fbpx

କାର୍ କମ୍ପାନୀଙ୍କୁ ଦେବାକୁ ହେବ ୬ଟି ଏୟାରବ୍ୟାଗ୍ : ନିତିନ ଗଡ଼କରୀ କହିଲେ ତାରିଖ…

ନୂଆଦିଲ୍ଲୀ: କେନ୍ଦ୍ର ସଡ଼କ ପରିବହନ ଏବଂ ରାଜମାର୍ଗ ମନ୍ତ୍ରୀ ନିତିନ ଗଡକରୀ କାରରେ ଏୟାରବ୍ୟାଗ୍ କୁ ନେଇ ବଡ଼ ଘୋଷଣା କରିଛନ୍ତି । ଏବେ କମ୍ପାନୀଙ୍କୁ କାରରେ ସର୍ବନିମ୍ନ ୬ ଏୟାରବ୍ୟାଗ୍ ଦେବାକୁ ହେବ । ନିତିନ ଗଡକରୀ ୧ ଅକ୍ଟୋବର ୨୦୨୩ ରୁ ପାସେଞ୍ଜର କାର୍ ରେ ସର୍ବନିମ୍ନ ୬ ଏୟାରବ୍ୟାଗ ବାଧ୍ୟତାମୂଳକ କରିବା ପ୍ରସ୍ତାବକୁ ଲାଗୁ କରିବାନେଇ ଘୋଷଣା କରିଛନ୍ତି । ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡକରି ଗୁରୁବାର ଏନେଇ ଟ୍ୱିଟ୍  କରି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଅକ୍ଟୋବର ୨୦୨୩ ରୁ କାରମାନଙ୍କ ରେ ୬ ଏୟାରବ୍ୟାଗ୍ ବାଧ୍ୟତାମୂଳକ କରାଯିବ ।

ଯେତେବେଳେକି ପୂର୍ବରୁ ଅନୁମାନ କରାଯାଉଥିଲା ଯେ ସରକାର ଖୁବଶୀଘ୍ର ଏୟାରବ୍ୟାଗକୁ ନେଇ ବଡ଼ ଘୋଷଣା କରିପାରନ୍ତି । କିନ୍ତୁ ଏହି ଡେଡଲାଇନକୁ ଘୁଞ୍ଚାଯାଇଛି । ଗଡକରି ଟ୍ୱିଟ୍ କରି କହିଛନ୍ତି ଯେ ମୋଟର ଯାନ ରେ ଯାତ୍ରା କରୁଥିବା ସବୁ ଯାତ୍ରୀଙ୍କ ସୁରକ୍ଷା ପ୍ରାଥମିକତା ଦିଆଯିବା ଜରୁରୀ । ନାକି କାରର ମୂଲ୍ୟ କିମ୍ବା ଭ୍ୟାରିଏଣ୍ଟ । ଏହା ବ୍ୟତୀତ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଅଟୋ ଉଦ୍ୟୋଗ ସାମ୍ନାରେ ଥିବା ବର୍ତ୍ତମାନର ବୈଶ୍ୱିକ ଯୋଗାଣ ଶୃଙ୍ଖଳାର ଚାଲେଞ୍ଜକୁ ମଧ୍ୟ ଦର୍ଶାଇଛନ୍ତି । ଯେ କହିଛନ୍ତି ଯେ ସପ୍ଲାଏ ଚେନ୍ ର ଅସୁବିଧାକୁ ଧ୍ୟାନରେ ରଖି ଏହି ପ୍ରସ୍ତାବକୁ ଆସନ୍ତା ବର୍ଷ ଯାଏଁ ଘୁଞ୍ଚାଯାଇଛି ।

ନିକଟ ଅତୀତରେ କେନ୍ଦ୍ରମନ୍ତ୍ରୀ ବାହନ ନିର୍ମାତାଙ୍କ ଉପରେ ଏୟାରବ୍ୟାଗ୍ ଲଗାଇବାକୁ ନେଇ ସମାଲୋଚନା ମଧ୍ୟ କରିଥିଲେ । ସୂଚନାଯୋଗ୍ୟ, ସଡ଼କ ପରିବହନ ମନ୍ତ୍ରୀ ରାଜମାର୍ଗ ମନ୍ତ୍ରାଳୟ ଜାନୁଆରୀ ୨୦୨୨ ରେ ଜାରି ବିଜ୍ଞପ୍ତି ରେ ଏହି ପ୍ରସ୍ତାବ ଦେଇଥିଲା ଯେ ୧ ଅକ୍ଟୋବର ୨୦୨୨ ପରଠାରୁ ଏମ-୧ କାଟାଗୋରୀର ସବୁ କାର୍ ପାଇଁ ୬ ଏୟାରବ୍ୟାଗ୍ ବାଧ୍ୟତାମୂଳକ କରାଯିବା ଦରକାର । ଆଉ ଏବେ ଯୋଗାଣ ଶୃଙ୍ଖଳାକୁ ନେଇ ଉଠିଥିବା ଚାଲେଞ୍ଜକୁ ଧ୍ୟାନରେ ରଖି ଏହାକୁ ଆସନ୍ତା ବର୍ଷ ଯାଏଁ ଘୁଞ୍ଚାଯାଇଛି ।

Get real time updates directly on you device, subscribe now.