fbpx

ବିଜେଡି କରିବ ଜନ ସମ୍ପର୍କ ପଦଯାତ୍ରା;ଅକ୍ଟୋବର ୨ରୁ ହେବ ଆରମ୍ଭ

ଭୁବନେଶ୍ୱର: ରାଜନୀତିରେ ପଦ ଯାତ୍ରାର ଭୂମିକା କେତେ ଆପଣ ଏହାର ବାସ୍ତବିକ ଚିତ୍ର ବର୍ତ୍ତମାନ ଯେକୌଣସି ସମ୍ବାଦ ଚ୍ୟାନେଲରୁ ଜାଣି ପାରୁଥିବେ । କାରଣ ବର୍ତ୍ତମାନ ସବୁଠାରେ ଚର୍ଚ୍ଚା ସାଉଁଟୁଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ପଦ ଯାତ୍ରା କେବଳ ଏକ ସାଧାରଣ ଯାତ୍ରା ନୁହେଁ ବରଂ ଏହା ସାଧାରଣ ଜନତାଙ୍କ ସହ ଆପଣଙ୍କୁ ଯୋଡିବାର ଏକ ଅସାଧାରଣ ଅସ୍ତ୍ର । ଏହା ସାହାର୍ଯ୍ୟ ରେ ଆପଣ ଲୋକମାନଙ୍କ ନିକଟତର ହେବାର ସୌଭାଗ୍ୟ ଅର୍ଜ୍ଜନ କରିବା ସହିତ ତାଙ୍କର କଷ୍ଟ ଏବଂ ସମସ୍ୟା ସହିତ ମଧ୍ୟ ଜଡିତ ହୋଇପାରନ୍ତି ।

ରାଜ୍ୟର ସବୁଠାରୁ ଦୃଢ ଏବଂ ଜନପସନ୍ଦ ଦଳ ହେଉଛି ବିଜେଡି। ଏ ବର୍ଷ ବିଜୁ ଜନତା ଦଳ ଅକ୍ଟୋବର ୨ ‘ ଗାନ୍ଧୀ ଜୟନ୍ତୀ’ଠାରୁ ନଭେମ୍ବର ୨ ପର୍ଯ୍ୟନ୍ତ ଏକ ମାସବ୍ୟାପୀ ‘ ଜନ ସମ୍ପର୍କ ପଦଯାତ୍ରା’ ଓଡ଼ିଶାର ଜନସାଧାରଣଙ୍କ ସହିତ ପାଳନ କରିବାକୁ ଯାଉଛି । ଏହି ପଦଯାତ୍ରା ସମୟରେ ଅକ୍ଟୋବର ୨ ତାରିଖରେ ‘ ଗାନ୍ଧୀ ଜୟନ୍ତୀ ’ ଏବଂ ‘ ଶାସ୍ତ୍ରୀ ଜୟନ୍ତୀ ’ , ଅକ୍ଟୋବର ୯ ତାରିଖରେ ‘ ଉତ୍କଳମଣି ଗୋପବନ୍ଧୁ ଜୟନ୍ତୀ ’ ଏବଂ ଅକ୍ଟୋବର ୧୧ ତାରିଖରେ ‘ ଲୋକନାୟକ ଜୟପ୍ରକାଶ ଜୟନ୍ତୀ ’ ପାଳନ ସହିତ ଏ ବର୍ଷର ‘ ଜନ ସମ୍ପର୍କ ପଦଯାତ୍ରା ’ ଜିଲ୍ଲା ସ୍ତରରୁ ଆରମ୍ଭ କରି ନିର୍ବାଚନମଣ୍ଡଳୀ , ନଗର , ପଞ୍ଚାୟତ ଏବଂ ୱାର୍ଡ଼ ପର୍ଯ୍ୟନ୍ତ ପ୍ରତ୍ୟେକ ସ୍ତରରେ ଆୟୋଜିତ ହେବ ।
ସହରାଞ୍ଚଳ ଏବଂ ପଞ୍ଚାୟତରେ ପ୍ରତ୍ୟେକ ୱାର୍ଡ଼ରେ କ୍ଷେତ୍ରୀୟ ପର୍ଯ୍ୟବେକ୍ଷକ , ବ୍ଲକ ଏବଂ ନଗରାଞ୍ଚଳରେ ଜିଲ୍ଲା ପର୍ଯ୍ୟବେକ୍ଷକ , ନିର୍ବାଚନମଣ୍ଡଳୀ ସ୍ତରରେ ବିଧାୟକ ବିଧାକୟ ପ୍ରାର୍ଥୀ ଏବଂ ଜିଲ୍ଲା ସ୍ତରରେ ସମ୍ପୃକ୍ତ ଜିଲ୍ଲା ସଭାପତି ଉପସ୍ଥିତ ରହି ଜନସଂପର୍କ ପଦଯାତ୍ରାକୁ ପୂର୍ଣ୍ଣ ପ୍ରାଣରେ ସଫଳ କରାଇବେ । ଦଳର ମହିଳା , ଯୁବ ଏବଂ ଛାତ୍ର , କୃଷକ , ସଂଖ୍ୟାଲଘୁ , ଶ୍ରମିକ , ଦଳିତ , ଜନଜାତି , ସମବାୟ , ଆଇନ ଶାଖା ତଥା ବିଜେଡିର ଅନ୍ୟାନ୍ୟ ପ୍ରମୁଖ ଦଳୀୟ ସଂଗଠନ ନିଜର ସମସ୍ତ କର୍ମକର୍ତ୍ତାଙ୍କ ସହିତ ବିଭିନ୍ନ ସ୍ତରରେ ଏହି ‘ ଜନ ସମ୍ପର୍କ ପଦଯାତ୍ରା’ରେ ଯୋଗଦେବା ସହିତ ସମ୍ପୃକ୍ତ ଅଞ୍ଚଳର ଜନସାଧାରଣ ଏବଂ ଦଳୀୟ କର୍ମୀ ଯେଭଳି ବହୁ ସଂଖ୍ୟାରେ ପ୍ରତ୍ୟେକ ସ୍ଥାନରେ ଯୋଗ ଦିଅନ୍ତି , ତାହା ସୁନିଶ୍ଚିତ କରିବେ । ପଦଯାତ୍ରା ଅବଧୂ ମଧ୍ଯରେ ପଡ଼ୁଥିବା ପ୍ରମୁଖ ପର୍ବପର୍ବାଣୀ ଦିନ ‘ ଜନ ସଂମ୍ପର୍କ ପଦଯାତ୍ରା ’ କାର୍ଯ୍ୟକ୍ରମ ବନ୍ଦ ରହିବ ।

ପ୍ରତେକ ସ୍ଥାନରେ ମହାତ୍ମା ଗାନ୍ଧୀ ଏବଂ ବିଜୁ ବାବୁଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯିବା ସହିତ ସେ ଅଞ୍ଚଳର ପ୍ରମୁଖ ସ୍ଵାଧୀନତା ସଂଗ୍ରାମୀ ତଥା ବରପୁତ୍ରମାନଙ୍କ ଫଟୋଚିତ୍ର କିମ୍ବା ପ୍ରତିକୃତିରେ ଶ୍ରଦ୍ଧାଜଳି ଅର୍ପଣ କରାଯାଇ ‘ ଜନସଂପର୍କ ପଦଯାତ୍ରା ’ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯିବ । ପଦଯାତ୍ରା ସମୟରେ ସଂପୃକ୍ତ ଅଞ୍ଚଳରେ ପ୍ରତି ଘରେ ବିଜୁ ଜନତା ଦଳ ସରକାରଙ୍କ ସମସ୍ତ ଲୋକାଭିମୁଖୀ କାର୍ଯ୍ୟକ୍ରମ ସଂପର୍କରେ ଜନସାଧାରଣଙ୍କୁ ଅବଗତ କରାଇବା ସହିତ ରକ୍ତଦାନ , ବୃକ୍ଷରୋପଣ ତଥା ଅନ୍ୟାନ୍ୟ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ମାଧ୍ୟମରେ ଆମ ଜନସେବା ଆଭିମୂଖ୍ୟକୁ ଆହୁରି ବ୍ୟାପକ କରାଯିବ । ନଭେମ୍ବର ୨ ତାରିଖରେ ପ୍ରତ୍ୟେକ ଜିଲ୍ଲା ସ୍ତରରେ ସମସ୍ତ ଦଳୀୟ କର୍ମକର୍ତ୍ତା ତଥା କର୍ମୀମାନେ ଉପସ୍ଥିତ ରହି ଓଡ଼ିଶାବାସୀଙ୍କ ସେବାରେ ନିଜକୁ ପୁନଃଉତ୍ସର୍ଗ କରିବା ସହିତ ରାଜ୍ୟର ଉନ୍ନତି ଏବଂ ରାଜ୍ୟବାସୀଙ୍କ କଲ୍ୟାଣ ନିମନ୍ତେ ନିରନ୍ତର ଉତ୍ସର୍ଗୀକୃତ ମନୋଭାବ ନେଇ କାର୍ଯ୍ୟ କରିବା ପାଇଁ ‘ ସମୁହ ଶପଥ ‘ ଗ୍ରହଣ ପୂର୍ବକ ଏହି ମାସବ୍ୟାପୀ ପଦଯାତ୍ରାର ପରିସମାପ୍ତି କରାଯିବ ।

ତେବେ ଏହି ଯାତ୍ରାର କେବଳ ଗୋଟିଏ ମୁଖ୍ୟ ଉଦ୍ଦେଶ୍ୟ ରହିବ ତାହା ହେଉଛି ଓଡିଶାକୁ ବିଜେଡି ସହ ଯୋଡିବ । ଓଡିଶାବାସୀଙ୍କ ଦୁଃଖ ସମସ୍ୟାକୁ ବୁଝି ତାଙ୍କ ପାଇଁ ସମସ୍ୟାର ସମାଧାନ କରିବା । କାରଣ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସବୁ ବେଳେ ଓଡିଶାବାସୀଙ୍କୁ ଅଧିକ ପ୍ରାଧ୍ୟାନ୍ୟ ଦେଇ ଆସୁଛନ୍ତି । ଏହା ସହିତ ଗରିବ ଖଟିଖିଆ ଠାରୁ ଆରମ୍ଭ କରି ମଧ୍ୟବିତ ପରିବାର ପର୍ଯ୍ୟନ୍ତ ସମସ୍ତ ଲୋକଙ୍କ ପାଇଁ ଜନହିତକର ଯୋଜନା କରିଛନ୍ତି । କାରଣ ମୁଖ୍ୟମନ୍ତ୍ରୀଙ୍କ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ ।ତେଣୁ ମୁଖ୍ୟମନ୍ତ୍ରୀଙ୍କ ଏହି ଆହ୍ୱାନକୁ ସଫଳ କରିବା ପାଇଁ ବିଜେଡିର ପ୍ରତିବର୍ଗ ତାର ଶେଷତମ ପ୍ରୟାସ କରିବ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.