ଭୁବନେଶ୍ୱର: ପୁଣି ଚର୍ଚ୍ଚାରେ ରାଜ୍ୟ ରାଜନୀତି। ବିଜେପି ସହ ସମ୍ୱନ୍ଧ ବଢ଼ାଉଛନ୍ତି ବିଜେଡିର ରାଜ୍ୟସଭା ସାଂସଦ। ଏପରିକି ସବୁବେଳେ ବିଜେପି ସହ ଯୋଗାଯୋଗରେ ଥିବା ମଧ୍ୟ କୁହାଯାଉଛି। ଆଉ ଏପରି ଏକ ବଡ଼ ବୟାନ ଦେଇଛନ୍ତି ବିଜେପି ରାଜ୍ୟସଭା ସାଂସଦ ମମତା ମହନ୍ତ।
ଯିଏକି ନିଜେ ବିଜେଡିର ରାଜ୍ୟସଭା ସାଂସଦ ଥିଲେ। ହେଲେ ବିଜେପି କ୍ଷମତାକୁ ଆସିବା ପରେ ମମତା ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇଥିଲେ। ଆଉ ବିଜେପି ପକ୍ଷରୁ ପୁଣିଥରେ ରାଜ୍ୟସଭାକୁ ମଧ୍ୟ ଗଲେ।
ଆଉ ସେ ଏବେ ବିଜେଡିର ଆଗ ଧାଡ଼ିର ସାଂସଦଙ୍କ ନାଁରେ ବଡ଼ ବୟାନ ଦେଇଛନ୍ତି। କି ବିଜେଡିର ୭ ଜଣ ରାଜ୍ୟସଭା ସାଂସଦଙ୍କ ମଧ୍ୟରୁ ଅଧାରୁ ଅଧିକ ସାଂସଦ ବିଜେପି ଲିଙ୍କରେ ଅଛନ୍ତି। ଯେଉଁମାନେ କି ଖୁବଶୀଘ୍ର ବିଜେପିରେ ଯୋଗ ଦେଇପାରନ୍ତି।
ଆଉ ନ କହି ନ କହି ମମତା ଇସାରାରେ ସେହି ସାଂସଦମାନଙ୍କ ନାଁ ମଧ୍ୟ କହିଦେଇଛନ୍ତି। ଅର୍ଥାତ୍ ମମତା କହିଛନ୍ତି କି ଓ୍ୱକଫ୍ ବିଲ୍ ସପକ୍ଷରେ ଯେଉଁମାନେ ଭୋଟ ଦେଇଥିଲେ, ସେହିମାନେ ହିଁ ବିଜେପି ଲିଙ୍କରେ ଅଛନ୍ତି।
ଆଉ ଓ୍ୱକଫ୍ ବିଲ୍ ସପକ୍ଷରେ କେଉଁମାନେ ଭୋଟ ଦେଇଥିଲେ ଉଣା ଅଧିକେ ପ୍ରାୟ ସମସ୍ତେ ଜାଣିଛନ୍ତି। ଯାହା ପାଇଁ ବିଜେଡି ଭିତରେ କଳି ଦେଖିବାକୁ ମିଳିଥିଲା। ଏକାଧାରାରେ କହିବାକୁ ଗଲେ ବିଜେଡିର ରାଜ୍ୟସଭା ସାଂସଦ ସସ୍ମିତ୍ ପାତ୍ର।
ଯିଏକି ପ୍ରଥମରୁ କହିଛନ୍ତି ସେ ଓ୍ୱକଫ ବିଲ୍ ସପକ୍ଷରେ ଭୋଟ୍ ଦେଇଛନ୍ତି ବୋଲି। ଆଉ ସସ୍ମତଙ୍କୁ ସମର୍ଥନ କରି ସୁଲତା ଦେଓ ମଧ୍ୟ କହିଥିଲେ, ସେ ନିଜେ ଏବଂ ବିଜେଡିର ଆହୁରି ୨ ରୁ ୩ ଜଣ ରାଜ୍ୟସଭା ସାଂସଦ ଓ୍ୱକଫ୍ ବିଲ୍ ସପକ୍ଷରେ ଭୋଟ୍ ଦେଇଛନ୍ତି।
ତେଣୁ ମମତାଙ୍କ କହିବା ଅନୁସାରେ ସସ୍ମିତ୍ ପାତ୍ର ଓ ସୁଲତା ଦେଓଙ୍କ ସହ ଆହୁରି ବିଜେଡିର ରାଜ୍ୟସଭା ସାଂସଦ ବିଜେପି ଲିଙ୍କରେ ଅଛନ୍ତି। ସେମାନେ ଖୁବଶୀଘ୍ର ବିଜେପିରେ ଯୋଗ ଦେଇପାରନ୍ତି।