ଭୁବନେଶ୍ୱର: ପଦ୍ମପୁର ଉପ ନିର୍ବାଚନ ପୂର୍ବରୁ ମୁହାଁମୁହିଁ ହୋଇଛନ୍ତି ରାଜ୍ୟ ସରକାର ଓ ବିଜେପି। ଉପନିର୍ବାଚନ ପାଇଁ ପ୍ରଚାର ଜୋର ଧରୁଥିବା ବେଳେ ପରସ୍ପରକୁ ପ୍ରତି କଡ଼ା ଭାଷାରେ ସମାଲୋଚନା କରିଛନ୍ତି ବିଜେଡି ଏବଂ ବିଜେପି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି। ଆଜି ନିଜ ପ୍ରଚାରର ଦ୍ୱିତୀୟ ଦିନରେ ଧର୍ମେନ୍ଦ୍ର ସିଧା ସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ସମାଲୋଚନା କରିଥିଲେ। ଏହା ସହିତ ସେ ରାଜ୍ୟ ସରକାରଙ୍କୁ ଦେବାଳିଆ, ଅପାରଗ ଭଳି ଶବ୍ଦରେ ସମାଲୋଚନା କରି ଗଲା ୨୨ ବର୍ଷରେ ରାଜ୍ୟ ସରକାର କଣ କରିଛନ୍ତି ଏହାର ଜବାବ ମାଗିଛନ୍ତି।
କେନ୍ଦ୍ରରେ ମୋଦି ସରକାରଙ୍କ ଅନେକ ବ୍ୟବସ୍ଥା ସତ୍ତ୍ୱେ ଓଡ଼ିଶା ହେଉଛି ଏକମାତ୍ର ରାଜ୍ୟ ଯେଉଁଠି ପଛୁଆ ଜାତିର ବର୍ଗଙ୍କୁ ଚାକିରି ଓ ଶିକ୍ଷା କ୍ଷେତ୍ରରେ ସମ୍ବିଧାନ ଅନୁମୋଦିତ ସଂରକ୍ଷଣ ପ୍ରଦାନ କରାଯାଉନାହିଁ। ସେହିପରି ବିଧାନସଭାରେ ପ୍ରତି ଗ୍ରାମକୁ ପାନୀୟ ଜଳ ଯୋଗାଣ ପ୍ରଶ୍ନରେ ରାଜ୍ୟ ସରକାର ମିଛ କହୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ତେବେ ରାଜ୍ୟ ସରକାର କେବଳ କେନ୍ଦ୍ର ସରକାରଙ୍କ ଯୋଜନାକୁ ରାଜ୍ୟ ସରକାର ନିଜ ନାଁରେ କରି ବାହାବା ନେବାର ଅପଚେଷ୍ଟା କରୁଥିବା ସେ କହିଛନ୍ତି।
ତେବେ ବିଜେଡି ପକ୍ଷରୁ ରାଜ୍ୟସଭା ସଂସଦ ଶସ୍ମିତ ପାତ୍ର ସାମ୍ବାଦିକ ସମ୍ମିଳନୀ କରି ଏହାର ଜବାବ ରଖିଛନ୍ତି। ରାଜ୍ୟକୁ କେନ୍ଦ୍ର ଅବହେଳା ନେଇ ଶସ୍ମିତ ପାତ୍ର କଡା ଭାଷାରେ ସମାଲୋଚନା କରିଥିଲେ। ରାଜ୍ୟରେ ଉପନିର୍ବାଚନ ଏବଂ ବିଧାନସଭା ସମୟରେ ଦୁଇ ଦଳ ମଧ୍ୟରେ ଏହି ପରିସ୍ଥିତି ରାଜ୍ୟ ରାଜନୈତିକ ମାହୋଲର ନୂଆ ସମୀକରଣ ଦେଖାଦେଇପାରେ ବୋଲି ଆଶଂକା କରିଛନ୍ତି ରାଜନୈତିକ ବିଶେଷଜ୍ଞ। ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରର ବିଜେପି ସରକାର ଓଡ଼ିଶା ସହିତ ପ୍ରତାରଣା କରୁଛନ୍ତି ବୋଲି ରାଜ୍ୟ ସରକାର ଚାଲିଛି। ତେବେ ଲୋକଙ୍କ ଅସୁବିଧା ବୁଝୁ ନାହାନ୍ତି ବୋଲି ଏହି ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ।