fbpx

ଯେପରି ଆମେଥି ଛାଡିଲେ ସେହିପରି ୱେୟନାଡ ବି ଛାଡିବେ ରାହୁଲ, ନିର୍ବାଚନୀ ଜନସଭାରେ କଂଗ୍ରେସକୁ ମୋଦୀ କଲେ ଏପରି ଟାର୍ଗେଟ୍‌

ମୁମ୍ବାଇ: ଲୋକସଭା ନିର୍ବାଚନ ୨୦୨୪ର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ କାଲି ଦେଶର ୨୧ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶରେ ଅନୁଷ୍ଠିତ ହୋଇଯାଇଛି । ଏବେ ଦ୍ୱିତୀୟ ପର୍ଯ୍ୟାୟ ଲାଗି ନିବାଚନ ପ୍ରଚାର ଜାରି ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମହାରାଷ୍ଟ୍ର ନାନ୍ଦେଡରେ ନିର୍ବାଚନୀ ଜନସଭାକୁ ସମ୍ବୋଧିତ କରିଛନ୍ତି । ଏହି ସମୟରେ ସେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ୍ କରିଛନ୍ତି । ମୋଦୀ କହିଛନ୍ତି ରାହୁଲ ଯେପରି ଆମେଥି ଛାଡିଲେ ସେହିପରି ସେ ୱେୟନାଡ ବି ଛାଡିଦେବେ ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି କାଲି ଦେଶରେ ପ୍ରଥମ ପର୍ଯ୍ୟାୟ ମତଦାନ ସଂପନ୍ନ ହୋଇଛି । ସେ ମତଦାନ କରିଥିବା ସମସ୍ତ ନାଗରିକଙ୍କୁ ବିଶେଷକରି ପ୍ରଥମଥର ଭୋଟ ଦେଇଥିବା ଭୋଟରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି ମତଦାନ ପରେ ଭିନ୍ନ ଭିନ୍ନ ବ୍ୟକ୍ତି ବୁଥ୍ ଲେବୁଲରେ ଯେଉଁ ବିଶ୍ଲେଷଣ କରିଛନ୍ତି ଓ ଯାହା ସୂଚନା ମିଳିଛି ଏଥିରୁ ଏହି ବିଶ୍ୱାସ ପକ୍କା ହେଉଛି କି ପ୍ରଥମ ପର୍ଯ୍ୟାୟରେ ଏନଡିଏ ସପକ୍ଷରେ ଏକତରଫା ମତଦାନ ହୋଇଛି । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଆଗାମୀ ୨୫ ବର୍ଷ ବିଶ୍ୱରେ ଭାରତର ମାହାତ୍ମ୍ୟ ଆହୁରି ବଢିବ । ଏଣୁ ଅଧିକ ମତଦାନ ଆମ ଗଣତନ୍ତ୍ର ଶକ୍ତିିର ପରିଚୟ ଦେଉଛି ।

Get real time updates directly on you device, subscribe now.