fbpx

ଆପଣ କେମିକାଲ ମିଶ୍ରିତ ତରଭୂଜ ଖାଉନାହାଁନ୍ତି ତ ? ଏହି ସହଜ ଉପାୟରେ ଚିହ୍ନନ୍ତୁ

ଓଡ଼ିଶା ଭାସ୍କର: ଖରା ଦିନରେ ଶରୀରକୁ ଯେତେ ହାଇଡ୍ରେଟ୍ ରଖିବା ସେତିକି ଭଲ । ଏହି ଦିନ ଅଧିକରୁ ଅଧିକ ମୌସୁମୀ ଫଳ ସେବନ କରିବା ଉଚିତ । ଏହା ଆମ ଶରୀରକୁ ଶକ୍ତି ଯୋଗାଇଥାଏ । କିନ୍ତୁ ଆଜିକାଲି ବଜାରରେ କେମିକାଲ ମିଶ୍ରିତ ଫଳ ବିକ୍ରି ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଯାହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ । ଆମ୍ବ, ଅଙ୍ଗୁର, କମଳା, ବ୍ୟତୀତ ବଜାରରେ ବହୁଳ ଭାବେ ତରଭୁଜ ବିକ୍ରି ହୋଇଥାଏ । ଅଧିକାଂଶ ଲୋକମାନେ ତରଭୂଜ ଖାଇବାକୁ ପସନ୍ଦ କରିଥାନ୍ତି । ବିଶେଷ କରି ଲାଲି ଟକ୍ ଟକ୍ ତରଭୁଜ ପ୍ରତି ବେଶି ଆକର୍ଷିତ ହୋଇଥାନ୍ତି । କିନ୍ତୁ ଆପଣମାନେ ଜାଣିଛନ୍ତି କି ଏହି ଲାଲ ଦେଖାଯାଉଥିବା ତରଭୁଜ କେମିକାଲ ମିଶ୍ରିତ ହୋଇପାରେ । ତେବେ ଆସନ୍ତୁ ଜାଣିବା କେମିକାଲ/ ଇଞ୍ଜେକସନ ଦିଆ ତରଭୁଜକୁ ଚିହ୍ନିବାର ସହଜ ଉପାୟ ବିଷୟରେ ।

୧. କେମିକାଲ ମିଶ୍ରିତ ତରଭୁଜ ଦେଖିବାକୁ ଗାଢ଼ ସବୁଜ ରଙ୍ଗର । ଏହା କମ୍ ପାଣି ଯୁକ୍ତ ଅଟେ ।

୨. ବଜାରରୁ ଆଣିଥିବା ତରଭୁଜକୁ ୨ ଭାଗରେ କାଟନ୍ତୁ । ଏହା ପରେ ତୁଳା ମାଧ୍ୟମରେ ତରଭୁଜର ନାଲି ଅଂଶରେ ହାଲୁକା ଭାବେ ଦବାନ୍ତୁ । ଯଦି ଏହା ନାଲି ରଂଗ ହୋଇିବ ଜାଣିବେ ଏଥିରେ କେମିକାଲ ମିଶିଛି ।

୩. ଆପଣ କେମିକାଲ ଯୁକ୍ତ ତରଭୁଜ କିଣିଥିଲେ ସେଥିରେ ଫାଟ ଦେଖାଦେଇଥାଏ ।

ବଜାରରେ ମିଳୁଥିବା ତରଭୁଜରେ ଏରିଥ୍ରୋସିନ୍ ନାମକ କେମିକାଲର ପ୍ରୟୋଗ କରାଯାଇଥାଏ । ଏହା ଏକ ପ୍ରକାର କେମିକାଲ ଡାଇ ଅଟେ ଯାହା ତରଭୁଜକୁ ଅଧିକ ଲାଲ ରଂଗ କରିଥାଏ । କେମିକାଲ ଯୁକ୍ତ ତରଭୁଜ ଖାଇଲେ ବାନ୍ତି ହେବା ସହ ପେଟ ଖରାପ ହୋଇଥାଏ । ଯାହା ଫଳରେ ଦେବା ଉଚିତ ନୁହେଁ । ତେଣୁ ବଜାରରୁ ତରଭୁଜ କିଣୁଥିଲେ ଭଲ ଭାବରେ ପରଖି କି ଆଣନ୍ତୁ ।

Get real time updates directly on you device, subscribe now.