fbpx

ବୀରେନ୍ଦ୍ର ଲାକ୍ରା ହେଲେ ହକି ଟିମର ଭାଇସ କ୍ୟାପଟେନ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଟୋକିଓ ଅଲିମ୍ପିକ ପାଇଁ ହକି ଟିମର ଭାଇସ୍ କ୍ୟାପଟେନ୍ ହୋଇଛନ୍ତି ବୀରେନ୍ଦ୍ର ଲାକ୍ରା । ଲାକ୍ରାଙ୍କୁ ଭାରତୀୟ ପୁରୁଷ ହକି ଦଳର ଭାଇସ୍ କ୍ୟାପଟେନ୍ ଭାବେ ଦାୟିତ୍ୱ ଦିଆଯାଇଛି । ହରମନପ୍ରୀତ ସିଂହ ଓ ବୀରେନ୍ଦ୍ର ଲାକ୍ରା ମିଳିତ ଭାବେ ଭାଇସ୍ କ୍ୟାପଟେନର ଦାୟିତ୍ୱ ସମ୍ଭାଳିବେ । ତେବେ ମନପ୍ରୀତ ସିଂହଙ୍କୁ ପୁରୁଷ ହକି ଦଳର ଅଧିନାୟକ ଭାବେ ଦାୟିତ୍ୱ ମିଳିଛି ।

ଗତକାଲି ଦୀପଗ୍ରେସ ମହିଳା ହକି ଦଳର ଭାଇସ୍ କ୍ୟାପଟେନ୍ ହୋଇଥିଲେ । ହକି ଇଣ୍ଡିଆ ପକ୍ଷରୁ ଓଡ଼ିଆ ଝିଅ ତଥା ହକି ତାରକା ଦୀପଗ୍ରେସ୍ ଏକ୍କା ଭାଇସ୍ କ୍ୟାପଟେନର ଦାୟିତ୍ୱ ସମ୍ଭାଳିବେ । ଜଣେ ଦକ୍ଷ ଡିଫେଣ୍ଡର୍ ଭାବେ ଦଳରେ ତାଙ୍କର ସ୍ଥାନ ସ୍ୱତନ୍ତ୍ର ରହିଛି । ତେବେ ବହୁ ପ୍ରତୀକ୍ଷିତ ଟୋକିଓ ଅଲିମ୍ପିକ୍ ଖୁବ୍ ଶୀଘ୍ର ହେବାକୁ ଯାଉଛି । ଏଥିପାଇଁ ସାରା ବିଶ୍ୱର ବିଭିନ୍ନ ଦେଶ ଚଳାଇଛନ୍ତିି ପ୍ରସ୍ତୁତି ।

ଅଧିକ ପଢ଼ନ୍ତୁ

ଓଡ଼ିଆ ଝିଅ-ହକିତାରକା ହେଲେ ଉପ-ଅଧିନାୟିକା, ଟୋକିଓ ଅଲିମ୍ପିକ୍ ପାଇଁ ମିଳିଲା ଦାୟିତ୍ୱ

Get real time updates directly on you device, subscribe now.