fbpx

ରେଳ ବଜେଟକୁ ନେଇ କ’ଣ ରହିଛି ବିଜେଡିର ପ୍ରତିକ୍ରିୟା

ଭୁବନେଶ୍ୱର, ୫ା୨ (ଓଡିଶା ଭାସ୍କର): କେନ୍ଦ୍ର ସରକାରଙ୍କର ରେଳ ବଜେଟକୁ ନେଇ ପ୍ରତିକ୍ରିୟା ରଖିଛି ବିଜେଡି । ଏନେଇ ଦଳୀୟ କାର୍ଯ୍ୟାଳୟରେ ଦଳ ପକ୍ଷରୁ ଏକ ପ୍ରେସ୍ ମିଟରେ କେନ୍ଦ୍ର ସରକାର ଓଡ଼ିଶା ପ୍ରତି ଅବିଚାର କରିଥିବା ଅଭିଯୋଗ କରାଯାଇଛି ।

ବିଜେଡି ପକ୍ଷରୁ କୁହାଯାଇଛି ଯେ, ଗତ ୭ ବର୍ଷରେ ରାଜ୍ୟ କେନ୍ଦ୍ରକୁ ରେଳ ବାବଦରେ ରାଜସ୍ୱ ୧ ଲକ୍ଷ ୪୦ ହଜାର କୋଟି ଟଙ୍କା ଦେଇଛି । କିନ୍ତୁ ବଦଳରେ ରାଜ୍ୟକୁ ମିଳିଛି ମାତ୍ର ୧୪ ହଜାର କୋଟି ଟଙ୍କା । ବର୍ତ୍ତମାନ ରାଜ୍ୟ ବର୍ଷକୁ ପ୍ରାୟ ୨୦ ହଜାର କୋଟି ଟଙ୍କା ଦେଉଛି । ରାଜ୍ୟର କନ୍ଧମାଳ, ମୟୂରଭଞ୍ଜ, ଦେବଗଡ଼, କେନ୍ଦ୍ରାପଡ଼ା, ମାଲକାନାଗିରି ଓ ବୌଦ୍ଧ ଆଦି ୬ଟି ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ରେଳସେବା ଆରମ୍ଭ ହୋଇନାହିଁ । କେନ୍ଦ୍ର ସରକାରଙ୍କ ଏଭଳି ପଦକ୍ଷେପ ଫଳରେ ଓଡ଼ିଶାକୁ ନ୍ୟାୟ ମିଳିନାହିଁ । ଏହି ଅବସରରେ ବିଜେଡି ପକ୍ଷରୁ ବିଜେପିକୁ ବିତର୍କ ପାଇଁ ଆହ୍ୱାନ ଦିଆଯାଇଛି ।

Get real time updates directly on you device, subscribe now.