fbpx

ବିଜେଡ଼ିର ପ୍ରାର୍ଥୀ ତାଲିକା ଘୋଷଣା, ବଡ଼ଚଣାରୁ ଲଢ଼ିବେ ବର୍ଷା ପ୍ରିୟଦର୍ଶିନୀ

ଭୁବନେଶ୍ୱର: ବିଧାନସଭା ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡ଼ି । ଷଷ୍ଠ ପର୍ଯାୟରେ ୯ ଜଣଙ୍କ ନାଁ ଘୋଷଣା କଲା ବିଜେଡ଼ି । ବଡ଼ଚଣାରୁ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଟିକେଟ ଦେଇ ସରପ୍ରାଇଜ୍ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ୨ ଦିନ ତଳେ ବିଜେଡ଼ିରେ ଯୋଗ ଦେଇଥିଲେ ବର୍ଷା ପ୍ରିୟଦର୍ଶିନୀ । ସେହିପରି ଚିଲିକାରୁ ରଘୁନାଥ ସାହୁ, ଆନନ୍ଦପୁରରୁ ଅଭିମନୁ ସେଠୀ, କେନ୍ଦ୍ରାପଡ଼ାରୁ ଗଣେଶ୍ୱର ବେହେରା, କରଞ୍ଜିଆରୁ ବାସନ୍ତି ହେମବ୍ରମ୍‌, ସାରସକଣାରୁ ଦେବାଶିଷ ମାର୍ଣ୍ଡି, ଚମ୍ପୁଆରୁ ସନାତନ ମହାକୁଡ, ରେମୁଣାରୁ ବିଦ୍ୟାସ୍ମିତା ମାହାଳିକ ଏବଂ ସିିମୁଳିଆରୁ ସୁଭାସିନୀ ସାହୁ ବିଧାନସଭା ପ୍ରାର୍ଥୀ ହୋଇଛନ୍ତି ।  ଅପରପକ୍ଷରେ ୬ ଜଣ ବିଧାୟକଙ୍କୁ ବିଜେଡ଼ିରେ ଟିକେଟ ମିଳିଲାନି । ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ, ସିମୁଳିଆ ବିଧାୟକ ଜ୍ୟୋତି ପାଣିଗ୍ରାହୀ, ବଡ଼ଚଣାର ବରିଷ୍ଠ ବିଧାୟକ ଅମର ଶତପଥୀ, ଚମ୍ପୁଆ ବିଧୟକ ମିନାକ୍ଷୀ ମହାନ୍ତ, ରେମୁଣା ବିଧାୟକ ଏବଂ କେନ୍ଦ୍ରାପଡ଼ା ବିଧାୟକ ଶଶି ବେହେରା ।

ବିଜେଡି ଏପର୍ଯ୍ୟନ୍ତ ୧୩୫ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିସାରିଥିବା ବେଳେ ୧୨ଟି ଆସନରେ ପ୍ରାର୍ଥୀଙ୍କ ନାଁ ଘୋଷଣା କରିନାହିଁ । ଏପଟେ ବିଜେପି ୧୬ଟି ଆସନରେ ନାଁ ଘୋଷଣା କରିନି । ଠିକ୍ ସେହିପରି କଂଗ୍ରେସ ମଧ୍ୟ ୧୨୫ଟି ଆସନରେ ନିଜ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିବା ବେଳେ ଆଉ୨୨ ଟି ଆସନରେ ନାଁ ଘୋଷଣା କରିବା ବାକି ଅଛି ।

Get real time updates directly on you device, subscribe now.