଲା । ଅନନ୍ତଙ୍କ ମୃତ୍ୟୁ ଖବର ପାଇ ସ୍ଥାନୀୟ ବିଧାୟିକା ତଥା ବାଚସ୍ପତି ପ୍ରମିଳା ମଲ୍ଲିକ, ବ୍ଲକ ଅଧ୍ୟକ୍ଷା ରଞ୍ଜିତା କୁମାରୀ ଦାସ, ଜିଲ୍ଲା ପରିଷଦ ସଦସ୍ୟା ଅହଲ୍ୟା ସ୍ୱାଇଁ, ଯୁବ ବିଜେଡି ସଭାପତି ଦିଲୀପ କୁମାର ରାଉଳଙ୍କ ପରି ବହୁ ବ୍ୟକ୍ତିବିଶେଷ ଶୋକ ପ୍ରକାଶ କରିଥିଲେ ।

Get real time updates directly on you device, subscribe now.