fbpx

ପୃଥିବୀ ସହ ଧକ୍କା ହେବା ପୂର୍ବରୁ ଆଷ୍ଟରଏଡକୁ ନଷ୍ଟ କରିଦେବ ଏହି ସ୍ପେସକ୍ରାଫ୍ଟ: NASA କରୁଛି ଟେଷ୍ଟ…

ନୂଆଦିଲ୍ଲୀ: ଭବିଷ୍ୟତରେ ଆମ ପୃଥିବୀ ଯେପରି ଆଷ୍ଟରଏଡ ଯୋଗୁଁ କ୍ଷତିଗ୍ରସ୍ତ ହେବ ନି ନାହିଁ । ଏଥିପାଇଁ ନାସା ପ୍ରୟାସ ଜାରି ରଖିଛି । ଏଭଳି ଧ୍ୱଂସକୁ ରୋକିବା ପାଇଁ ନାସା ଡାର୍ଟ ମିଶନ (DART MISSION) କୁ ଅନ୍ତରୀକ୍ଷକୁ ପଠାଇଛି । ଏହି ମିଶନର ଲକ୍ଷ୍ୟ ରହିଛି ପୃଥିବୀ ସହ ଧକ୍କା ହେବା ପୂର୍ବରୁ ଆଷ୍ଟରଏଡକୁ ଧ୍ୱଂସ କରାଯାଇପାରିବ କିମ୍ବା ତାହର ଗତିପଥ ବଦଳାଯାଇପାରିବ । ଏହାର ପ୍ରଥମ ପରୀକ୍ଷା ଆସନ୍ତାକାଲି ସକାଳ ୪ ଟା ୪୫ ସମୟରେ କରାଯିବ । ନାସାର ଡାର୍ଟ ମିଶନ ସହ ଡିଡିମୋସ ଏବଂ ତାହାର ଉପଗ୍ରହ ଡାଇମାରଫୋସ୍ ସହ ଧକ୍କ୍ା କରାଯିବ । ଡାର୍ଟ ମିଶନ କିମ୍ବା ଡବଲ ଆଷ୍ଟରଏଡ ରିଡାଇରେକ୍ସନ ଟେଷ୍ଟ (DART) ର ଉଦ୍ଦେଶ୍ୟ ସ୍ପେସକ୍ରାଫ୍ଟକୁ ଆଷ୍ଟରଏଡ ସହ ଧକ୍କା କରି ଏହାର ଦିଗ ପରିବର୍ତ୍ତନ କରିବା । ଯଦି ନାସାର ଏହି ମିଶନ ସଫଳ ହେଉଛି । ତେବେ ଭବିଷ୍ୟତରେ ପୃଥିବୀ ଆଡ଼କୁ ଆସୁôଥିବା ବିପଦପୂର୍ଣ୍ଣ ଆଷ୍ଟରଏଡ ବା କ୍ଷୁଦ୍ରଗ୍ରହକୁ ରୋକା ଯାଇପାରିବ । କିମ୍ବା ଏହାର ଦିଗ ପରିବର୍ତ୍ତନ କରାଯାଇପାରିବ ।

ଜାଣନ୍ତୁ କ’ଣ ଏହି ମିଶନ?

ଡାର୍ଟ ମିଶନ ଡିଡିମୋସ୍ (Didymos) ଆଷ୍ଟରଏଡ୍ ର ଚନ୍ଦ୍ରମା ଡାଇମରଫୋସ୍ (Dimorphos) ସହ ଧକ୍କା ହେବ । ଯାହାପରେ ଡାଇମରଫୋସ୍ ଯାଇ ଡିଡିମୋସ୍ ସହ ଧକ୍କା ହେବ । ଏହିଭଳି ଭାବରେ ଦୁହିଁଙ୍କ ଦିଗରେ ପରିବର୍ତ୍ତନ ହେବ । ଯଦି ଦିଗ ବଦଳିବ ତେବେ ଏହା ଏକ ବଡ଼ ଉପଲବ୍ଧି ହେବ । ଏହି ସ୍ପେସକ୍ରାଫ୍ଟ ପ୍ରାୟ ୨୪ ହଜାର କିଲୋମିଟର ପ୍ରତିଘଣ୍ଟାର ଗତିରେ ଆଷ୍ଟରଏଡ ସହ ଧକ୍କା ହେବ ।

ଧକ୍କା ହେବା ପୂର୍ବରୁ ଡିଡିମୋସର ବାତାବରଣ, ମାଟି, ପଥର ଏବଂ ସଂରଚନାର ଅଧ୍ୟୟନ ମଧ୍ୟ କରିବ । ଏହି ମିଶନରେ କାଇନେଟିକ୍ ଇମ୍ପାକ୍ଟର (Kinetic Impactor Technique) ଟେକିନକ୍ ର ବ୍ୟବହାର କରାଯାଉଛି । ଅର୍ଥାତ୍ ସ୍ପେସକ୍ରାଫ୍ଟ ଧକ୍କା କରି ଦିଗରେ ପରିବର୍ତ୍ତନ କରିବାକୁ ପ୍ରୟାସ କରାଯାଉଛି ।

ଡିଡିମୋସର ବ୍ୟାସ ପ୍ରାୟ ୨୬୦୦ ଫୁଟ୍ ଅଟେ । ଡାଇମୋରଫୋସ୍ ଏହାର ଚାରିପାଖରେ ଚକ୍କର ଲଗାଇଥାଏ । ଏହାର ବ୍ୟାସ ୫୨୫ ଫୁଟ୍ ଅଟେ । ଧକ୍କା ହେବା ପରେ ଦୁଇ ପଥରର ଦିଗ ଏବଂ ଗତିରେ ଆସୁଥିବା ପରିବର୍ତ୍ତନକୁ ଅନୁଧ୍ୟାନ କରାଯିବ । Nasa Television ଏବଂ Nasa’s Media Channel ରେ ଆପଣ ଏହି ଇଭେଣ୍ଟର ଲାଇଭ ଦେଖିପାରିବେ ।

ନାସା ପୃଥିବୀ ଚାରି ପାଖରେ ୮୦୦୦ ରୁ ଅଧିକ ନିୟର-ଅର୍ଥ ଅବଜେକ୍ଟିଭ (NEO) ରେକର୍ଡ କରାଯାଇଛି । ଏଥିରେ କିଛି ଅବଜେକ୍ଟିଭର ବ୍ୟାସ ୪୬୦ ଫୁଟ୍ ରୁ ଅଧିକ । ଅର୍ଥାତ୍ ଏଥିରେ କୌଣସି ଗୋଟିଏ ବି ଅବଜେକ୍ଟ ପୃଥିବୀ ଉପରେ ପଡ଼ିଲେ ତାହା ଆମେରିକାର କୌଣସି ରାଜ୍ୟକୁ ବରବାଦ କରିପାରେ । ୨୦୧୧ ରେ ଜାପାନରେ ଆସିଥିବା ଭୟାନକ ସୁନାମୀଠାରୁ ମଧ୍ୟ ବଡ଼ ବିପଦ ଆସିପାରେ । ସ୍ପେସକ୍ରାଫ୍ଟର ସବୁ ଗତିବିଧି ଉପରେ ଲାଇଟ୍ ଇଟାଲିୟନ କ୍ୟୁବସେଟ୍ ଫର୍ ଇମେଜିଙ୍ଗ୍ ଆଷ୍ଟରଏଡ ମଧ୍ୟ ସାଙ୍ଗରେ ପଠାଯାଉଛି । ଧକ୍କା ସମୟରେ ଏହି ଯାନ ଆଷ୍ଟରଏଡର ନିକଟରେ ଗତି କରିବ ଫଳରେ ଧକ୍କା ହେବାର ଫଟୋ ନେଇପାରିବ । ଆହୁରି ମଧ୍ୟ ଏହା ଏକ ସୀମିତ ବେଗରେ ଡାଇମରଫୋସ୍ ସହ ଧକ୍କା ହେବ ।

ଆହୁରି ପଢ଼ନ୍ତୁ…

Get real time updates directly on you device, subscribe now.