fbpx

ସୋରରେ ନିର୍ବାଚନୀ ହିଂସାରୁ ଛୁରାମାଡ: ଥାନା ସାମନାରେ ଧାରଣା ଦେଲେ ବିଜେପି କର୍ମୀ

ବାଲେଶ୍ୱର: ବାଲେଶ୍ୱର ସୋରରେ ଘଟିଯାଇଛି ଅଭାବନୀୟ ଘଟଣା । ରାଜନୈତିକ ହିଂସାକୁ କେନ୍ଦ୍ର କରି ହୋଇଛି ଆକ୍ରମଣ । ଛୁରାମାଡରେ ୨ ଜଣ ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଘଟଣାର ପ୍ରତିବାଦ କରି ସୋର ଥାନା ଘେରାଉ କରିଛି ବିଜେପି । ଖବର ପାଇ ଘଟଣାସ୍ଥଳରେ ଅତିରିକ୍ତ ଏସପି ଏବଂ ଏସଡିପିଓ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଥାନା ଆଗରେ ଧାରଣା ଦେଇଛନ୍ତି ବିଜେପି କର୍ମୀ । ରାଲିରୁ ଫେରିବା ବାଟରେ ବିଜେପି କର୍ମୀଙ୍କ ଉପରେ ଛୁରାମାଡ ହୋଇଥିଲା, ଯେଉଁଥିରେ ୨ ଜଣ କର୍ମୀ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ୪ ଜଣ ଯୁବକ ୨ ଟି ବାଇକରେ ଆସି ହଠାତ ଛୁରାମାଡ କରିଥିଲେ । ଏହି ଘଟରା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

Get real time updates directly on you device, subscribe now.