fbpx

ଗ୍ୟାସ ଦର ବୃଦ୍ଧିରେ କାଲିଠାରୁ ସାରାରାଜ୍ୟରେ ବିଜେଡିର ଆନ୍ଦୋଳନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦିନକୁ ଦିନ ପେଟ୍ରୋଲ-ଡିଜେଲ ପରି ଏଲପିଜି ଗ୍ରାସ ଦର ବି ବଢ଼ିବାରେ ଲାଗିଛି । ଏଲପିଜି ଦରବୃଦ୍ଧି ନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛି ବିଜେଡି । ଉଜ୍ଜ୍ୱଳା ଯୋଜନା କରି ଗରିବଙ୍କୁ କେନ୍ଦ୍ର ସରକାର ଠକିଛନ୍ତି ବୋଲି ବିଜେଡି କହିଛି । ଗ୍ୟାସ ଦର ନକମିଲେ ପୁରପଲ୍ଲୀରେ ଆନ୍ଦୋଳନ ହେବ । ସାଢ଼େ ୩ ବର୍ଷରେ ଏଲପିଜିର ୭୦%ଦର ବୃଦ୍ଧି ଘଟିଛି । ଆସନ୍ତା ୨୨ରେ କଟକର ଆରଡିସିରେ ବଡ଼ ଧାରଣା ଦେବ ବିଜେଡି । ଆସନ୍ତାକାଲିଠୁ ୩ ଦିନ ଧରି ଆରଡିସି କାର୍ଯ୍ୟାଳୟ ଘେରାଉ କାର୍ଯ୍ୟକ୍ରମ ଚାଲିବ ।

ଆସନ୍ତା ୨୩ ତାରିଖରେ ସମ୍ବଲପୁର ଆରଡିସିରେ ଧାରଣା ଦିଆଯିବ । ୨୪ ତାରିଖରେ ବ୍ରହ୍ମପୁର ଆରଡିସିରେ ଧାରଣା ଦିଆଯିବ । ଏଲପିଜି ଦର ନକମିବା ଯାଏଁ ତୃଣମୂଳ ସ୍ତରରେ ଆନ୍ଦୋଳନ ହେବ । ବିଜେଡି ଛାତ୍ର, ଯୁବ ଏବଂ ମହିଳା ଜନତା ଦଳ ପକ୍ଷରୁ ଆନ୍ଦୋଳନ କରାଯିବ ବୋଲି ପ୍ରେସମିଟରେ କୁହାଯାଇଛି ।

 

Get real time updates directly on you device, subscribe now.