ସାଂସଦ ପ୍ରଦୀପ ପୁରୋହିତଙ୍କ ବଡ଼ ବୟାନ, ନବଙ୍କ ପରିବାର ଉପରେ ଚାପ ପକାଉଛି ବିଜେଡି
ଦୀପାଳି ଦାସଙ୍କ ଉପରେ ଚାପ ସୃଷ୍ଟି କରୁଛି ବିଜେଡି । ଏଭଳି କହିଲେ ପ୍ରଦୀପ ପୁରୋହିତ ।
ଭୁବନେଶ୍ବର: ନବ ଦାସ ହତ୍ୟା ପ୍ରସଙ୍ଗରେ ବଡ଼ ବୟାନ ଦେଇଛନ୍ତି ବିଜେପି ସାଂସଦ ପ୍ରଦୀପ ପୁରୋହିତ । ନବଙ୍କ ପରିବାର ଉପରେ ଚାପ ପକାଉଛି ବିଜେଡି ।
CBI ତଦନ୍ତ ପାଇଁ ପରିବାର ଲେଖିଲେ ବିଜେଡିର ୨ ବଡ଼ମୁଣ୍ଡ ଫସିଯିବେ । ସେଥିପାଇଁ ଦୀପାଳିଙ୍କ ଉପରେ ବିଜେଡି ଚାପ ପକାଇଥିବା କହିଛନ୍ତି ପ୍ରଦୀପ । ସିବିଆଇ ତଦନ୍ତ ପାଇଁ ଲିଖିତ ଭାବେ ରାଜ୍ୟ ସରକାରଙ୍କୁ ଦେବା ଲାଗି ମନା କରିଛି ବିଜେଡି । ତେବେ ସାଂସଦଙ୍କ ଏଭଳି ବୟାନ ପରେ ପୁଣିଥରେ ରାଜନୀତି ଆରମ୍ଭ ହୋଇଯାଇଛି ।
ସେ ଏହି ଘଟଣାରେ ପରୋକ୍ଷ ଇଙ୍ଗିତ କରିଛନ୍ତି ପ୍ରଦୀପ । ଜଣେ ଆଇଏସ ଅଧିକାରୀ ଯିଏ ମୁଖ୍ୟମନ୍ତ୍ରୀ ହେବାକୁ ସ୍ବପ୍ନ ଦେଖିଥିଲେ ଏବଂ ଆଉ ଜଣେ ବିଜେଡିର ବଡ ନେତା ଦୁହେଁ ମିଶି ଦୀପାଳିଙ୍କ ଉପରେ ଚାପ ପକାଉଛନ୍ତି । ସିବିଆଇ ତଦନ୍ତ ପାଇଁ ଦୀପାଳିଙ୍କର ପରିବାର ଜଣାଇଲେ 2 ବଡ଼ମୁଣ୍ଡ ଫସିଯିବେ ।
ଯେବେ ବି ଦୀପାଳି କିଛି କହୁଛନ୍ତି ବିଜେଡି ନେତାମାନେ ବସିକି ତାଙ୍କ ଉପରେ ଚାପ ସୃଷ୍ଟି କରୁଛନ୍ତି। ସମ୍ପୂର୍ଣ୍ଣ ଭାବେ ଚାପଗ୍ରସ୍ତ ଥିବା କାରଣରୁ ନବଙ୍କ ପରିବାର କୌଣସି ପ୍ରକାର ନିଷ୍ପତ୍ତି ନେଇ ପାରୁ ନାହାନ୍ତି । ତେବେ ବିଜେପି ପୁଙ୍ଖାନୁପୁଙ୍ଖ ତଦନ୍ତ ଚାହୁଁଥିବା ନେଇ ମଧ୍ୟ ପ୍ରଦୀପ ପୁରୋହିତ କହିଛନ୍ତି ।