fbpx

ପଦ୍ମପୁର ଉପନିର୍ବାଚନ : ଦାୟିତ୍ବ ବାଣ୍ଟିଲା ବିଜେଡ଼ିର, ୩୨ ବିଧାୟକ ଏବଂ ୧୧ ମନ୍ତ୍ରୀଙ୍କୁ ମିଳିଲା ଦାୟିତ୍ବ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌) : ପଦ୍ମପୁର ବିଧାନସଭା ଉପନିର୍ବାଚନ ପାଇଁ ବିଜେଡ଼ି ପ୍ରସ୍ତୁତି ପର୍ବକୁ ଜୋର୍‌ଦାର କରିଛି । ଉପନିର୍ବାଚନ ପରିଚାଳନା ପାଇଁ ୫୮ଟି ପଞ୍ଚାୟତ ଓ ଏନ୍‌ଏସିର ୧୧ଟି ୱାର୍ଡ ପାଇଁ ୮୨ ଜଣ ନେତାଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି । ଯଦିଓ ବିଜେଡ଼ି ପକ୍ଷରୁ କୌଣସି ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇ ନାହିଁ ତେବେ ବିଧାୟକ, ସାଂସଦ, ମନ୍ତ୍ରୀ ଓ ଆଗଧାଡ଼ିର ନେତାମାନେ ଏବେ ଠାରୁ ପଦ୍ମପୁରରେ ଡେରା ପକାଇ ପ୍ରଚାର ଉପରେ ଗୁରୁତ୍ୱ ପ୍ରଦାନ କରୁଛନ୍ତି । ପଦ୍ମପୁର ନିର୍ବାଚନ ମଣ୍ଡଳୀର ଦାୟିତ୍ୱ ଦଳର ବରିଷ୍ଠ ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ପ୍ରସାଦ ମିଶ୍ର ଓ ସୁଶାନ୍ତ ସିଂଙ୍କୁ ଦିଆଯାଇଥିବାବେଳେ ପଦ୍ମପୁର ବ୍ଲକ୍‌ ଦାୟିତ୍ୱ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ପ୍ରଦାନ କରାଯାଇଛି । ସେହିପରି ୩ଟି ଜିଲ୍ଲାପରିଷଦ ଜୋନ୍ ମଧ୍ୟରୁ ୧ ନଂ ଜୋନ୍‌ ପାଇଁ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ୨ ନଂ ଜୋନ୍ ପାଇଁ ପ୍ରତାପ ଜେନା ଓ ଦେବେଶ ଆଚାର୍ଯ୍ୟ ଏବଂ ୩ ନଂ ଜୋନ୍‌ ପାଇଁ ସରୋଜ ମେହେରଙ୍କୁ ଦାୟିତ୍ୱ ଅର୍ପଣ କରାଯାଇଛି ।

ଏହା ବ୍ୟତୀତ ମନ୍ତ୍ରୀ ସମୀର ରଞ୍ଜନ ଦାସ, ରୋହିତ ପୂଜାରୀ, ପର୍ଶୁରାମ ଧଡ଼ା, ନଳିନୀକାନ୍ତ ପ୍ରଧାନ, ପ୍ରଭାସ ସିଂଙ୍କୁ ପଞ୍ଚାୟତ ଦାୟିତ୍ୱ ଅର୍ପଣ କରାଯାଇଛି । ଏହାବ୍ୟତୀତ ରୁଦ୍ର ମହାରଥୀ, ସ୍ୱରୂପ ଦାସ, ପ୍ରଦୀପ ମାଝୀ, ବିଜୟ ନାୟକ, ଶିଶିର ପରିଜା, ସଂଗ୍ରାମ ପାଇକରାୟ, ରୋମାଞ୍ଚ ରଞ୍ଜନ ବିଶ୍ୱାଳ, ଜଗନ୍ନାଥ ସାରକା, ରମେଶ ମାଝୀ, ଦେବୀ ରଞ୍ଜନ ତ୍ରିପାଠୀ, ଶ୍ରୀକାନ୍ତ ସାହୁ, ସୌଭିକ ବିଶ୍ୱାଳ, ଅନୁଭବ ପଟ୍ଟନାୟକ, ଅତନୁ ସବ୍ୟସାଚୀ ନାୟକ, ନବ କିଶୋର ଦାସ, ଅରୁଣ ସାହୁ, ଟୁକୁନି ସାହୁ, ସ୍ନେହାଙ୍ଗିନୀ ଛୁରିଆ, ଦିବ୍ୟଶଙ୍କର ମିଶ୍ର, ଲତିକା ପ୍ରଧାନ, ପ୍ରଶାନ୍ତ ମୁଦୁଲି, ଅମରେଶ ପତ୍ରି, ମୋନହର ରନ୍ଧାରୀ,ସୁଶାନ୍ତ ରାଉତ, ରାଜେନ୍ଦ୍ର ଢ଼ୋଲକିଆ, ପ୍ରତାପ ଦେବ, ପୁଷ୍ପେନ୍ଦ୍ର ସିଂହଦେଓ ଓ ଚନ୍ଦ୍ରଶେଖର ବେହେରା ପ୍ରମୁଖଙ୍କୁ ଜୋନ୍‌ ଓ ପଞ୍ଚାୟତ ଦାୟିତ୍ୱ ଅର୍ପଣ କରାଯାଇଛି । ସେହିପରି ପ୍ରଣବ ପ୍ରକାଶ ଦାସଙ୍କୁ ମଧ୍ୟ ପଦ୍ମପୁର ଉପନିର୍ବାଚନ ଦାୟିତ୍ୱରେ ରଖାଯାଇଛି ।

Get real time updates directly on you device, subscribe now.