fbpx

୧୨ ବର୍ଷପରେ ପଡୁଛି ନବପଞ୍ଚକ ରାଜଯୋଗ ;ବଦଳିବ ୫ ରାଶିର ଭାଗ୍ୟ, ଜାଣନ୍ତୁ ଆପଣଙ୍କ ରାଶି ଅଛି କି ସାମିଲ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ଗ୍ରହ ନକ୍ଷତ୍ର ଏକ ନିର୍ଦ୍ଧିଷ୍ଟ ସମୟରେ ସେମାନଙ୍କ ରାଶି ଓ ଗତି ଉଭୟ ପରିବର୍ତ୍ତନ କରିଥାନ୍ତି । ଫଳରେ ଏହା ପ୍ରତ୍ୟେକ ବ୍ୟକ୍ତି ଉପରେ ପ୍ରଭାବ ପକାଇଥାଏ । ଏହି କାରଣରୁ କାହାର ଜୀବନରେ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ ତ ଆଉ କିଏ ଅନେକ ସମସ୍ୟା ଦେଇ ଗତି କରିଥାଏ । ତେବେ ପୂର୍ବରୁ ଅନେକ ଗ୍ରହ ସେମାନଙ୍କ ରାଶି ଓ ଗତି ପରିବର୍ତ୍ତନ କରିଥିବାବେଳେ ଚଳିତ ମାସ ୧୧ ତାରିଖରେ ଶୁକ୍ର ଗ୍ରହ ମଧ୍ୟ ତାଙ୍କ ଗତି ପରିବର୍ତ୍ତନ କରିଛନ୍ତି । ଫଳରେ ଦୀର୍ଘ ୧୨ବର୍ଷ ପରେ ନବପଞ୍ଚକ ରାଜଯୋଗ ସୃଷ୍ଟି ହୋଇଛି । ଏହା ୧୧ ନଭେମ୍ବରରୁ ଆରମ୍ଭ ହୋଇ ୩ ଡିସେମ୍ବର ପର୍ଯ୍ୟନ୍ତ ରହିବ । ଏହି ରାଜଯୋଗ ମୋଟ ୧୨ଟି ରାଶି ଉପରେ ପ୍ରଭାବ ପକାଇବ । କିନ୍ତୁ ଖାସ କରି ୫ ରାଶି ଉପରେ ଅଧିକ ପ୍ରଭାବ ପକାଇବ । ଫଳରେ ଏହି ରାଶିର ବ୍ୟକ୍ତିମାନଙ୍କ ଜୀବନରେ ଅନେକ ସୁଖ ସମୃଦ୍ଧି ବୃଦ୍ଧି ପାଇବା ସହ ଧନ ପ୍ରାପ୍ତିର ମଧ୍ୟ ଯୋଗ ରହିଛି । ବର୍ତ୍ତମାନ ଆସନ୍ତୁ ଜାଣିବା ଏହି ୫ ଭାଗ୍ୟଶାଳୀ ରାଶିମାନଙ୍କ ବିଷୟରେ…

ବୃଷ: ନବପଞ୍ଚକ ରାଜଯୋଗ ଏହି ରାଶିର ବ୍ୟକ୍ତିମାନଙ୍କ ପାଇଁ ବହୁତ ଶୁଭ ଫଳ ପ୍ରଦାନ କରିବ । ଏହି ସମୟରେ ବୃଷରାଶିର ବ୍ୟକ୍ତିମାନେ ସେମାନଙ୍କ ଜୀବନରେ ଉର୍ଣ୍ଣତି କରିବା ସହ ନୂତନ ଚାକିରିର ଯୋଗ ରହିଛି । ଏତତ୍ ବ୍ୟତୀତ ଯେଉଁମାନେ ଚାକିରି କରିଛନ୍ତି ସେମାନଙ୍କର ଦରମା ବୃଦ୍ଧି ସହ ପ୍ରମୋଶନ ହେବାର ଯୋଗ ରହିଛି ।

ମିଥୁନ: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ନବପଞ୍ଚକ ରାଜେଯାଗ ମିଥୁନ ରାଶିର ବ୍ୟକ୍ତିମାନଙ୍କ ଜୀବନରେ ଅନେକ ପରିବର୍ତ୍ତନ ଆଣିବ । ଫଳରେ ଏହି ରାଶିର ବ୍ୟକ୍ତିମାନଙ୍କୁ ଧନପ୍ରାପ୍ତିର ଯୋଗ ରହିଛି ।ଏଥିସହିତ ମିଥୁନ ରାଶିର ବ୍ୟକ୍ତିମାନେ ବେପାର ବାଣିଜ୍ୟରେ ଉନ୍ନତି କରିବା ସହ କୋର୍ଟ କାମରେ ମଧ୍ୟ ସମଫଳତା ମିଳିବ । ଏତତ୍ ବ୍ୟତୀତ ନୂତନ ଚାକିରିର ମଧ୍ୟ ଯୋଗ ରହିଛି ।

କର୍କଟ: ଏହି ସମୟରେ କର୍କଟ ରାଶିର ବ୍ୟକ୍ତିମାନେ ଜୀବନରେ ଅନେକ ସଫଳତା ହାସଲ ଲ କରିବା ସହ ଭାଗ୍ୟର ସାଥ ମିଳିବ । ଯାହାଫଳରେ ଅଟକି ରହିଥିବା କାମ ହେବା ସହ ପ୍ରତ୍ୟେକ କାମରେ ସଫଳତା ମିଳିବ । ତେବେ ଏହି ନବପଞ୍ଚକ ରାଜ ଯୋଗ ସମୟରେ ଏହି ରାଶିର ବ୍ୟକ୍ତିମାନେ ସେମାନଙ୍କ ବେପାର ବାଣିଜ୍ୟକୁ ନେଇ ବିଦେଶ ଯାତ୍ରା କରି ପାରନ୍ତି ।

ତୁଳା: ତୁଳା ରାଶିର ବ୍ୟକ୍ତିମାନଙ୍କ ଉପରେ ଏହି ରାଜ ଯୋଗ ବହୁତ ଶୁଭ ପ୍ରଭାବ ପକାଇବ । ଯେଉଁ କାରଣରୁ ଏହି ରାଶିର ବ୍ୟକ୍ତିମାନେ ତାଙ୍କ କଥାରେ ହିଁ କାମ ହାସଲ କରିପାରିବେ । ଏଥିସହିତ ହଠାତ ବହୁତ ଖୁସି ଖବର ମିଳିବାର ମଧ୍ୟ ଯୋଗ ରହିଛି । ଏତତ୍ ବ୍ୟତୀତ ଏହି ରାଶିର ବ୍ୟକ୍ତିମାନଙ୍କ ପରିବାବରେ ସୁଖ ସମୃଦ୍ଧି ଲାଗି ରହିବ ଏବଂ ଧନପ୍ରାପ୍ତିର ଯୋଗ ରହିଛି ।

କୁମ୍ଭ: କୁମ୍ଭ ରାଶିର ବ୍ୟକ୍ତିମାନଙ୍କ ପାଇଁ ଏହି ନବପଞ୍ଚକ ରାଜଯୋଗ ବହୁତଲାଭ ଦେବ । ଏହି ସମୟରେ କୁମ୍ଭ ରାଶିର ବ୍ୟକ୍ତିମାନେ ସେମାନଙ୍କ ପରିଶ୍ରମର ସମ୍ପୂର୍ଣ୍ଣ ଫଳ ପାଇବା ସହ ଜୀବନରେ ବହୁତ ଉର୍ଣ୍ଣତି କରିବେ । ଏଥିସହିତ ପରିବାରରେ ସମମ୍ତଙ୍କ ସହିତ ସୁ ସମ୍ପର୍କ ରହିବ । ଏତତ୍ ବ୍ୟତୀତ ନୂତନ ଚାକିରିର ମଧ୍ୟ ଯୋଗ ରହିଛି ।

Get real time updates directly on you device, subscribe now.