fbpx

ପିପିଲିରେ ବାର୍ଡ ଫ୍ଲୁ ଅଣାୟତ୍ତ; ସତ୍ୟବାଦୀ ପରେ ଡେଲାଙ୍ଗକୁ ବ୍ୟାପିଲା

ପୁରୀ: ରାଜ୍ୟରେ ବାର୍ଡ ଫ୍ଲୁ ସଙ୍କଟ ଥମିବାର ନାମ ନେଉନି। ପିପିଲି, ସତ୍ୟବାଦୀ ପରେ ବର୍ତ୍ତମାନ ଡେଲାଙ୍ଗରେ ବ୍ୟାପିଛି ଏହି ବାର୍ଡ ଫ୍ଲୁ। ତେବେ ବାର୍ଡ ଫ୍ଲୁ ସନ୍ଦେହରେ ହଜାର ହଜାର କୁକୁଡା ମରିଲେଣି। ପରୀକ୍ଷା ପାଇଁ ଭୋପାଳକୁ ପଠାଯାଇଛି କୁକୁଡ଼ାଙ୍କ ନମୁନା। ସେପଟେ ପିପିଲିରେ ବାର୍ଡ ଫ୍ଲୁ ଅଣାୟତ୍ତ ହେଉଛି। ବାର୍ଡ ଫ୍ଲୁ ଭୟରେ ଫାର୍ମ ନିକଟକୁ ଯାଉନାହାନ୍ତି ରାପିଡ୍ ରେସପନ୍ସ ଟିମ୍‌। ମଲା କୁକୁଡାଙ୍କୁ ଫାର୍ମ ମାଲିକ ନିଜେ ପୋତୁଛନ୍ତି।

ଗତକାଲି ମତ୍ସ୍ୟ ଓ ପଶୁ ସଂପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏକ ବଡ଼ ବୟାନ ଜାରି କରିଥିଲେ। ସେ କହିଥିଲେ ଯେ, ଜିଲ୍ଲାରେ କେବଳ ଦୁଇ ବ୍ଲକରେ ବାର୍ଡ ଫ୍ଲୁ ଆତଙ୍କ ରହିଛି। ପିପିଲି ଏବଂ ସାକ୍ଷୀଗୋପାଳରୁ ନମୁନା ଭୋପାଳ ପଠାଯାଇଥିଲା ଏବଂ ରିପୋର୍ଟ ପଜିଟିଭ ଆସିଛି। ଏପର୍ଯ୍ୟନ୍ତ ୩୦ ହଜାର କୁକୁଡାକୁ ମରାଯାଇ ସାନିଟାଇଜ କରାଯାଇଛି। ଏଥିସହ ଏହାକୁ ନେଇ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ବାର୍ଡ ଫ୍ଲୁ ପଜିଟିଭ ଥିବା ଅଞ୍ଚଳକୁ ବାଦ ଦେଲେ ଅନ୍ୟ ଅଞ୍ଚଳରେ କୁକୁଡା ଖାଇବାରେ ପ୍ରତିବନ୍ଧକ ନାହିଁ।

Get real time updates directly on you device, subscribe now.