ବିଧାନସଭାରେ ବିଜେଡି-ବିଜେପି ମୁହାଁମୁହିଁ, ଗୃହ କ’ଣ ଚଲାଇବେ ପାଣ୍ଡିଆନ
ସକ୍ରିୟ ରାଜନୀତିରେ ନଥାଇ ମଧ୍ୟ ଗୃହକୁ ବନ୍ଦ କରିଦେଉଛନ୍ତି ପାଣ୍ଡିଆନ। ଭିକେ ପାଣ୍ଡିଆନଙ୍କ କଥାରେ ଉଠବସ ହେଉଛନ୍ତି ବିଜେଡି ବିଧାୟକ।
ଭୁବନେଶ୍ୱର: ସକ୍ରିୟ ରାଜନୀତିରେ ନଥାଇ ମଧ୍ୟ ବିଧାନସଭାରେ ଉଠୁଛି ପଡୁଛି ପାଣ୍ଡିଆନଙ୍କ ନାଁ। ପାଣ୍ଡିଆନଙ୍କ କଥାରେ ଚାଲୁଛି ବିଧାନସଭା। ପାଣ୍ଡିଆନଙ୍କ ଇସାରାରେ ନାଚୁଛନ୍ତି ବିଜେଡି ବିଧାୟକ।
ଦଳରେ ନାହାଁନ୍ତି ପାଣ୍ଡିଆନ କିନ୍ତୁ ଏବେ ବି କିଛି ବିଧାୟକ ତାଙ୍କ ଚାମଚା ହେବା ପାଇଁ ଚଲାଇଛନ୍ତି ଲବି। ତେଣୁ ତାଙ୍କରି କଥାରେ ଉଠବସ ହେଉଛନ୍ତି। ଏବଂ ବିଧାନସଭାକୁ ଚଲାଇ ଦେଉନାହାନ୍ତି। ଏପରି ଏକ କଡା ମନ୍ତବ୍ୟ ଦେଇଛନ୍ତି ବିଜେପିର ବରିଷ୍ଠ ବିଧାୟକ ଜୟ ନାରାୟଣ ମିଶ୍ର।
ବିଜେଡି-ବିଜେପି ମୁହାଁମୁହିଁ: ୨୪ ନିର୍ବାଚନରେ ବିଜେଡିର ଶୋଚନୀୟ ପରାଜୟ ପରେ ସକ୍ରିୟ ରାଜନୀତିରୁ ସନ୍ନାସ ନେଇଛନ୍ତି ଭିକେ ପାଣ୍ଡିଆନ। ନିର୍ବାଚନ ହାରିବା ପରଠାରୁ ତାଙ୍କୁ ଆଉ କ୍ୟାମେରା ସାମ୍ନାରେ ଦେଖିବାକୁ ମିଳୁନି।
ହେଲେ ଏବେବି ବିଜେଡି ପାଣ୍ଡିଆନଙ୍କ ଇସାରାରେ ଚାଲିଛି। ପାଣ୍ଡିଆନଙ୍କ କଥାରେ ଉଠବସ ହେଉଛନ୍ତି ବିଜେଡି ନେତା। ସେଥିପାଇଁ ତ ବାରମ୍ୱାର ପାଣ୍ଡିଆନଙ୍କ ନାଁରେ ଅଭିଯୋଗ ଆସୁଛି। ଦଳ ଛାଡିଥିବା ଅନେକ ନେତା ପାଣ୍ଡିଆନଙ୍କ ସମ୍ପର୍କରେ ବିଭିନ୍ନ ପ୍ରକାର ଟିପ୍ପଣୀ ଦେଉଛନ୍ତି।
ବିଧାନସଭାରେ ପାଣ୍ଡିଆନ କ୍ରେଜ: ନା ପାଣ୍ଡିଆନ ଏବେ ନେତା ଅଛନ୍ତି ନା ସେ କେବେ ବିଧାୟକ ଥିଲେ। ହେଲେ ଆଜି ବି ପାଣ୍ଡିଆନଙ୍କ ଇସାରାରେ ବିଧାନସଭା ଗୃହ ବନ୍ଦ ହେଉଛି। ଏହାର କାରଣ ହେଉଛି ବିଜେଡି ବିଧାୟକ ପାଣ୍ଡିଆନଙ୍କ ଇସାରାରେ ଗୃହ ଚଲେଇ ଦେଉନାହାନ୍ତି।
ବାରମ୍ୱାର ଗୃହରେ ହଟ୍ଟଗୋଳ କରୁଛନ୍ତି। ଆଉ ଏସବୁ କେବଳ ପାଣ୍ଡିଆନଙ୍କ ଇସାରାରେ ହେଉଛି ବୋଲି ଅଭିଯୋଗ କରିଛନ୍ତି ବିଜେପି ବିଧାୟକ ଜୟ ନାରାୟଣ ମାଶ୍ର। ଏବେ ବି ବିଜେଡିରେ ପାଣ୍ଡିଆନଙ୍କ ନମ୍ବର ୱାନ୍ ଚମଚା ହେବା ପାଇଁ ପ୍ରତିଯୋଗିତା ଚାଲିଛି। ଯେଉଁଥିପାଇଁ ଏପରି କାଣ୍ଡ କରୁଛନ୍ତି ବିଜେଡି ବିଧାୟକ।
ଚାଲି ପାରୁନି ବିଧାନସଭା: ଯଦି ଦେଖିବା ବିଜେପି ଶାସନକୁ ଆସିବା ଦିନଠାରୁ ଯେବେ ବି ବିଧାନସଭା ବସୁଛି ବିଜେଡି କିଛି ନା କିଛି କାରଣ ଦର୍ଶାଇ ଗୃହ ଚଳାଇ ଦେଉନି। ଗଣ୍ଡଗୋଳ ହୋ ହଲ୍ଲା କରୁଛି। ଯାହା ପାଇଁ ଗୃହକୁ ମୁଲତବି ରଖାଯାଉଛି।
ଆଉ ଏବେ ପୁଣିଥରେ ବିଧାନସଭା ଅଚଳ କରାଯିବାକୁ ନେଇ ଶାସକ ବିଜେପି ଓ ବିରୋଧୀ ବିଜେଡି ମୁହାଁମୁହିଁ ହୋଇଛନ୍ତି। ପଏଣ୍ଟ ଅଫ ଅର୍ଡର ନେଇ ଗୃହରେ ବିସ୍ଫୋରକ ମନ୍ତବ୍ୟ ଦେଇଛନ୍ତି ବରିଷ୍ଠ ବିଜେପି ବିଧାୟକ ଜୟନାରାୟଣ ମିଶ୍ର। ସେ କହିଛନ୍ତି, ପାଣ୍ଡିଆନଙ୍କ କଥାରେ ବିଜେଡି ଗୃହକୁ ଅଚଳ କରୁଛି ।
ବିରୋଧୀ ବିଜେଡି ଚାଷୀ ପ୍ରସଙ୍ଗରେ ମୁଲତବୀ ଆଣିଥିଲେ, ସରକାର ମଧ୍ୟ ଆଲୋଚନା ପାଇଁ ରାଜି ଥିଲେ। କିନ୍ତୁ କଣ ପାଇଁ କାଲିଠାରୁ ଆଜି ଯାଏ ଗୃହକୁ ମୁଲତବୀ କରାଯାଇଛି ।
ଲବିରେ କିଛି ବିଜେଡି ବିଧାୟକଙ୍କ ସହ ଆଲୋଚନା କରୁଥିଲି, ସେମାନେ କହିଲେ ପାଣ୍ଡିଆନ କହିଲା ବୋଲି ଆମେ ଏମିତି କଲୁ । ଏ ଗୃହକୁ କଣ ପାଣ୍ଡିଆନ ଚଳେଇବେ ବୋଲି ପ୍ରଶ୍ନ କରିଛନ୍ତି ଜୟନାରାୟଣ ।