fbpx

DSP ପଦରେ ଯୋଗ ଦେଲେ ହକି ଷ୍ଟାର ବିରେନ୍ଦ୍ର ଲାକ୍ରା: ୪୧ ବର୍ଷ ଅଲିମ୍ପିକ ପଦକ ଆଣି ଓଡିଶାକୁ ଦେଇଥିଲେ ଗୌରବ

ଭୁବନେଶ୍ୱର: ଡିଏସପି ପଦରେ ଯୋଗ ଦେଇଛନ୍ତି ଓଡିଶାର ହକି ଷ୍ଟାର ବିରେନ୍ଦ୍ର ଲାକ୍ରା । ଗତ ବର୍ଷ ଟୋକିଓ ଅଲିମ୍ପିକରେ ଦଳକୁ ବ୍ରୋଞ୍ଜ ପଦକ ଭେଟି ଦେଇଥିଲେ ଓଡିଶାର ଏହି ହକି ଖେଳାଳି । ଏହାପରେ ଓଡିଶା ସରକାର ତାଙ୍କୁ ଡେପୁଟି ସୁପରି ଟେଣ୍ଟେଣ୍ଟ ଅଫ ପୋଲିସରେ ଏ ପଦବୀ ଦେଇଥିଲେ । ଭାରତୀୟ ହକି ଦଳରେ ଡଫେଣ୍ଡରର ଭୂମିକାରେ ରହିଥିଲେ ବିରେନ୍ଦ୍ର ଲାକ୍ରା ।

Birendra Lakra desperate to be in Indian team for Tokyo Games | Hockey News  - Times of India

୨୦୨୧ରେ ଜବରଦସ୍ତ ପ୍ରଦର୍ଶନ ଫଳରେ ୪୧ ବର୍ଷ ପରେ ଅଲିମ୍ପିକ ପଦକ ଆଣି ଇତିହାସ ରଚିଥିଲା ଟିମ ଇଣ୍ଡିଆ । ତେଣୁ ଏହି ଦଳରେ ସାମିଲ ଥିବା ଦୁଇ ଓଡିଆ ଖେଳାଳି ବୀରେନ୍ଦ୍ର ଲାକ୍ରା ଏବଂ ଅମିତ ରୋହି ଦାସଙ୍କୁ ଡିଏସପି ପାହ୍ୟା ପ୍ରଦାନ କରିଥିଳେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Get real time updates directly on you device, subscribe now.