fbpx

‘ଦୁର୍ନିତିରେ ବୁଡି ରହିଛି ବିଜେଡି ସରକାର, ଓଡ଼ିଶାର ବିକାଶ ପାଇଁ ଦରକାର ଡବଲ ଇଞ୍ଜିନ ସରକାର’: ୨୦୨୪ ନିର୍ବାଚନ ପାଇଁ ବିଜେପି କର୍ମୀଙ୍କୁ ନଡ୍ଡାଙ୍କ ମନ୍ତ୍ର

ଭୁବନେଶ୍ୱର: ଓଡ଼ିଶାରେ କୁଶାସନ ଚଲାଇଛନ୍ତି ବିଜେଡି ନେତୃତ୍ୱ ସରକାର। ଦୁର୍ନିତିରେ ବଡ଼ି ରହିଛନ୍ତି, ରକ୍ଷକ ଏଠାରେ ଭକ୍ଷକ ସାଜିଛି। ଏଠାରେ ଚାଲିଛି ଡୁପ୍ଲିକେଟ୍ ସରକାର, ଆଉ ଏହାର ଚାବି ମଧ୍ୟ ଡୁପ୍ଲିକେଟ୍ । ଓଡ଼ିଶାର ବିକାଶ ପାଇଁ ଡବଲ ଇଞ୍ଜିନ ସରକାର ଆବଶ୍ୟକ। ଓଡ଼ିଶା ଗସ୍ତରେ ଆସିଥିବା ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ବିଜେଡି ଉପରେ ବର୍ଷିଛନ୍ତି। ଜନନୀ ଯନ୍ତ୍ରଣାଠୁ ନେଇ ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିବା ସହ ୨୦୨୪ରେ ରାଜ୍ୟରେ ବିଜେପି ସରକାର ଗଠନ କରିବାକୁ ଦଳୀୟ କର୍ମୀଙ୍କୁ ଆହ୍ୱାନ୍ ଦେଇଛନ୍ତି।

ରାଜ୍ୟରେ ଶେଷରୁ ଶିର୍ଷସ୍ତର ଯାଏଁ ଦୁର୍ନିତିରେ ବୁଡି ରହିଛନ୍ତି ରାଜ୍ୟ ସରକାର ଶାସକ ଦଳର ସହଯୋଗରେ ଏଭଳି ଦୁର୍ନିତି ଚାଲିଛି । ତେଣୁ ଏ ଦୁର୍ନିତିଖୋର ସରକାରଙ୍କୁ ଉପାଡି ଫୋଫାଡ଼ିବା ଦରକାର । ଏବଂ ରାଜ୍ୟର ବିକାଶ ପାଇଁ ଡବଲ ଇଞ୍ଜିନ ସରକାର ଆଣିବାକୁ ଦଳର କର୍ମକତା ମାନଙ୍କୁ କହିଛନ୍ତି ନଡ୍ଡା । ରାଜ୍ୟର ବିଜେଡି ସରକାର କେନ୍ଦ୍ର ସରକାରଙ୍କ ଯୋଜନାରେ ନିଜ ନାଁ ଲଗାଇ ଶ୍ରେୟ ନେଉଛନ୍ତି । ଦେଶର ଅଧିକାଂଶ ରାଜ୍ୟରେ ଆୟୁଷ୍ମାନ୍ ଭାରତ ଯୋଜନା ଲାଗୁୁ ହୋଇଥିବା ବେଳେ ରାଜ୍ୟ ସରକାରଙ୍କ ଲାଗି ଓଡ଼ିଶାର ଲୋକେ ଏଥିରୁ ବଞ୍ଚିତ ହେଉଛନ୍ତି । ତେଣୁ ଆଗାମୀ ନିର୍ବାଚନରେ ଲୋକେ ଏହାର ଉତ୍ତର ବିଜେଡିକୁ ଦବା ଉଚିତ୍ ।

ସେହିଭଳି ରାଜ୍ୟ ସରକାରରେ ଥିବା ୩ ମନ୍ତ୍ରୀଙ୍କ ନାମରେ ଅପରାଧିକ ମାମଲା ରହିଛି । ଯଦି ସରକାରରେ ଥିବା ମନ୍ତ୍ରୀଙ୍କ ନାଁରେ ଏଭଳି ମାମଲା ଆସେ ତେବେ ରାଜ୍ୟରେ କାର୍ଯ୍ୟ କରୁଥିବା ପ୍ରଶାସନ ମଧ୍ୟ ଏହି କୁଶାସନରେ ସାମିଲ । ରାଜ୍ୟରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ସ୍ଥିତିକୁ ନେଇ ମଧ୍ୟ ସେ ରାଜ୍ୟ ସରକାରଙ୍କୁ ଆଡ଼କୁ ଆଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି । ସେ କହିଛନ୍ତି ଯେ, କିଏ କହୁଛି ଏହାର ଚାବି ହଜିଯାଇଛି ତ କିଏ କହୁଛି ଚାବି ଡୁପ୍ଲିକେଟ୍ । ତେବେ ରାଜ୍ୟରେ ସରକାର ଡୁପ୍ଲିକେଟ୍ ଚାଲୁଥିବା ବେଳେ ଚାବି ଡୁପ୍ଲିକେଟ୍ ହେବା ସ୍ୱାଭାବିକ ବୋଲି ନଡ୍ଡା କହିଛନ୍ତି ।

ଏଭଳି ସ୍ଥିତିରେ ରାଜ୍ୟରେ ଯେତେବେଳେ ଖୋଦ୍ ଜଗନ୍ନାଥଙ୍କ ସମ୍ପତି ସୁରକ୍ଷିତ ନୁହେଁ, ତ ଏଠାରେ କେହି ମଧ୍ୟ ସୁରକ୍ଷିତ ନୁହନ୍ତି । ତେନୁ ରାଜ୍ୟବାସୀ ଏ ସରକାରଙ୍କୁ ଓପାଡ଼ି ଫିଙ୍ଗିଦେବା ଆବଶ୍ୟକ। ଏଭଳି କିଛୀ ଜୋସଭରା ସମ୍ବୋଧନ କରି ଜେପି ନଡ୍ଡା ଦଳୀୟ କର୍ମୀଙ୍କୁ ଆକ୍ଟିଭ୍ ମୋଡ୍ରେ ଆଣିବାକୁ ଚେଷ୍ଟା କରିଛନ୍ତି । ତେବ ଆଗାମୀ ନିର୍ବାଚନରେ ନଡ୍ଡାଙ୍କର ଏହି ପ୍ରୟାସ କେତେ ପ୍ରଭାବ ପକାଇବ ତାହା ଦେଖିବାକୁ ବାକି ରହିଲା ।

 

Get real time updates directly on you device, subscribe now.