fbpx
BJD
BJD SKY
BJD SKY

ମୁଖ୍ୟମନ୍ତ୍ରୀଙ୍କୁ ଅଫିସର୍ସ ସଂଘ ଭେଟିବା ପ୍ରସଙ୍ଗରେ ଜବାବ ରଖିଲା ବିଜେଡି, କହିଲା ବିଜେପିର ଏହା ପୁରୁଣା ଅଭ୍ୟାସ

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରବିବାର ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ ରାଜ୍ୟର ବରିଷ୍ଠ ଆଇଏଏସ ଏବଂ ଆଇପିଏସ୍ ଅଧିକାରୀ । ଅଧିକାରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପଞ୍ଚାୟତ ଏବଂ ପୌର ନିର୍ବାଚନରେ ସଫଳତା ଶୁଭେଚ୍ଛା ଜଣାଇଥିଲେ । ତେବେ ଏହାକୁ ନେଇ ଏବେ ଜୋର୍ ଧରିଛି ରାଜନୀତି । ଏହି ପ୍ରସଙ୍ଗରେ ବିଜେଡିକୁ ଘେରିଛି ବିଜେପି ।

ସେପେଟ ବିଜେପି ଅଭିଯୋଗର ଜବାବ ରଖିଛି ବିଜେଡି । ନିର୍ବାଚନରେ ପରାଜୟ ପରେ ଏହା ବିଜେପିର ଶସ୍ତା ରାଜନୀତି ବୋଲି କହିଛି ବିଜେଡି । ବିଜେପି ପାଖରେ ଅନ୍ୟ ପ୍ରସଙ୍ଗ ନଥିବାରୁ ଏହାକୁ ଏକ ପ୍ରସଙ୍ଗ କରୁଛି, ବିଜେପିର ଏହା ପୁରୁଣା ଅଭ୍ୟାସ ବୋଲି କହିଛି ବିଜେଡି । ବିଜେପି ଶାସିତ ରାଜ୍ୟରେ ବି ଅଫିସର୍ସ ସଂଘ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାନ୍ତି । ଜନମତକୁ ସମ୍ମାନ ଜଣାଇବାକୁ ଏପରି କରାଯାଇଥାଏ । ହତୋତ୍ସାହିତ କର୍ମୀଙ୍କ ମନୋବଳ ବୃଦ୍ଧି ପାଇଁ ବିଜେପି ଏପରି କରୁଛି ବୋଲି କହିଛି ବିଜେଡି ।

Get real time updates directly on you device, subscribe now.