fbpx

ବିଜେଡିରୁ ଇସ୍ତଫା ଦେଲେ ବରିଷ୍ଠ ନେତା: ରାଜ୍ୟ ସାଧାରଣ ସମ୍ପାଦକ ଦଳ ଛାଡ଼ିଲେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ତଥା ୫ଟି ସଚିବ ଭି.କେ ପାଣ୍ଡିଆନଙ୍କୁ ନେଇ ସାରା ରାଜ୍ୟରେ ଏବେ ରାଜନୀତି ସରଗରମ୍ ରହିଛି । ୫ଟି ସଚିବ ବିଭିନ୍ନ ଜିଲ୍ଲା ଗସ୍ତ କରି ସର୍ଭିସ ରୁଲ ଉଲ୍ଲଂଘନ କରିଥିବା ନେଇ ବିଜେପି ଓ କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି । ତେବେ ଲୋକଙ୍କ ଦୁଃଖସୁଖ ବୁଝିବାକୁ ମୁଖ୍ୟମନ୍ତ୍ରୀ ପାଣ୍ଡିଆନ ବାବୁଙ୍କୁ ପଠାଇଥିବା ନେଇ ୫ଟି ସଚିବ ବରଗଡ଼ରେ ନବୀନଙ୍କର ଏକ ଅଡିଓ ଶୁଣାଇଥିଲେ ।

୫ଟି ସଚିବଙ୍କୁ ନେଇ ଦେଖାଦେଇଥିବା ବିବାଦକୁ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କେନ୍ଦ୍ର ସରକାରଙ୍କ ତରଫରୁ ରାଜ୍ୟ ସରକାରଙ୍କ ନିକଟକୁ ଚିଠି ଆସିଥିଲା । ତେବେ ରାଜ୍ୟରେ ୫ଟି ସଚିବଙ୍କୁ ନେଇ ରାଜନୀତି ସରଗରମ୍ ରହିଥିବା ବେଳେ ଏହା ମଧ୍ୟରେ ଆସିଛି ଏକ ବଡ଼ ଖବର । ବିଜେଡିର ଜଣେ ବରିଷ୍ଠ ନେତା ଦଳରୁ ଇସ୍ତଫା ଦେଇଛନ୍ତି । ଦଳର ରାଜ୍ୟ ସାଧାରଣ ସମ୍ପାଦକ ତଥା ବାଲେଶ୍ୱର ଜିଳ୍ଲା ବସ୍ତା ନିର୍ବାଚନ ମଣ୍ଡଳୀର ବିଜେଡି ନେତା ଶ୍ୟାମ ପ୍ରସାଦ ବେହେରା ଆଜି ଦଳ ଛାଡ଼ିଛନ୍ତି ।

ବସ୍ତା ଅଞ୍ଚଳ ପ୍ରତି ରାଜ୍ୟ ସରକାର ଦୃଷ୍ଟି ଦେଉନଥିବା ଶ୍ୟାମ ପ୍ରସାଦ ନିଜ ପ୍ରତିକ୍ରିୟାରେ କହିଛନ୍ତି । ଏଥିସହିତ ନିଜ ଅଞ୍ଚଳର ବିକାଶ ଲକ୍ଷ୍ୟରେ ସେ ବିଜେଡିରେ ସାମିଲ ହୋଇଥିଲେ । ମାତ୍ର ଏ ପର୍ଯ୍ୟନ୍ତ ବସ୍ତା ଅଞ୍ଚଳରେ କଲେଜଟିଏ ହୋଇ ପାରିଲା ନାହିଁ । ହଜାର ହଜାର ଶ୍ରମିକ ଆଜି ବେକାର ହୋଇ ବୁଲୁଥିବା ବେଳେ ଚାଷୀମାନେ ସେମାନଙ୍କର ଉତ୍ପାଦିତ ସାମଗ୍ରୀ ସରକାରୀ ଦରରେ ବିକ୍ରିରୁ ବଞ୍ଚିତ ହେଉଥିବା ଶ୍ୟାମ ଅଭିଯୋଗ କରିଛନ୍ତି । ସୂଚନାଯୋଗ୍ୟ ଯେ, ଗତ ୨୬ ତାରିଖରେ ପୂର୍ବତନ ବିଧାୟକ ହୃଷିକେଶ ନାଏକ ମଧ୍ୟ ବିଜେଡିରୁ ଇସ୍ତଫା ଦେଇଥିଲେ ।

Get real time updates directly on you device, subscribe now.